Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଞ୍ଜ ବରବରା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ: କାରଣ ଅସ୍ପଷ୍ଟ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଞ୍ଜ ବରବରା ସେକ୍ସନ ଖରିଆପଲ୍ଲୀ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଡ଼ି ଏଫ ଓ ପୂର୍ଣ୍ଣିମା ପଣ୍ଡିଆନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏ ନେଇ ଡ଼ିଏଫଓ ଶ୍ରୀମତୀ ପାଣ୍ଡିଆନଙ୍କୁ ପଚାରିବାରୁ ଦନ୍ତା ହାତୀର ବୟସ ଆନୁମାନିକ ୨୫-୩୦ ବର୍ଷ ହେବ ଏବଂ ଘଟଣାର ତଦନ୍ତ ଜାରି ରହିଥିବାର କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁଣି ଏକ ହାତୀର ହେଲା ମୃତ୍ୟୁ, ପାଖରେ ଜଗି ରହିଛନ୍ତି ହାତୀପଲ

ଭୁବନେଶ୍ବର: ଆଜି ଆଉ ଏକ ହାତୀର ମୃତ୍ୟୁ ହୋଇଥିବାର ଖବର ମିଳିଛି। ଦେଓଗଡ ରାଇମାଳ ରେଂଜ ଜଙ୍ଗଲରେ ଏହି ମାଈ ହାତୀର ମୃତ୍ୟୁ ହୋଇଛି। ତେବେ ମୃତ୍ୟୁର କାରଣ କଣ ଜଣା ନ ପଡିଥିଲେ ମଧ୍ୟ ତାହା ବିଦ୍ୟୁତ ଆଘାତ ଯୋଗୁଁ ହୋଇଥିବାର ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଁଚି ମୃତ ହାତୀକୁ ଜବତ କରିଛନ୍ତି।

ଘଟଣାରୁ ଜଣାପଡିଛି ଯେ, ରାଇମାଳ ରେଂଜ ଜଙ୍ଗଲରୁ ହାତୀପଲ ଖାଇବା ପାଇଁ ସହର ନିକଟଆଡକୁ ଆସୁଥିଲେ। ଏଥିରେ ପ୍ରାୟ 17ଟି ହାତୀ ଥିବାର ଅନୁମାନ କରାଯାଇଛି। ସେମାନେ ନିକଟରେ ଥିବା ଚାଷ ଜମିରେ ପଶି ଖାଦ୍ୟ ଖାଉଥିବା ବେଳେ ଏହି ହାତୀଟି ମୃତ୍ୟୁ ବରଣ କରିଥିଲା। ତେବେ ସେହି ସ୍ଥାନରେ ଅନ୍ୟ ହାତୀମାନେ ଜଗି ରହିଲେ। ପରବର୍ତ୍ତି ସମୟରେ ବନବିଭାଗ ଅନ୍ୟହାତୀକୁ ଘଉଡାଇବା ପରେ ମୃତ ହାତୀକୁ ଜବତ କରିଛନ୍ତି।

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ

ସ୍ବପ୍ନରେ ଜୀବ-ଜନ୍ତୁଙ୍କୁ ଦେଖିଲେ ମିଳିଥାଏ ଶୁଭ ଫଳ, ଜାଣନ୍ତୁ କେଉଁ ଜୀବଜନ୍ତୁଙ୍କୁ ଦେଖିଲେ ଧନଲାଭ ହୋଇଥାଏ

ଭୁବନେଶ୍ବର: ଜୀବନର ଆଇନା ହେଉଛି ସ୍ବପ୍ନ। ସ୍ବପ୍ନ ଶାସ୍ତ୍ର ପୂରାପୂରି ସ୍ବପ୍ନ ଉପରେ ଆଧାରିତ। ଏହି ଶାସ୍ତ୍ରରେ ସ୍ବପ୍ନ ବିଷୟରେ ଲେଖାଯାଇଛି। ତେବେ ଆସନ୍ତୁ ଜାଣିବା ସ୍ବପ୍ନରେ ଜୀବଜନ୍ତୁଙ୍କୁ ଦେଖିବା ଶୁଭ ନା ଅଶୁଭ। ମାନ୍ୟତା ଅନୁସାରେ ସ୍ବପ୍ନରେ କିଛି ଜୀବଜନ୍ତୁଙ୍କୁ ଦେଖିଲେ ଖାସ୍‌ ଯୋଗ ହୋଇଥାଏ।

