Categories
ଆଜିର ଖବର ଜାତୀୟ ଖବର

ମୋଦିଙ୍କ ସମ୍ପତ୍ତି ବଢ଼ିଲା, ଜାଣନ୍ତୁ କେଉଁଠି ରଖିଛନ୍ତି କେତେ ଟଙ୍କା ?

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପତ୍ତିରେ ବୃଦ୍ଧି ହୋଇଛି  । ଗତ 15 ମାସ ମଧ୍ୟରେ ମୋଦିଙ୍କ ସମ୍ପତ୍ତିରେ 36.53 ଲକ୍ଷ ବଢିଛି ।  ତେବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମ୍ପତି ହ୍ରାସ ପାଇଛି  । ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନଙ୍କର ସମ୍ପତି ତାଲିକାରୁ ଏହା ଜଣାପଡ଼ିଛି  । 2020 ଜୁନ 30 ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତି ମୂଲ୍ୟ 2.85 କୋଟି ଟଙ୍କା ହୋଇଛି  । ଗତ ବର୍ଷ ଅପେକ୍ଷା ଏହା ସାମାନ୍ୟ ଅଧିକ  । ମୋଦି ନିଜ ଦରମାରୁ ଅଧିକ ଅର୍ଥ ସଂଚୟ କରୁଛନ୍ତି  । ଯେତେବେଳେକି କରୋନା ପାଇଁ ସେୟାର ବଜାର ଦୁର୍ବଳ ଥିବାରୁ ଅମିତ ଶାହାଙ୍କ ସମ୍ପତ୍ତି 32.3 କୋଟିରୁ 28.6 କୋଟିକୁ ହ୍ରାସ ପାଇଛି  । ମୋଦି ନିଜ ରୋଜଗାରର ବଡ଼ ଅଂଶ ଟର୍ମ ଡିପୋଜିତ ଓ ସେଭିଂସ ଆକାଉଂଟରେ ରଖୁଛନ୍ତି  । ମୋଦିଙ୍କ ନିକଟରେ 31 ହଜାର 450ଟଙ୍କା କ୍ୟାଶ ଥିବାବେଳେ ଗାନ୍ଧିନଗର ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବ୍ରାଞ୍ଚରେ ତାଙ୍କ ବ୍ୟାଙ୍କ ଖାତାରେ 3 ଲକ୍ଷ 38 ହଜାର 173 ଟଙ୍କା ଜମା ରହିଛି । ପ୍ରଧାନମନ୍ତ୍ରୀ ଏସ୍‌ବିଆଇର ଏହି ଶାଖାରେ ଫିକ୍ସ ଡିପୋଜିଟ୍‌ କରିଛନ୍ତି । ଗତ ବର୍ଷ ଏହାର ଭ୍ୟାଲୁ 1 କୋଟି 27 ଲକ୍ଷ 81 ହଜାର 574 ରହିଥିବାବେଳେ  ଜୁନ୍‌ 30, 2020 ସୁଦ୍ଧା ଏହା ବଢି 1 କୋଟି 60 ଲକ୍ଷ 28 ହଜାର 039ରେ ପହଞ୍ଚିଛି । ମୋଦିଙ୍କର ଏନଏସସି ଓ ଇନଫ୍ରା ବଣ୍ଡ ମଧ୍ୟ ରହିଛି । ଏନଏସସିରେ 8 ଲକ୍ଷ 43 ହଜାର 124ଟଙ୍କା ରହିଥିବାବେଳେ 1 ଲକ୍ଷ 50 ହଜାର 957 ଟଙ୍କାର  ଜୀବନବୀମା ପଲିସି ରହିଛି । ସେହିପରି ସେ 20 ହଜାର ଟଙ୍କାର ଇନଫ୍ରା ବଣ୍ଡ ମଧ୍ୟ କିଣିଛନ୍ତି  । ଅପରପକ୍ଷରେ ମୋଦିଙ୍କ ନାମରେ ଗାନ୍ଧୀନଗରରେ ଯେଉଁ ଘର ରହିଛି ତାହାର ମୂଲ୍ୟ 1 କୋଟି 1 ଲକ୍ଷ ଟଙ୍କା । ମୋଦି କେଉଁଠାରୁ ଋଣ କରିନଥିବାବେଳେ ତାଙ୍କ ପାଖରେ କାର ନାହିଁ  । ତେବେ ତାଙ୍କପାଖରେ 4ଟି ସୁନା ମୁଦି ରହିଛି।

