କରୋନାରେ ଆଉ ଜଣେ ରାଜନେତାଙ୍କ ମୃତ୍ୟୁ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜିରାଓ ପାଟିଲ ନୀଲାଙ୍ଗେକରଙ୍କ ପରଲୋକ

Published: Aug 5, 2020, 11:31 am IST

ମହାରାଷ୍ଟ୍ର : କଂଗ୍ରେସର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜୀରାଓ ପାଟିଲ ନୀଲାଙ୍ଗେକରଙ୍କ ଦେହାନ୍ତ ହୋଇଛି। 88 ବର୍ଷୀୟ ଶିବାଜୀରାଓ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ । ଗତ ମାସରେ ସେ ସଂକ୍ରମିତ ହୋଇଥିବା ଜଣାପଡିଥିଲା, ପରେ ତାଙ୍କୁ ପୁନେର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଶିବାଜୀ ପାଟିଲ ନୀଲାଙ୍ଗେକର 1985 ରୁ 1986 ମସିହା ପର୍ଯ୍ୟନ୍ତ କିଛି ସମୟ ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ ।

ସୂଚନାଯୋଗ୍ୟ, କରୋନା ସଂକ୍ରମଣରେ ବହୁ ବଡ ବଡ ରାଜନେତା ମାନେ ସଂକ୍ରମିତ ହୋଇଛନ୍ତି । ନିକଟରେ ଗୃହ ମନ୍ତ୍ରୀ ଅମିତ୍‌ ଶାହା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ବିଚାରପତି ରଞ୍ଜନ ଗୋଗେଇ ପ୍ରମୁଖ ଏହି କରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି । ନିକଟରେ ୟୁପିର ଜଣେ କ୍ୟାବିନେଟ୍‌ ମନ୍ତ୍ରୀ କରୋନା ଯୋଗୁ୍ଁ ପ୍ରାଣ ହରାଇଛନ୍ତି । (ଏଜେନ୍ସି)

Related posts