ଗାଈ: ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ବପ୍ନରେ ଗାଈ ଦେଖିବା ବହୁତ ଶୁଭ ହୋଇଥାଏ। କୁହାଯାଏ ସ୍ବପ୍ନରେ ଗାଈକୁ ଦେଖିଲେ ଭାଗ୍ୟ ଖୋଲିଥାଏ। ଗାଈ ଅର୍ଥାତ୍‌ ଗୋମାତାଙ୍କଠାରେ ୩୩ କୋଟି ଦେବୀଦେବତା ବାସ କରିଥା’ନ୍ତି। ଗାଈଙ୍କୁ ସ୍ବପ୍ନରେ ଦେଖିବା ଅର୍ଥ ଈଶ୍ବରଙ୍କ କୃପା ମିଳିଥାଏ।

ହାତୀ: ହାତୀକୁ ଐଶ୍ବର୍ଯ୍ୟର ପ୍ରତୀକ ରୂପେ ମନାଯାଏ। ଯଦି ସ୍ବପ୍ନରେ କେହି ହାତୀ ଦେଖନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ ଫଳ ଦେଇଥାଏ। ହାତୀ ସ୍ବପ୍ନରେ ଦେଖିଥିବା ବ୍ୟକ୍ତିଙ୍କୁ ଜୀବନରେ ଉନ୍ନତି ମିଳିଥାଏ। ସୁଖ ସମୃଦ୍ଧି ପ୍ରାପ୍ତ ହୋଇଙଥାଏ। କୁହାଯାଏ ହାତୀ ସ୍ବପ୍ନ ଦେଖିବା ପରେ ମାତା ଲକ୍ଷ୍ମୀଙ୍କୁ ହାତୀର ପ୍ରତିମା ଅର୍ପଣ କରିବା ଆବଶ୍ୟକ।

ପେଚା: ସ୍ବପ୍ନରେ ପେଚା ଦେଖିବା ଅତ୍ୟନ୍ତ ଶୁଭ। ପେଚା ମା’ ଲକ୍ଷ୍ମୀଙ୍କର ବାହନ। ପେଚା ଦେଖିବା ଦ୍ବାରା ଧନ-ଧାନ୍ୟ ମିଳିଥାଏ। ମା’ ଲକ୍ଷ୍ମୀଙ୍କ କୃପା ବନି ରହିଥାଏ। ସ୍ବପ୍ନରେ ପେଚା ଦେଖିବା ପରେ ମାତା ଲକ୍ଷ୍ମୀଙ୍କୁ ଲାଲ ବସ୍ତ୍ର ଅର୍ପଣ କରିବା ବହୁତ ଶୁଭ ହୋଇଥାଏ।

କାଳ ନାଗ: ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ବପ୍ନରେ କଳା ନାଗ ଦେଖିବା ଶୁଭ ସଂକେତ। ଏହା ଦ୍ବାରା ଆପଣଙ୍କ ଯଶ ସମ୍ମାନ ବୃଦ୍ଧି ହୋଇଥାଏ। ମାନ-ସମ୍ମାନ ବଢିଥାଏ। ମନୋସ୍କାମନା ଜଲ୍‌ଦି ପୂର୍ଣ୍ଣ ହେବ ବୋଲି ଏହା ଦର୍ଶାଇଥାଏ।

ଠେକୁଆ: ସ୍ବପ୍ନରେ ଠେକୁଆକୁ ଦେଖିବା ଅତ୍ୟନ୍ତ ଶୁଭ। ଏହା ଦ୍ବାରା ଜୀବନରେ ପ୍ରେମ ବଢିଥାଏ। ନିଜ ଜୀବନସାଥୀ ସହିତ ସମ୍ପର୍କ ମଜବୁତ୍‌ ହୋଇଥାଏ। ଏତଦ୍‌ବ୍ୟତୀତ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିଥାଏ।

ଝିଟିପିଟି: ସ୍ବପ୍ନରେ ଝିଟିପିଟି ଦେଖିବା ଅତ୍ୟନ୍ତ ଶୁଭ। କୁହାଯାଏ ଝିଟିପିଟିକୁ ସ୍ବପ୍ନରେ ଦେଖିବା ଦ୍ବାରା ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହୋଇଥାଏ। ଏହା ସହିତ ଋଣ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