ଅପରପକ୍ଷରେ ଅମିତ୍‌ ଶାହାଙ୍କ ସମ୍ପତ୍ତି ହ୍ରାସ ପାଇଛି । 2020 ବର୍ଷରେ ଜୁନ୍‌ ମସିହରେ ତାଙ୍କର ମୋଟ୍‌ ସମ୍ପତ୍ତି 28 ,63 କୋଟି ରହିଛି, ଯେତେବେଳେ  ଗତ ଲୋକସଭା ନିର୍ବାଚନ ସମୟରେ ତାଙ୍କ ସମ୍ପତ୍ତି 32.,3 କୋଟି ରହିଥିଲା । ସେହିପରି ଅମିତ୍‌ ଶାହାଙ୍କ ନିକଟରେ 15 ହଜାର 814 ଟଙ୍କା କ୍ୟାସ୍‌ ରହିଥିବାବେଳ 1.04 କୋଟିର ବ୍ୟାଙ୍କ ବାଲାନ୍ସ ଓ ଇନ୍ସୋରାନ୍ସ ରହିଛି । ଏହା ସହିତ 13. 47 ଲକ୍ଷର ପେନସନ୍‌ ପିଲିସି, 2.79 ଲକ୍ଷର ଫିକ୍ସଡ ଡିପୋଜିଟ୍‌ ସ୍କିମ୍‌ ଓ 44.47 ଲକ୍ଷର ଜୁଏଲାରୀ ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦୁଇ ସ୍ତ୍ରୀଙ୍କ ମଧ୍ୟରେ ସମ୍ପତ୍ତି ସହ ସ୍ବାମୀଙ୍କ ସମୟର ମଧ୍ୟ ହେଲା ଭାଗବଣ୍ଟା, ଜାଣନ୍ତୁ କିପରି

ମୋରଦାବାଦ :  ନାରୀ  ମଙ୍ଗଳ କେନ୍ଦ୍ରରୁ ଏକ ଅନନ୍ୟ ଭାଗବଣ୍ଟାର ଖବର ମିଳିଛି। ଦୁଇ ସ୍ତ୍ରୀଙ୍କ ମଧ୍ୟରେ ସ୍ବାମୀଙ୍କର କେବଳ ସମ୍ପତ୍ତି ନୁହେଁ ସମୟକୁ ମଧ୍ୟ ବଣ୍ଟାଯାଇଛି । ଏହି ଭାଗବଣ୍ଟାରେସ୍ବାମୀ ଜଣକ ସହମତି ଜଣାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ମୁଗଲାପୁରା ଥାନା ଅଞ୍ଚଳରେ ରହୁଥିବା ନୌଶାଦ ଅଲ୍ଲୀ ଦିଲ୍ଲୀର ଜଣେ ବ୍ୟବସାୟୀ । ପ୍ରଥମ ପତ୍ନୀ ମୁମୁତାଜଙ୍କ ଔରସରୁ ସାତୋଟି ସନ୍ତାନ ଥିବାବେଳେ ନୌଶାଦ ରୁହୀ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । ସେହିପରି ନୌଶାଦ ଓ ରୁହୀଙ୍କ ଔରସରୁ ମଧ୍ୟ ଜଣେ ସନ୍ତାନ ରହିଛି । ପ୍ରଥମ ପତ୍ନୀଙ୍କୁ ସ୍ବାମୀଙ୍କର ଦ୍ବିତୀୟ ବିବାହ କଥା ଜଣାପଡିବାର ପରେ ସମ୍ପତ୍ତି ପାଇଁ ବିବାଦ ଆରମ୍ଭ ହୋଇଥିଲା । ଏହି ବିବାଦ ଏତେ ତୀବ୍ରତର ହେଲା ଯେ, ପରିଶେଷରେ ଏହି ଘଟଣା ପୋଲିସ୍‌ ସାମ୍ନାକୁ ଆସିଲା । ମାମଲାର ଗମ୍ଭୀରତା ବୁଝି ବରିଷ୍ଠ ପୋଲିସ ଅଧୀକ୍ଷକ ଏହି ଘଟଣାକୁ ନାରୀ ମଙ୍ଗଳ କେନ୍ଦ୍ରକୁ ପଠାଇଥିଲେ । ନୌସାଦ ଓ ଦୁଇ ସ୍ତ୍ରୀଙ୍କୁ ସେଠାକୁ ଡକାଯାଇ ତାଙ୍କ ସହିତ କଥାବାର୍ତ୍ତା କରାଯାଇ ନିଷ୍‌ପତ୍ତି ନିଆଯାଇଥିଲଶ ।

