୧୪ ହଜାର କୋଟିର ସମ୍ପତ୍ତି ବାଜ୍ୟାପ୍ତ କରିଛନ୍ତି ସରକାର : ମୋଦି

Published: Apr 1, 2019, 1:16 pm IST

ଏକ ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶ ଛାଡି ପଳାୟନ କରିଥିବା ବ୍ୟବସାୟୀଙ୍କ ନିକଟରୁ ସରକାର ୧୪ ହଜାର କୋଟିର ଅର୍ଥରାଶି ଜବତ କରିଛନ୍ତି। ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ନାମ ନନେଇ ମୋଦି କହିଛନ୍ତି, ଜଣେ ଲୋକ ୯ ହଜାର କୋଟିର ଅର୍ଥରାଶି ନେଇ ବିଦେଶ ପଳାୟନ କଲେ ସରକାର ତାଙ୍କଠାରୁ ୧୪ ହଜାର କୋଟିର ଅର୍ଥରାଶି ଆଦାୟ କରିନେଲେ। ମୋଦିଙ୍କ ଏହି ମନ୍ତବ୍ୟ ପରେ ମାଲ୍ୟା ଟ୍ବିଟ୍‌ କରି କହିଛନ୍ତି, ମୁଁ ମୋର ସମସ୍ତ ଅର୍ଥରାଶି ଫେରସ୍ତ କରିଥିବା ସତ୍ତ୍ବେ ବିଜେପି ନେତାମାନେ ମୋତେ କାହିଁକି  ଟାର୍ଗେଟ୍‌ କରୁଛନ୍ତି ମୁଁ ବୁଝି ପାରୁନାହିଁ। ନିଜ ସରକାରର ପ୍ରଶଂସା କରି ମୋଦି କହିଛନ୍ତି, ଚଳିତ ସରକାର ଏକ ନିୟମ ଆଣିଛନ୍ତି ଯାହାଦ୍ବାରା କେବଳ ଦେଶରେ ନୁହେଁ ବିଦଶରେ ଥିବା ସମସ୍ତ ସମ୍ପତ୍ତି ଏବଂ ଅର୍ଥରାଶିକୁ ବାଜ୍ୟାପ୍ତ କରି ପାରିବେ ସରକାର। ମାଲ୍ୟା ଅନ୍ୟ ଏକ ଟ୍ବିଟ୍‌ରେ କହିଛନ୍ତି, ମୋଦିଙ୍କ ସାକ୍ଷାତକାର ଦେଖିଲି, ମୋଦି ମୋତେ ବାରମ୍ବାର ପଳାୟନକାରୀ ବୋଲି କହୁଥିବା ବେଳେ ମୁଁ ୧୯୯୨ ମସିହାରୁ ୟୁକେର ନାଗରିକତ୍ବ ଗ୍ରହଣ କରିଛି ତେଣୁ ପଳାୟନ କରିବାର କଥା କେଉଁଠୁ ଆସୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।

 

 

Related posts