Categories
ଫଟୋ ଖବର

ବନ୍ଦୀପୁର ବାଘ୍ର୍ୟ ଅଭୟାରଣ୍ୟ ଭିତରୁ ହାତୀ ମୃତଦେହ ଉଦ୍ଧାର

Bengaluru: The carcass of an elephant that was found dead at the Bandipur tiger reserve after it was killed by a tiger, near Lokkere, in Karnataka’s Bandipur on Sep 19, 2020. (Photo: IANS)

Categories
ଫଟୋ ଖବର

ପୃଥିବୀର ଦୁଇ ବୃହତ୍ତକାୟ ପଶୁ ହାତୀ ଓ ଗଣ୍ଢା ପରସ୍ପର ମଧ୍ୟରେ କରୁଛନ୍ତି ଆଲିଙ୍ଗନ

ପୃଥିବୀର ଦୁଇ ବୃହତ୍ତକାୟ ପଶୁ ହାତୀ ଓ ଗଣ୍ଢା ପରସ୍ପର ମଧ୍ୟରେ କରୁଛନ୍ତି ଆଲିଙ୍ଗନ

Categories
ଆଜିର ଖବର ଜାତୀୟ ଖବର

ପାଞ୍ଚ କୋଟିର ମାଲିକ ହେଲେ ହାତୀ

ବିହାର : ନିକଟରେ କେରଳରେ ଘଟିଥିବା ଗର୍ଭିଣୀ ହାତୀ ମୃତ୍ୟୁକୁ ନେଇ ସାରା ଦେଶରେ ଉଠିଥିବା ଉତ୍ତେଜନା କମିନଥିବାବେଳେ  ଏବେ ପୁଣି ଏକ ହାତୀ ସମ୍ପର୍କିତ ଖବର ଚର୍ଚ୍ଚାକୁ ଆସିଛି । ବିହାରର ଜଣେ ବ୍ୟକ୍ତି ନିଜ ନାମରେ ଥିବା ସମସ୍ତ ସମ୍ପତ୍ତିକୁ ଦୁଇ ହାତୀଙ୍କ ନାମରେ କରିଦେଇଛନ୍ତି । ତାଙ୍କ ନାମରେ ଥିବା  ପ୍ରାୟ ପାଞ୍ଚ କୋଟିର ସମ୍ପତ୍ତିର ମାଲିକ ହୋଇଛନ୍ତି ଦୁଇ ହାତୀ ।

ବିହାରର ଏହି ବ୍ୟକ୍ତି ଜଣକ ହେଉଛନ୍ତି ଅଖତର୍‌ ଇମାମ୍‌ । ସେ ତାଙ୍କର ଦୁଇ ହାତୀ ମୋତି ଓ ରାନୀଙ୍କ ନାମରେ ସମସ୍ତ ସମ୍ପତ୍ତି କରି ଦେଇଛନ୍ତି । ଇମାମ୍‌ ଐରବତ୍‌ ସଂସ୍ଥାର ମୁଖ୍ୟ ପ୍ରବନ୍ଧକ ରୂପେ ଅବସ୍ଥାପିତ । ସେ ତାଙ୍କ ସମ୍ପୂର୍ଣ୍ଣ ଜୀବନ ହାତୀଙ୍କ ପାଇଁ ସମର୍ପିତ କରିଛନ୍ତି ।

ମୃତ୍ୟୁ ମୁଖରୁ ଅଖତରଙ୍କୁ ବଞ୍ଚାଇଥିବା ହାତୀଙ୍କୁ ସେ ତାଙ୍କର ଉତ୍ତରାଧିକାରୀ ରୂପେ ସମସ୍ତ ସମ୍ପତ୍ତିର ମାଲିକ କରିଦେଇଛନ୍ତି । ଅଖତରଙ୍କ କହିବାନୁଯାୟୀ ଥରେ ଏକ ତାଙ୍କ ଉପରେ ହତ୍ୟା ଉଦ୍ୟମ କରାଯାଉଥିବା ସମୟରେ ଏହି ହାତୀମାନେ ତାଙ୍କ ଜୀବନ ରକ୍ଷା କରିଥିଲେ । କିଛି ବଦମାସ ବନ୍ଧୁକ ଧରି ତାଙ୍କୁ ଗୁଳି କରିବା ସମୟରେ ହାତୀମାନେ  ଚିତ୍କାର କରିବା ଯୋଗୁଁ ବଦମାସ୍‌ ମାନେ ଡରି କରି ପଳାଇଥିଲେ ।

