ପାଞ୍ଚ କୋଟିର ମାଲିକ ହେଲେ ହାତୀ

Published: Jun 11, 2020, 11:53 am IST

ବିହାର : ନିକଟରେ କେରଳରେ ଘଟିଥିବା ଗର୍ଭିଣୀ ହାତୀ ମୃତ୍ୟୁକୁ ନେଇ ସାରା ଦେଶରେ ଉଠିଥିବା ଉତ୍ତେଜନା କମିନଥିବାବେଳେ  ଏବେ ପୁଣି ଏକ ହାତୀ ସମ୍ପର୍କିତ ଖବର ଚର୍ଚ୍ଚାକୁ ଆସିଛି । ବିହାରର ଜଣେ ବ୍ୟକ୍ତି ନିଜ ନାମରେ ଥିବା ସମସ୍ତ ସମ୍ପତ୍ତିକୁ ଦୁଇ ହାତୀଙ୍କ ନାମରେ କରିଦେଇଛନ୍ତି । ତାଙ୍କ ନାମରେ ଥିବା  ପ୍ରାୟ ପାଞ୍ଚ କୋଟିର ସମ୍ପତ୍ତିର ମାଲିକ ହୋଇଛନ୍ତି ଦୁଇ ହାତୀ ।

ବିହାରର ଏହି ବ୍ୟକ୍ତି ଜଣକ ହେଉଛନ୍ତି ଅଖତର୍‌ ଇମାମ୍‌ । ସେ ତାଙ୍କର ଦୁଇ ହାତୀ ମୋତି ଓ ରାନୀଙ୍କ ନାମରେ ସମସ୍ତ ସମ୍ପତ୍ତି କରି ଦେଇଛନ୍ତି । ଇମାମ୍‌ ଐରବତ୍‌ ସଂସ୍ଥାର ମୁଖ୍ୟ ପ୍ରବନ୍ଧକ ରୂପେ ଅବସ୍ଥାପିତ । ସେ ତାଙ୍କ ସମ୍ପୂର୍ଣ୍ଣ ଜୀବନ ହାତୀଙ୍କ ପାଇଁ ସମର୍ପିତ କରିଛନ୍ତି ।

ମୃତ୍ୟୁ ମୁଖରୁ ଅଖତରଙ୍କୁ ବଞ୍ଚାଇଥିବା ହାତୀଙ୍କୁ ସେ ତାଙ୍କର ଉତ୍ତରାଧିକାରୀ ରୂପେ ସମସ୍ତ ସମ୍ପତ୍ତିର ମାଲିକ କରିଦେଇଛନ୍ତି । ଅଖତରଙ୍କ କହିବାନୁଯାୟୀ ଥରେ ଏକ ତାଙ୍କ ଉପରେ ହତ୍ୟା ଉଦ୍ୟମ କରାଯାଉଥିବା ସମୟରେ ଏହି ହାତୀମାନେ ତାଙ୍କ ଜୀବନ ରକ୍ଷା କରିଥିଲେ । କିଛି ବଦମାସ ବନ୍ଧୁକ ଧରି ତାଙ୍କୁ ଗୁଳି କରିବା ସମୟରେ ହାତୀମାନେ  ଚିତ୍କାର କରିବା ଯୋଗୁଁ ବଦମାସ୍‌ ମାନେ ଡରି କରି ପଳାଇଥିଲେ ।

ଅଖତରଙ୍କ ଏକ ପୁତ୍ର ଥିବାବେଳେ ସେ ତାଙ୍କ ପ୍ରେମିକା ତାଙ୍କ ଉପରେ ମିଥ୍ୟା ଦୁଷ୍କର୍ମ ମାମଲା ଆଣି ଜେଲ୍‌ ପଠାଇଥିଲେ । ଯଦି ତଦନ୍ତ ପରେ  ଏପରି ମିଥ୍ୟାଭିଯୋଗରୁ ସେ ବର୍ତ୍ତିଥିଲେ । କିନ୍ତୁ ଅଖତର୍‌ କହିଛନ୍ତି ଯେ, ତାଙ୍କ ପୁତ୍ର ପଶୁ ତସ୍କରଙ୍କ ମିଶି ହାତୀ ବିକ୍ରି କରିବା ପାଇଁ ଯୋଜନା କରୁଥିବା ସମୟରେ ଧରାପଡିଥିଲେ । ପୁତ୍ରର ଏପରି କାର୍ଯ୍ୟ ଦେଖି ସେ ତାଙ୍କର ସମସ୍ତ ସମ୍ପତ୍ତିକୁ ହାତୀ ନାମରେ କରି ଦେଇଛନ୍ତି । ଯଦି ହାତୀମାନେ ସୁରକ୍ଷିତ ନରହିବେ ତେବେ ପରିବାର କୌଣସି ସଦ୍ୟସଙ୍କୁ କିଛି ମିଳିବ ନାହିଁ ବୋଲି ସର୍ତ୍ତ ରଖିଛନ୍ତି । ସେ 10ବର୍ଷ ହେବ ନିଜ ସ୍ତ୍ରୀ ଓ ପିଲାଙ୍କଠାରୁ ଅଲଗା ରହୁଛନ୍ତି ।

ଅଖତର୍‌ 12 ବର୍ଷରୁ ହାତୀମାନଙ୍କର ସେବା କରୁଛନ୍ତି । ପାରିବାରିକ ବିବାଦ ଯୋଗୁଁ 10 ବର୍ଷ ପୂର୍ବେ ତାଙ୍କ ସ୍ତ୍ରୀ ଦୁଇପୁଅ ଓଙ ଗୋଟିଏ ଝିଅକୁ ନେଇ ତାଙ୍କ ବାପଘରକୁ ଚାଲିଯାଇଥିଲେ । ନିଜ ବଡପୁଅର ଦୁର୍ବ୍ୟବହାର ତଥା ଖରାପ ସଙ୍ଗ ଯୋଗୁଁ ତାଙ୍କୁ ସମ୍ପତ୍ତିରୁ ବଞ୍ଚିତ କରିଛନ୍ତି ଅଖଦର୍‌ । ସମ୍ପତ୍ତିର ଅଧା ଭାଗ  ନିଜ ସ୍ତ୍ରୀଙ୍କ ନାମରେ କରିଥିବାବେଳେ ନିଜ ନାମରେ ଥିବା ଅଧା ସମ୍ପତ୍ତି ପ୍ରାୟ 5 କୋଟିର ସମ୍ପତ୍ତିକୁ ଦୁଇ ହାତୀଙ୍କନାମରେ କରିଛନ୍ତି । ଏହି ସମ୍ପତ୍ତି ମଧ୍ୟରେ ଘର ବାଡି ଜମି, ବ୍ୟାଙ୍କ ବାଲାନ୍ସ ଆଦି ରହିଛି ।  ଯଦି ଦୁଇ ହାତୀଙ୍କର ମୃତ୍ୟୁ ହୋଇଯାଏ ତେବେ ଏହି ସମସ୍ତ ସମ୍ପତ୍ତି ଐରାବତ୍‌ ସଂସ୍ଥାଙ୍କ ନିକଟକୁ ଚାଲିଯିବ ବୋଲି କହିଛନ୍ତି ଅଖତର୍‌ । (ଏଜେନ୍ସି)

Related posts