Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫେବୃୟାରୀ ୭ ତାରିଖରେ ମିଳିତ ଆନ୍ଦୋଳନକୁ ଓହ୍ଲାଇବ ଓଷ୍ଟା
ଆଜିର ଖବର

ଫେବୃୟାରୀ ୭ ତାରିଖରେ ମିଳିତ ଆନ୍ଦୋଳନକୁ ଓହ୍ଲାଇବ ଓଷ୍ଟା

February 3, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଏବେ ଭୋପାଳରେ Gen Z ଆନ୍ଦୋଳନ!: ସରକାରଙ୍କ ନିକଟରେ କଲେ ଏହି ଦାବି
ଏବେ ଭୋପାଳରେ Gen Z ଆନ୍ଦୋଳନ!: ସରକାରଙ୍କ ନିକଟରେ କଲେ ଏହି ଦାବି

କଟକ: ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ଭିନ୍ନ ଭିନ୍ନ ସମସ୍ୟା ନେଇ ହଜାର ହଜାର ଶିକ୍ଷକ, ଅଭିଭାବକ, ପୁରାତନ ଛାତ୍ର ଓ ପରିଚାଳନା କମିଟି ସଦସ୍ୟ ମାନଙ୍କ ସହ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଆଜି ଜିଲ୍ଲା ସ୍ତରରେ ଏବଂ ୭ ତାରିଖରେ ରାଜଧାନୀର ରାଜରାସ୍ତାକୁ ଓହ୍ଲାଇବ ବୋଲି ଓଡ଼ିଶାର ସମସ୍ତ ଜିଲ୍ଲାକୁ ନେଇ ଅନୁଷ୍ଠିତ ଆଭାଷୀ ବୈଠକ ମାଧ୍ୟମରେ ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ସୂଚନା ପ୍ରଦାନ କରିଛନ୍ତି। ଏହି ଆଲୋଚନାରେ ସମସ୍ତ ଜିଲ୍ଲାର ଜିଲ୍ଲା ସଂପାଦକ, ରାଜ୍ୟ କାର୍ଯ୍ୟକାରୀ କମିଟିର ସଦସ୍ୟ, ବ୍ଲକ୍ ସଂପାଦକ, ବ୍ଲକ୍ ସଭାପତି ଓ ରାଜ୍ୟ ପଦାଧିକାରୀ ନିଜ ନିଜର ମତାମତ ପ୍ରଦାନ କରି ନିଜ ନିଜ ଜିଲ୍ଲାରେ ଏହାକୁ ସଫଳ କରିବେ ବୋଲି ଦୃଢ଼ମତ ଉପସ୍ଥାପନ କରିଥିଲେ। ଅବସର ନେଉଥିବା ଶିକ୍ଷକମାନଙ୍କୁ ପେନସନ୍ ପ୍ରଦାନ, ଅବସରକାଳୀନ ସୁବିଧା, ଚାକିରୀ ସର୍ତ୍ତାବଳୀ, ସପ୍ତମ ବେତନ ଓ ନୂତନ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ ଇତ୍ୟାଦି ଦାବିକୁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ପାଳନ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଶ୍ରୀ ଦାଶ କହିିଛନ୍ତି।

ସୂଚନାଥାଉକି, ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ଚାକିରୀ କରି ଶିକ୍ଷକ କର୍ମଚାରୀଟିଏ ଅବସର ନେବା ପରଦିନ ଟଙ୍କାଟିଏ ଔଷଧ କିଣିବା ପାଇଁ ନପାଇବା ଓ ଅବସର ପରଦିନ ଠାରୁ ପରିଣତ ବୟସରେ ବିନା ପେନ୍‌ସନ୍‌ରେ ବଞ୍ôଚବାର ରାହା ପାଇବା ପାଇଁ ମୂଲ ଲାଗିବା, ପାନ ଦୋକାନ କରିବା ଓ ଚା’ ଦୋକାନ କରିବା ଇତ୍ୟାଦି ପନ୍ଥାକୁ ଆପଣେଇ ଜୀବନ ବଞ୍ଚିବାର ପ୍ରୟାସ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି।

ଓଷ୍ଟାର ଆହ୍ୱାନରେ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟରତ ଓ ଅବସର ପ୍ରାପ୍ତ ଶିକ୍ଷକ କର୍ମଚାରୀମାନଙ୍କର ସାମାଜିକ ସୁରକ୍ଷା ପାଇଁ ଆଗାମୀ ଫେବୃୟାରୀ ୩ ତାରିଖରେ ଜିଲ୍ଲା ସ୍ତରରେ ଏବଂ ୭ ତାରିଖରେ ଭୁବନେଶ୍ୱର ଲୋୟର ପି.ଏମ୍‌.ଜି. ସ୍ଥିତ ଗାନ୍ଧିମାର୍ଗରେ ହଜାର ହଜାର ସଂଖ୍ୟାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ / ସଭ୍ୟା, ଅଭିଭାବକ ଓ ପୁରାତନ ଛାତ୍ରଙ୍କୁ ନେଇ ମହାସମାବେଶ ଓ ଅହୋରାତ୍ର ଧାରଣା ଅନୁଷ୍ଠିତ ହେବ। ସରକାର ସମସ୍ୟା ଗୁଡ଼ିକର ସମାଧାନ ନକରି ଅଯଥା ଟାଳଟୁଳ ନୀତି ଅବଲମ୍ବନ କରିବା, ଶିକ୍ଷକ ମାନଙ୍କ ପ୍ରତି ସରକାର ବୈମାତୃକ ମନୋଭାବ ପୋଷଣ କରିବା ସେମାନଙ୍କୁ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ କରୁଛି ବୋଲି ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି।

ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ସମଗ୍ର ଓଡ଼ିଶାର ଅନୁଦାନରୁ ବଞ୍ଚିତ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ସପ୍ତମ ବେତନରୁ ବଞ୍ଚିତ ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ, ଅବସର ପରେ ପେନସନ୍ ପାଉନଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପେନସନ୍ ପ୍ରଦାନ, ସରକାରୀ କରଣ ହୋଇ ନଥିବା ବିଦ୍ୟାଳୟକୁ ସରକାରୀକରଣ, ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ନୋସନାଲ୍ ଇନ୍‌କ୍ରିମେଣ୍ଟ ଦେଇ ବରିଷ୍ଠତା ପ୍ରଦାନ, ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରୀକରଣ, ୨ଟି ପିଅନ ଓ ୩୭, ୪୬, ୬୩ ବିଦ୍ୟାଳୟଙ୍କୁ ୨୦୦୮ ପରିବର୍ତ୍ତେ ୨୦୦୪ରୁ ଆଣ୍ଟିଡେସନ ପ୍ରଦାନ, ହିନ୍ଦୀ ସଂସ୍କୃତ ଶିକ୍ଷକମାନଙ୍କର ଯୋଗ୍ୟତା ଅନୁଯାୟୀ ଉପଯୁକ୍ତ ହାରରେ ଦରମା, ୪୮ ବର୍ଷରେ ପଦାର୍ପଣ କରି କୋର୍ଟର ନିର୍ଦ୍ଦେଶ ପାଇଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟି.ଜି. ମାନ୍ୟତା ପ୍ରଦାନ, ଆଲେଜେଡ଼୍ ଓ ସେକ୍ସନ ଶିକ୍ଷକମାନଙ୍କୁ ରେଗୁଲାର କରିବା, ଆର.ଏ. ସ୍କିମ୍‌ର ପୁନଃ ପ୍ରଚଳନ କରିବା, ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ୬୧୦ ବିଦ୍ୟାଳୟକୁ ସରକାରୀକରଣ, ୧୧୦ ବାଳିକା ବିଦ୍ୟାଳୟକୁ ପୂର୍ଣ୍ଣଅନୁଦାନ, କ୍ରୀଡ଼ା ଶିକ୍ଷକମାନଙ୍କୁ ବିଏ ବି.ପି.ଏଡ଼./ ବିଏ ସି.ପି.ଏଡ଼. ଭିତ୍ତିରେ ଉଚ୍ଚତର ଦରମା ପ୍ରଦାନ, ନୂତନ ପେନସନ୍ ପରିବର୍ତ୍ତେ ପୁରାତନ ପେନସନ୍ ଲାଗୁ କରିବା, ଅବସର ବୟସ ସୀମା ୬୦ରୁ ୬୨ ବର୍ଷ ବୃଦ୍ଧି କରିବା, ଅଫିସ୍ ସହାୟକ ମାନଙ୍କର ଯୋଗ୍ୟତା ଭିତ୍ତିକ ପଦୋନ୍ନତି, ଉର୍ଦ୍ଧୁ ଶିକ୍ଷକମାନଙ୍କୁ ଅନୁଦାନ ପ୍ରଦାନ, ଆର.ଏ.ସି.ପି. କ୍ଷେତ୍ରରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ଆଦି ଦାବୀକୁ ନେଇ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସଭାପତି ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି।

OSSTA strike
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ସାତୋଟି ରାଶି ପାଇଁ ରହିଛି ପ୍ରବଳ ଧନ ଯୋଗ: ଜାଣନ୍ତୁ ଅଗଷ୍ଟ ୧୭ ରାଶିଫଳ

August 17, 2026

ଭଦ୍ରକରେ ବନ୍ୟା ସ୍ଥିତି ଗମ୍ଭୀର, ୧.୦୭ ଲକ୍ଷ ଲୋକ ସ୍ଥାନାନ୍ତର

August 17, 2026

ଲୁଟ୍‌ ମାମଲାରେ ଅଭିଯୁକ୍ତ ଥାନାରୁ ଫେରାର, ASI ଓ କନେଷ୍ଟବଳ ନିଲମ୍ବିତ

August 17, 2026

ପ୍ରଶ୍ନପତ୍ର ତ୍ରୁଟି ପରେ NTAର ବଡ଼ ନିଷ୍ପତ୍ତି, ହେବ ପୁନଃ ପରୀକ୍ଷା

August 16, 2026
Latest News

ଆଜି ସାତୋଟି ରାଶି ପାଇଁ ରହିଛି ପ୍ରବଳ ଧନ ଯୋଗ: ଜାଣନ୍ତୁ ଅଗଷ୍ଟ ୧୭ ରାଶିଫଳ

August 17, 2026

ଭଦ୍ରକରେ ବନ୍ୟା ସ୍ଥିତି ଗମ୍ଭୀର, ୧.୦୭ ଲକ୍ଷ ଲୋକ ସ୍ଥାନାନ୍ତର

August 17, 2026

ଲୁଟ୍‌ ମାମଲାରେ ଅଭିଯୁକ୍ତ ଥାନାରୁ ଫେରାର, ASI ଓ କନେଷ୍ଟବଳ ନିଲମ୍ବିତ

August 17, 2026

ପ୍ରଶ୍ନପତ୍ର ତ୍ରୁଟି ପରେ NTAର ବଡ଼ ନିଷ୍ପତ୍ତି, ହେବ ପୁନଃ ପରୀକ୍ଷା

August 16, 2026

Odisha Flood Alert: ୪ ଜିଲ୍ଲାରେ ସ୍କୁଲ ବନ୍ଦ, ଉତ୍କଳ ବିଶ୍ବବିଦ୍ୟାଳୟ ପରୀକ୍ଷା ବାତିଲ

August 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.