ଅଖତରଙ୍କ ଏକ ପୁତ୍ର ଥିବାବେଳେ ସେ ତାଙ୍କ ପ୍ରେମିକା ତାଙ୍କ ଉପରେ ମିଥ୍ୟା ଦୁଷ୍କର୍ମ ମାମଲା ଆଣି ଜେଲ୍‌ ପଠାଇଥିଲେ । ଯଦି ତଦନ୍ତ ପରେ  ଏପରି ମିଥ୍ୟାଭିଯୋଗରୁ ସେ ବର୍ତ୍ତିଥିଲେ । କିନ୍ତୁ ଅଖତର୍‌ କହିଛନ୍ତି ଯେ, ତାଙ୍କ ପୁତ୍ର ପଶୁ ତସ୍କରଙ୍କ ମିଶି ହାତୀ ବିକ୍ରି କରିବା ପାଇଁ ଯୋଜନା କରୁଥିବା ସମୟରେ ଧରାପଡିଥିଲେ । ପୁତ୍ରର ଏପରି କାର୍ଯ୍ୟ ଦେଖି ସେ ତାଙ୍କର ସମସ୍ତ ସମ୍ପତ୍ତିକୁ ହାତୀ ନାମରେ କରି ଦେଇଛନ୍ତି । ଯଦି ହାତୀମାନେ ସୁରକ୍ଷିତ ନରହିବେ ତେବେ ପରିବାର କୌଣସି ସଦ୍ୟସଙ୍କୁ କିଛି ମିଳିବ ନାହିଁ ବୋଲି ସର୍ତ୍ତ ରଖିଛନ୍ତି । ସେ 10ବର୍ଷ ହେବ ନିଜ ସ୍ତ୍ରୀ ଓ ପିଲାଙ୍କଠାରୁ ଅଲଗା ରହୁଛନ୍ତି ।

ଅଖତର୍‌ 12 ବର୍ଷରୁ ହାତୀମାନଙ୍କର ସେବା କରୁଛନ୍ତି । ପାରିବାରିକ ବିବାଦ ଯୋଗୁଁ 10 ବର୍ଷ ପୂର୍ବେ ତାଙ୍କ ସ୍ତ୍ରୀ ଦୁଇପୁଅ ଓଙ ଗୋଟିଏ ଝିଅକୁ ନେଇ ତାଙ୍କ ବାପଘରକୁ ଚାଲିଯାଇଥିଲେ । ନିଜ ବଡପୁଅର ଦୁର୍ବ୍ୟବହାର ତଥା ଖରାପ ସଙ୍ଗ ଯୋଗୁଁ ତାଙ୍କୁ ସମ୍ପତ୍ତିରୁ ବଞ୍ଚିତ କରିଛନ୍ତି ଅଖଦର୍‌ । ସମ୍ପତ୍ତିର ଅଧା ଭାଗ  ନିଜ ସ୍ତ୍ରୀଙ୍କ ନାମରେ କରିଥିବାବେଳେ ନିଜ ନାମରେ ଥିବା ଅଧା ସମ୍ପତ୍ତି ପ୍ରାୟ 5 କୋଟିର ସମ୍ପତ୍ତିକୁ ଦୁଇ ହାତୀଙ୍କନାମରେ କରିଛନ୍ତି । ଏହି ସମ୍ପତ୍ତି ମଧ୍ୟରେ ଘର ବାଡି ଜମି, ବ୍ୟାଙ୍କ ବାଲାନ୍ସ ଆଦି ରହିଛି ।  ଯଦି ଦୁଇ ହାତୀଙ୍କର ମୃତ୍ୟୁ ହୋଇଯାଏ ତେବେ ଏହି ସମସ୍ତ ସମ୍ପତ୍ତି ଐରାବତ୍‌ ସଂସ୍ଥାଙ୍କ ନିକଟକୁ ଚାଲିଯିବ ବୋଲି କହିଛନ୍ତି ଅଖତର୍‌ । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ହାତୀ ମୃତ୍ୟୁକୁ ନେଇ ମତ ରଖିଲେ ଜାଭାଡେକର୍‌ : ପଶୁ ହତ୍ୟା ଭାରତର ସଂସ୍କୃତି ନୁହେଁ