ନିଷ୍ପତ୍ତି ଅନୁଯାୟୀ ନୌସାଦ ଅଲ୍ଲୀ ପ୍ରଥମ ସ୍ତ୍ରୀଙ୍କ ପ୍ରତ୍ୟେକ ସନ୍ତାନଙ୍କ ପାଇଁ ପ୍ରତିଦିନ ନଅଶହ ଟଙ୍କା ଦେବେ  । ଦିଲ୍ଲୀରୁ ଯେବେ ମୁରଦାବାଦ ଫେରିବେ, ସେହି ସମୟରେ ସେ ପ୍ରଥମ ସ୍ତ୍ରୀଙ୍କ ଘରକୁ ଯିବେ । ସେହିପରି ସେଠାରେ ଗୋଟିଏ ଦିନ ଗୋଟିଏ ରାତି ରହିବା ପରେ ଦ୍ବିତୀୟ ଦିନ ଦ୍ବିତୀୟ ସ୍ତ୍ରୀଙ୍କ ପାଖକୁ ଯିବେ । ସେହିପରି ପ୍ରଥମ ସ୍ତ୍ରୀଙ୍କ ସନ୍ତାନଙ୍କ ଡ୍ରେସ୍‌ ତଥା ପୋଷାକପତ୍ର କିଣିବାର ଦାୟିତ୍ବ ମଧ୍ୟ ନେବେ । ସ୍ବାମୀକୁ ନଜଣାଇ ପ୍ରଥମ ସ୍ତ୍ରୀ କୁଆଡେ ଯିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିବାବେଳେ ଦୁଇଜଣ ସ୍ତ୍ରୀ ଦୁହିଁଙ୍କ ଘରକୁଯିବା ଆସିବା କରିପାରିବେ । ନାରୀ ମଙ୍ଗଳ କେନ୍ଦ୍ରର ସମସ୍ତ ନିଷ୍ପତ୍ତିରେ ତିନି ପକ୍ଷ ଯାକ ସମ୍ମତି ଜଣାଇଥିବାର ଜଣାପଡିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ପାଞ୍ଚ କୋଟିର ମାଲିକ ହେଲେ ହାତୀ

ବିହାର : ନିକଟରେ କେରଳରେ ଘଟିଥିବା ଗର୍ଭିଣୀ ହାତୀ ମୃତ୍ୟୁକୁ ନେଇ ସାରା ଦେଶରେ ଉଠିଥିବା ଉତ୍ତେଜନା କମିନଥିବାବେଳେ  ଏବେ ପୁଣି ଏକ ହାତୀ ସମ୍ପର୍କିତ ଖବର ଚର୍ଚ୍ଚାକୁ ଆସିଛି । ବିହାରର ଜଣେ ବ୍ୟକ୍ତି ନିଜ ନାମରେ ଥିବା ସମସ୍ତ ସମ୍ପତ୍ତିକୁ ଦୁଇ ହାତୀଙ୍କ ନାମରେ କରିଦେଇଛନ୍ତି । ତାଙ୍କ ନାମରେ ଥିବା  ପ୍ରାୟ ପାଞ୍ଚ କୋଟିର ସମ୍ପତ୍ତିର ମାଲିକ ହୋଇଛନ୍ତି ଦୁଇ ହାତୀ ।

