
ସମୀକ୍ଷା ବ୍ୟୁରୋ
ଗଞ୍ଜାମ: ହାତୀପଲଙ୍କ ଚଳାଚଳ ପାଇଁ ଟ୍ରେନକୁ ସତର୍କ ସୂଚନା ଜାରି କରାଯାଇଛି। ଦୁର୍ଘଟଣା ଏଡ଼ାଇବାକୁ ଏହି ପ୍ରକାର ସୂଚନା ଜାରି କରାଯାଇଛି। ନିକଟରେ ଟ୍ରେନ୍ ଲାଗି ହାତୀ ମୃତ୍ୟ ସଂଖ୍ୟା ବଢିବାରେ ଲାଗିଛି। ରାତି ସମୟରେ ଟ୍ରେନ ଇଚ୍ଛାପୁର ଅତିକ୍ରମ କରିବା ବେଳେ ସତର୍କ ରହିବାକୁ ସୂଚନା ଜାରି କରାଯାଇଛି। ଉଚ୍ଚ ଶବ୍ଦରେ ହର୍ଣ୍ଣ ବଜାଇ ଓ ଗତି କମ କରି ଚଳାଇବାକୁ ଟ୍ରେନକୁ ସୂଚନା ଦିଆଯାଇଛି। ସୋରଡ଼ା ଜଙ୍କସନ ରେଳ ଧାରଣା ନିକଟ ପାହାଡ଼ି ଗୁମ୍ଫାରେ ହାତୀପଲ ଠାବ କରାଯାଇଛି। କୌଣସି ପ୍ରକାର ଦୁର୍ଘଟଣା ଯେପରି ନ ଘଟେ ସେନେଇ ବ୍ରହ୍ମପୁର ରେଳଷ୍ଟେସନ ଓ ରେଳ ବିଭାଗକୁ ବନ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।