ଥିରୁଅନନ୍ତପୁରମ୍‌ : କେରଳର ମଲ୍ଲାପୁରମ୍‌ରେ ଘଟିଥିବା ବର୍ବର ହାତୀ ମୃତ୍ୟୁ ମାମଲାକୁ ନେଇ ନିଜୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭାଡେକର୍ । ବାଣ ଖାଇବାକୁ ଦେଇ ପଶୁ ହତ୍ୟା କରିବା ଭାରତୀୟ ସଂସ୍କୃତିର ପରିଚୟ ନୁହେଁ ବୋଲି ଗୁରୁବାର ମତ ପ୍ରକାଶ କରି କହିଛନ୍ତି ଜାଭାଡେକର । ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଆଇନ୍‌ ସମ୍ମୁଖକୁ ଆଣିବାରେ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରୟାସ କରାଯିବ ବୋଲି ଜାଭାଡେକର ଟ୍ବିଟ୍‌ କରିଛନ୍ତି ।

ଏହି ବର୍ବର କାଣ୍ଡ ପରେ ଜାତୀୟ ବନ୍ୟ ପ୍ରାଣୀ ଆଇନ୍‌ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଫିଲ୍ମ କଳାକାରଙ୍କ ଠାରୁ ଆରମ୍ଭ କରି ରାଜନେତା ମାନେ ଦୁଃଖ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, 27 ତାରିଖରେ କିଛି ଲୋକ ସପୁରୀ ଭିତରେ ବାଣ ପୂରାଇ ଗର୍ଭବତୀ ହାତୀକୁ ଖାଇବାକୁ ଦେଇଥିଲେ । ହାତୀଟି ସପୁରୀ ଖାଇବା ମାତ୍ରେ, ପାଟିରେ ବାଣ ଫୁଟିଯାଇଥିଲା । ଯନ୍ତ୍ରଣା ଜର୍ଜରିତ ହାତୀଟି ନଦୀ ଭିତରକୁ ପଶିଯାଇ ପ୍ରାଣ ହରାଇଥିଲା । (ଏଜେନ୍ସି)

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଟଗାଁରେ ହାତୀ ଆକ୍ରମଣରେ ମହିଳାଙ୍କ ପ୍ରାଣହାନି

କନ୍ଦର୍ପ ବେହରା
ରେଢାଖୋଲ: ଆଜି ନାକଟିଦେଉଳ ବ୍ଲକର ବାଟଗାଁରେ ଜଣେ ମହିଳା ପତ୍ର ତୋଳାଳିିଙ୍କୁ ହାତୀ ଦଳି ଦେଇଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ ନାକ୍‌ଟିଦେଉଳ ରେଞ୍ଜ ଅଧିନସ୍ଥ ବାଟଗାଁ ପଂଚାୟତର ବେଠିଆବେନି ଗ୍ରାମରେ ଜଣେ ମହିଳା ପତ୍ର ତୋଳି ଯାଇଥିବା ବେଳେ ଜଙ୍ଗଲରେ ହାତୀ ସାମ୍ନାରେ ପଡିଯାଇଥିଲେ। ହାତୀଟି ଦଳିଦେଇ ସେଠାରୁ ଜଙ୍ଗଲ ଆଡକୁ ପଳାଇଥିବା ଖବର ହସ୍ତଗତ ହୋଇଛି। ମୃତ ମହିଳା ଜଣଙ୍କ ହେଲେ ଦମୟନ୍ତୀ ଦେହୁରୀ (୬୫)। ବହୁ ସମୟ ଧରି ସେ ଘରକୁ ନ ଆସିବାରୁ ଖୋଜାଖୋଜି ପରେ ତାଙ୍କର ମୃତ ଦେହ ପରିବାର ଲୋକେ ପାଇ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ଖବର ଲେଖାହେବା ପର୍ଯ୍ୟନ୍ତ ମୃତ ଦେହ ନିକଟରେ ଜଙ୍ଗଲ ବିଭାଗର କୌଣସି ଅଧିକାରୀ ପହଂଚି ନ ଥିବାର ସୂଚନା ହସ୍ତଗତ ହୋଇଛି।