ବିହାରର ଏହି ବ୍ୟକ୍ତି ଜଣକ ହେଉଛନ୍ତି ଅଖତର୍‌ ଇମାମ୍‌ । ସେ ତାଙ୍କର ଦୁଇ ହାତୀ ମୋତି ଓ ରାନୀଙ୍କ ନାମରେ ସମସ୍ତ ସମ୍ପତ୍ତି କରି ଦେଇଛନ୍ତି । ଇମାମ୍‌ ଐରବତ୍‌ ସଂସ୍ଥାର ମୁଖ୍ୟ ପ୍ରବନ୍ଧକ ରୂପେ ଅବସ୍ଥାପିତ । ସେ ତାଙ୍କ ସମ୍ପୂର୍ଣ୍ଣ ଜୀବନ ହାତୀଙ୍କ ପାଇଁ ସମର୍ପିତ କରିଛନ୍ତି ।

ମୃତ୍ୟୁ ମୁଖରୁ ଅଖତରଙ୍କୁ ବଞ୍ଚାଇଥିବା ହାତୀଙ୍କୁ ସେ ତାଙ୍କର ଉତ୍ତରାଧିକାରୀ ରୂପେ ସମସ୍ତ ସମ୍ପତ୍ତିର ମାଲିକ କରିଦେଇଛନ୍ତି । ଅଖତରଙ୍କ କହିବାନୁଯାୟୀ ଥରେ ଏକ ତାଙ୍କ ଉପରେ ହତ୍ୟା ଉଦ୍ୟମ କରାଯାଉଥିବା ସମୟରେ ଏହି ହାତୀମାନେ ତାଙ୍କ ଜୀବନ ରକ୍ଷା କରିଥିଲେ । କିଛି ବଦମାସ ବନ୍ଧୁକ ଧରି ତାଙ୍କୁ ଗୁଳି କରିବା ସମୟରେ ହାତୀମାନେ  ଚିତ୍କାର କରିବା ଯୋଗୁଁ ବଦମାସ୍‌ ମାନେ ଡରି କରି ପଳାଇଥିଲେ ।

ଅଖତରଙ୍କ ଏକ ପୁତ୍ର ଥିବାବେଳେ ସେ ତାଙ୍କ ପ୍ରେମିକା ତାଙ୍କ ଉପରେ ମିଥ୍ୟା ଦୁଷ୍କର୍ମ ମାମଲା ଆଣି ଜେଲ୍‌ ପଠାଇଥିଲେ । ଯଦି ତଦନ୍ତ ପରେ  ଏପରି ମିଥ୍ୟାଭିଯୋଗରୁ ସେ ବର୍ତ୍ତିଥିଲେ । କିନ୍ତୁ ଅଖତର୍‌ କହିଛନ୍ତି ଯେ, ତାଙ୍କ ପୁତ୍ର ପଶୁ ତସ୍କରଙ୍କ ମିଶି ହାତୀ ବିକ୍ରି କରିବା ପାଇଁ ଯୋଜନା କରୁଥିବା ସମୟରେ ଧରାପଡିଥିଲେ । ପୁତ୍ରର ଏପରି କାର୍ଯ୍ୟ ଦେଖି ସେ ତାଙ୍କର ସମସ୍ତ ସମ୍ପତ୍ତିକୁ ହାତୀ ନାମରେ କରି ଦେଇଛନ୍ତି । ଯଦି ହାତୀମାନେ ସୁରକ୍ଷିତ ନରହିବେ ତେବେ ପରିବାର କୌଣସି ସଦ୍ୟସଙ୍କୁ କିଛି ମିଳିବ ନାହିଁ ବୋଲି ସର୍ତ୍ତ ରଖିଛନ୍ତି । ସେ 10ବର୍ଷ ହେବ ନିଜ ସ୍ତ୍ରୀ ଓ ପିଲାଙ୍କଠାରୁ ଅଲଗା ରହୁଛନ୍ତି ।

