ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Published: Oct 14, 2020, 11:35 am IST

ଭୁବନେଶ୍ବର: ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କଟକରୁ ସର୍ବାଧିକ ୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବର, ବୌଦ୍ଧ, କଳାହାଣ୍ଡି, ରାୟଗଡା, ଗଞ୍ଜାମ, କେନ୍ଦ୍ରାପଡା, କନ୍ଧମାଳ, ମୟୂରଭଞ୍ଜ, ପୁରୀ, ସୁନ୍ଦରଗଡ, ଯାଜପୁର ଏବଂ ବାଲେଶ୍ବରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି

କଟକର ତିନି ମୃତକ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯାଥାକ୍ରମେ ୪୮, ୬୨ ଏବଂ ୬୪ ବର୍ଷ। ଭୁବନେଶ୍ବରର ଜଣେ ୫୮ ବର୍ଷୀୟ ପୁରୁଷ, ବୌଦ୍ଧର ଜଣେ ୭୮ ବର୍ଷୀୟ ପୁରୁଷ, କଳାହାଣ୍ଡିର ଜଣେ ୬୫ ବର୍ଷୀୟ ମହିଳା, ରାୟଗଡାର ଜଣେ ୭୨ ବର୍ଷୀୟ ପୁରୁଷ, ଗଞ୍ଜାମର ଜଣେ ୬୩ ବର୍ଷୀୟ ପୁରୁଷ , କେନ୍ଦ୍ରାପଡାର ଜଣେ ୬୫ ବର୍ଷୀୟ ପୁରୁଷ, କନ୍ଧମାଳର ଜଣେ ୬୮ ବର୍ଷୀୟ ପୁରୁଷ, ମୟୂରଭଞ୍ଜର ଜଣେ ୨୫ ବର୍ଷୀୟ ମହିଳା, ପୁରୀର ଜଣେ ୬୦ ବର୍ଷୀୟ, ସୁନ୍ଦରଗଡର ଜଣେ ୭୨ ବର୍ଷୀୟ ପୁରୁଷ, ଯାଜପୁରର ଜଣେ ୪୭ ବର୍ଷୀୟ ପୁରୁଷ ଏବଂ ବାଲେଶ୍ବରର ଜଣେ ୫୬ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

Related posts