ନାକଟିଦେଉଳ ରେଞ୍ଜ ଅଧିକାରୀ ଅଶ୍ୱିନୀ ବେହେରାଙ୍କୁ ଯୋଗାଯୋଗ କରିବାରୁ ପୋଲିସ୍‌ ଆସିଲେ ଶବ ପାଖକୁ ଯାଇ ସେ କେଉଁ ଅଂଚଳରେ ମୃତ୍ୟୁବରଣ କରିଛି ସବିଶେଷ ତଥ୍ୟ ଦେଇ ପାରିବୁ ବୋଲି ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ଏମିତି ବାରମ୍ବାର ରେଢାଖୋଲ ସବଡିଭିଜନରେ ହାତୀ ହାବୁଡରେ ପଡି ବହୁ ଧନ ଜୀବନ ଯାଉଥିବାର ନଜିର ରହିଛି। ଦିନକୁ ଦିନ ଜଙ୍ଗଲ ଧ୍ୱଂସ ପାଇବା ଫଳରେ ହାତୀମାନେ ଗାଁ ଆଡକୁ ମାଡି ଆସୁଛନ୍ତି।

ନିକଟରେ ରେଢାଖୋଲ ହେମାମୁରା ଗ୍ରାମରେ ମଧ୍ୟ ଜଣେ ମହିଳାକୁ ହାତୀ ଦଳିଦେବା ସହ ବାଟଗାଁ ପଂଚାୟତର ବିନ୍ଧପୁର ଗ୍ରାମରେ ମଧ୍ୟ ଜଣେ ମହିଳାକୁ ହାତୀ ମାରିଦେଇଥିଲା। ମୃତ ମହିଳାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ସଙ୍କଟରେ ଗଜରାଜ : ପୁଣି ଏକ ହାତୀଛୁଆାର ମୃତ୍ୟୁ

କନ୍ଦର୍ପ ବେହେରା
ରେଢାଖୋଲ : ପୁଣି ଏକ ହାତୀ ଛୁଆାର ମୃତ୍ୟୁ ଘଟିଛି । ରେଢାଖୋଲ ଡିଭିଜନ ବଡମାଳ ରେଞ୍ଜ ଅଧିନସ୍ଥ ସାଗଜୁରି ବିଟ୍‌ରେ ଏହି ଦୁର୍ଘଟଣା ଘଟିଛି । ବଡମାଳ ନିକଟସ୍ଥ କଉଡିଆପାଲି ଖସଡା ଜଙ୍ଗଲରେ ଏହି ହାତୀ ଛୁଆର ମୃତଦେହ ଜଙ୍ଗଲ ବିଭାଗ ଜବତ କରିଛି । ଦୁଇ ବର୍ଷର ଏହି ହାତୀ ଛୁଆଟି 3 ଦିନ ହେଲା ଜଙ୍ଗଲରେ ମରି ପଡିଥିବା ଜଣାପଡିଛି । ରେଢାଖୋଲ ଡିଏଫ୍‌ଓ ସଂଗ୍ରାମକେଶରୀ ବେହେରା ଖବର ପାଇ ଜଙ୍ଗଲକୁ ଯାଇ ହାତୀ ଛୁଆଟିର ମୃତ ଶରୀର ଉଦ୍ଧାର କରିଥିଲେ । ରେଞ୍ଜ ଅଫିସର ରମେଶ ପ୍ରସାଦ କର୍ଣ , ଡେପୁଟୀ ରେଞ୍ଜ ଅଫିସର ପ୍ରଦୀପ ସେଠୀ, ଫରେଷ୍ଟର ପ୍ରବୀଣ କୁମାର ପ୍ରଧାନ, ତ୍ରିନାଥ ଭବସାଗର ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ । ମୃତ ହାତୀ ଛୁଆଟିକୁ ପ୍ରାଣୀଚିକିତ୍ସକ ପ୍ରଦୀପ ସାହୁ ବ୍ୟବଚ୍ଛେଦ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ହାତୀପଲଙ୍କ ଚଳାଚଳ ପାଇଁ ଟ୍ରେନକୁ ସତର୍କ ସୂଚନା