ଅଖତର୍‌ 12 ବର୍ଷରୁ ହାତୀମାନଙ୍କର ସେବା କରୁଛନ୍ତି । ପାରିବାରିକ ବିବାଦ ଯୋଗୁଁ 10 ବର୍ଷ ପୂର୍ବେ ତାଙ୍କ ସ୍ତ୍ରୀ ଦୁଇପୁଅ ଓଙ ଗୋଟିଏ ଝିଅକୁ ନେଇ ତାଙ୍କ ବାପଘରକୁ ଚାଲିଯାଇଥିଲେ । ନିଜ ବଡପୁଅର ଦୁର୍ବ୍ୟବହାର ତଥା ଖରାପ ସଙ୍ଗ ଯୋଗୁଁ ତାଙ୍କୁ ସମ୍ପତ୍ତିରୁ ବଞ୍ଚିତ କରିଛନ୍ତି ଅଖଦର୍‌ । ସମ୍ପତ୍ତିର ଅଧା ଭାଗ  ନିଜ ସ୍ତ୍ରୀଙ୍କ ନାମରେ କରିଥିବାବେଳେ ନିଜ ନାମରେ ଥିବା ଅଧା ସମ୍ପତ୍ତି ପ୍ରାୟ 5 କୋଟିର ସମ୍ପତ୍ତିକୁ ଦୁଇ ହାତୀଙ୍କନାମରେ କରିଛନ୍ତି । ଏହି ସମ୍ପତ୍ତି ମଧ୍ୟରେ ଘର ବାଡି ଜମି, ବ୍ୟାଙ୍କ ବାଲାନ୍ସ ଆଦି ରହିଛି ।  ଯଦି ଦୁଇ ହାତୀଙ୍କର ମୃତ୍ୟୁ ହୋଇଯାଏ ତେବେ ଏହି ସମସ୍ତ ସମ୍ପତ୍ତି ଐରାବତ୍‌ ସଂସ୍ଥାଙ୍କ ନିକଟକୁ ଚାଲିଯିବ ବୋଲି କହିଛନ୍ତି ଅଖତର୍‌ । (ଏଜେନ୍ସି)

Categories
ଆଜିର ଖବର

୧୪ ହଜାର କୋଟିର ସମ୍ପତ୍ତି ବାଜ୍ୟାପ୍ତ କରିଛନ୍ତି ସରକାର : ମୋଦି

ଏକ ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶ ଛାଡି ପଳାୟନ କରିଥିବା ବ୍ୟବସାୟୀଙ୍କ ନିକଟରୁ ସରକାର ୧୪ ହଜାର କୋଟିର ଅର୍ଥରାଶି ଜବତ କରିଛନ୍ତି। ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ନାମ ନନେଇ ମୋଦି କହିଛନ୍ତି, ଜଣେ ଲୋକ ୯ ହଜାର କୋଟିର ଅର୍ଥରାଶି ନେଇ ବିଦେଶ ପଳାୟନ କଲେ ସରକାର ତାଙ୍କଠାରୁ ୧୪ ହଜାର କୋଟିର ଅର୍ଥରାଶି ଆଦାୟ କରିନେଲେ। ମୋଦିଙ୍କ ଏହି ମନ୍ତବ୍ୟ ପରେ ମାଲ୍ୟା ଟ୍ବିଟ୍‌ କରି କହିଛନ୍ତି, ମୁଁ ମୋର ସମସ୍ତ ଅର୍ଥରାଶି ଫେରସ୍ତ କରିଥିବା ସତ୍ତ୍ବେ ବିଜେପି ନେତାମାନେ ମୋତେ କାହିଁକି  ଟାର୍ଗେଟ୍‌ କରୁଛନ୍ତି ମୁଁ ବୁଝି ପାରୁନାହିଁ। ନିଜ ସରକାରର ପ୍ରଶଂସା କରି ମୋଦି କହିଛନ୍ତି, ଚଳିତ ସରକାର ଏକ ନିୟମ ଆଣିଛନ୍ତି ଯାହାଦ୍ବାରା କେବଳ ଦେଶରେ ନୁହେଁ ବିଦଶରେ ଥିବା ସମସ୍ତ ସମ୍ପତ୍ତି ଏବଂ ଅର୍ଥରାଶିକୁ ବାଜ୍ୟାପ୍ତ କରି ପାରିବେ ସରକାର। ମାଲ୍ୟା ଅନ୍ୟ ଏକ ଟ୍ବିଟ୍‌ରେ କହିଛନ୍ତି, ମୋଦିଙ୍କ ସାକ୍ଷାତକାର ଦେଖିଲି, ମୋଦି ମୋତେ ବାରମ୍ବାର ପଳାୟନକାରୀ ବୋଲି କହୁଥିବା ବେଳେ ମୁଁ ୧୯୯୨ ମସିହାରୁ ୟୁକେର ନାଗରିକତ୍ବ ଗ୍ରହଣ କରିଛି ତେଣୁ ପଳାୟନ କରିବାର କଥା କେଉଁଠୁ ଆସୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।