ସମୀକ୍ଷା ବ୍ୟୁରୋ

ଗଞ୍ଜାମ: ହାତୀପଲଙ୍କ ଚଳାଚଳ ପାଇଁ ଟ୍ରେନକୁ ସତର୍କ ସୂଚନା ଜାରି କରାଯାଇଛି। ଦୁର୍ଘଟଣା ଏଡ଼ାଇବାକୁ ଏହି ପ୍ରକାର ସୂଚନା ଜାରି କରାଯାଇଛି। ନିକଟରେ ଟ୍ରେନ୍‌ ଲାଗି ହାତୀ ମୃତ୍ୟ ସଂଖ୍ୟା ବଢିବାରେ ଲାଗିଛି। ରାତି ସମୟରେ ଟ୍ରେନ ଇଚ୍ଛାପୁର ଅତିକ୍ରମ କରିବା ବେଳେ ସତର୍କ ରହିବାକୁ ସୂଚନା ଜାରି କରାଯାଇଛି। ଉଚ୍ଚ ଶବ୍ଦରେ ହର୍ଣ୍ଣ ବଜାଇ ଓ ଗତି କମ କରି ଚଳାଇବାକୁ ଟ୍ରେନକୁ ସୂଚନା ଦିଆଯାଇଛି। ସୋରଡ଼ା ଜଙ୍କସନ ରେଳ ଧାରଣା ନିକଟ ପାହାଡ଼ି ଗୁମ୍ଫାରେ ହାତୀପଲ ଠାବ କରାଯାଇଛି। କୌଣସି ପ୍ରକାର ଦୁର୍ଘଟଣା ଯେପରି ନ ଘଟେ ସେନେଇ ବ୍ରହ୍ମପୁର ରେଳଷ୍ଟେସନ ଓ ରେଳ ବିଭାଗକୁ ବନ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।

Categories
ଆଜିର ଖବର

ହାତୀ ଆକ୍ରମଣରେ ୫ମୃତ୍ୟୁ

ଅନୁଗୁଳର ସନ୍ଥପଡାରେ ଏକ ହାତୀ ଅଭାବନୀୟ କାଣ୍ଡ ଘଟାଇଛି। ଏହି ଗାଁରେ ହାତୀଟି ପାଞ୍ଚ ଜଣଙ୍କୁ ଦଳି ମାରି ଦେଇଛି। ଏଥିରେ ଗୋଟିଏ ପରିବାରର ଚାରି ଜଣ ସଦସ୍ୟ ଥିବା ଜଣାପଡ଼ିଛି। ପୋଲିସ ଓ ବନ ବିଭାଗ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି। ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଷଣ୍ଢ ଗାଁରେ ଗୋଟିଏ ପରିବାରର ବାପା, ଝିଅ ଓ ପିଉସୀ ଙ୍କୁ ହାତୀ ଦଳି ମାରି ଦେଇଛି। ସେମାନେ ହେଲେ କାଳିଆ ସଅର, ଝିଅ ଅନିତା ସଅର ଓ ଭଉଣୀ ସାରଥୀ ସଅର। ଏମାନେ ଇଟାଭାଟିରେ କାମ କରିବାକୁ ଆସିଥିବା ବେଳେ ଏହି ଆକ୍ରମଣର ଶିକାର ହୋଇଛନ୍ତି। ସେହିପରି ଅନ୍ୟ ଜଣେ ୭୦ବର୍ଷୀୟ ବୃଦ୍ଧା ମଧ୍ୟ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ଏନେଇ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରାଯାଇଥିବା ବେଳେ ବନ ବିଭାଗ ତରଫରୁ ହାତୀଟିକୁ ଘଉଡାଇ ଦିଆଯାଇଛି। ପୋଲିସ ଓ ବନବିଭାଗ ପକ୍ଷରୁ ତଦନ୍ତ ଚାଲିଛି। ଓଡିଶା ବନ ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିଗତ ୯ବର୍ଷ ମଧ୍ୟରେ ହାତୀ ଆକ୍ରମଣରେ ୬୬୧ ପ୍ରାଣହାନି ଘଟିଥିବା ବେଳେ ୬୯୪ ହାତୀ ପ୍ରାଣ ହରାଇଛନ୍ତି। ବିଗତ ବର୍ଷ ୯୧ ହାତୀ ପ୍ରାଣ ହରାଇଥିବା ବେଳେ ହାତୀ ଆକ୍ରମଣରେ ୯୨ ଜଣଙ୍କ ପ୍ରାଣହାନି ଘଟିଛି।