Categories
ଆଜିର ଖବର ଜାତୀୟ ଖବର

‘ମନ କି ବାତ୍’ ରେ ଆପଣଙ୍କ କଥା କହିବେ ପ୍ରଧାନମନ୍ତ୍ରୀ ମୋଦୀ, କରନ୍ତୁ ଏହି କାମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୮,୨୦୨୨ ପୂର୍ବାହ୍ନ ୧୧ଟା ବେଳେ ପ୍ରସାରିତ ହେବାକୁ ଥିବା ମନ କି ବାତ କାର୍ଯ୍ୟକ୍ରମର ଆଗାମୀ ଅଧ୍ୟାୟ ପାଇଁ ଦେଶବାସୀଙ୍କ ଠାରୁ ବିଚାର ଓ ମତାମତ ଆହ୍ୱାନ କରିଛନ୍ତି ।

ମନ କି ବାତ ପାଇଁ ମତାମତ MyGov, Namo Appରେ ପଠାଇ ହେବ କିମ୍ବା ୧୮୦୦-୧୧-୭୮୦୦ ନମ୍ବର ଡାଏଲ କରି ବାର୍ତ୍ତା ରେକର୍ଡ ହୋଇପାରିବ ।

MyGov ଆମନ୍ତ୍ରଣକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଅଗଷ୍ଟ ୨୮ରେ ମନ କି ବାତ୍ କାର୍ଯ୍ୟକ୍ରମ ପାଇଁ ଆପଣମାନଙ୍କ ବିଚାର ଓ ମତାମତ ଅପେକ୍ଷାରେ ରହିଲି । MyGov କିମ୍ବା Namo Appରେ ନିଜ ବିଚାର ଲେଖନ୍ତୁ । ନଚେତ, ୧୮୦୦-୧୧-୭୮୦୦ ନମ୍ବର ଡାଏଲ କରି ବାର୍ତ୍ତା ରେକର୍ଡ କରାନ୍ତୁ ।”

Categories
ଆଜିର ଖବର ଜାତୀୟ ଖବର

ଆଗକୁ ଦୈନିକ 10 ଲକ୍ଷ କରୋନା ଟେଷ୍ଟ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତା ଓ ମୁମ୍ବାଇରେ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ICMR)ର 3ଟି ନୂଆ ଲ୍ୟାବ ଉଦଘାଟନ କରିଛନ୍ତି। ଭିଡିଓ କନଫରେନ୍ସ ଜରିଆରେ ସେ ଏହି ଲ୍ୟାବଗୁଡିକର ଉଦଘାଟନ କରିଛନ୍ତି। ଆଗକୁ ଦେଶରେ ଦୈନିକ 10 ଲକ୍ଷ କରୋନା ଟେଷ୍ଟ ହେବ ବୋଲି ମୋଦି ଏହି ଅବସରରେ କହିଛନ୍ତି।

ଏହି ସମୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ସମେତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ରହିଥିଲେ ।

ଲ୍ୟାବ ଉଦଘାଟନ କରି ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି ଯେ ଆଗାମୀ ଦିନରେ ଅନେକ ପର୍ବପର୍ବାଣୀ ଆସୁଛି । ଏହି ସମୟରେ ଆମକୁ ସତର୍କ ରହିବାକୁ ପଡିବ । ଏହାସହ ଦରିଦ୍ରଙ୍କୁ ରାସନ ଯୋଗାଇବା ମଧ୍ୟ ନିହାତି ଆବଶ୍ୟକ ।

Categories
ଆଜିର ଖବର ଜାତୀୟ ଖବର

ଅଗଷ୍ଟ 5ରେ ରାମ ମନ୍ଦିର ଭୂମିପୂଜା, ଶୁଭ ଦେବେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ କେମିତି କଣ ହେ’ବ

ନୂଆଦିଲ୍ଲୀ : ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଆରମ୍ଭ ପାଇଁ ଅଗଷ୍ଟ 5 ତାରିଖରେ ଭୂମିପୂଜା ଅନୁଷ୍ଠିତ ହେବ। । ଏହା ବୁଧବାର ଦିନ ଚୂଡାନ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଳାନ୍ୟାସ କରିବେ । ଏହି ସମାରୋହରେ ପ୍ରାୟ ୨୦୦ ଲୋକ ଯୋଗ ଦେବେ । ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପ୍ରକାଶ କରିଛି।

କୋଭିଡ – ୧୯ ମହାମାରୀକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ରକ୍ଷା କରିବା ସହ ଭୂମିପୂଜା ସମ୍ପନ୍ନ କରିବାକୁ ଟ୍ରଷ୍ଟ ନିଷ୍ପତ୍ତି ନେଇଛି। ପୂର୍ବରୁ ଅଗଷ୍ଟ 3 କିମ୍ବା 5 ତାରିଖରେ ଭୂମି ପୂଜା ହୋଇପାରେ ବୋଲି ଆପାତତଃ ସ୍ଥିର ହୋଇଥିଲା। ଭୂମି ପୂଜା ପାଇଁ ସର୍ବାଧିକ 200 ଲୋକଙ୍କୁ ଆମନ୍ତ୍ରଣ କରାଯିବ ବୋଲି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ନିଷ୍ପତ୍ତି ନେଇଛି।

 

ମନ୍ଦିର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମନ୍ଦିରରେ ଭଗବାନ ରାମ ଏବଂ ଅଯୋଧ୍ୟାରେ ହନୁମାନ ଗରହି ମନ୍ଦିରରେ ଭଗବାନ ହନୁମାନଙ୍କୁ ପ୍ରାର୍ଥନା କରିବେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ ବୋଲି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରି କହିଛନ୍ତି।

ଅଯୋଧ୍ୟାରେ ରାମ ଜନ୍ମଭୂମି ସ୍ଥାନରେ ତିନି ଦିନିଆ ରୀତିନୀତି ପାଇଁ ବିସ୍ତୃତ ପ୍ରସ୍ତୁତି ଯୋଜନା କରାଯାଇଛି। ରୀତିନୀତି ଅଗଷ୍ଟ ୩ରୁ ଆରମ୍ଭ ହୋଇ ଅଗଷ୍ଟ ୫ରେ ଏକ ‘ଭୂମିପୂଜା’ ସହିତ ଶେଷ ହେବ | ପ୍ରଧାନମନ୍ତ୍ରୀଙ୍କ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ସମାରୋହର ସମୟ ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି ଏବଂ ଅଗଷ୍ଟ ୫ରେ ସବୁଠାରୁ ଶୁଭ ସମୟ ଅପରାହ୍ନ ୧୨.୧୫ରେ ଭୂମିପୂଜା ହେବ ବୋଲି ମହନ୍ତ ନିତ୍ୟା ଗୋପାଳ ଦାସଙ୍କ ଉତ୍ତରାଧିକାରୀ ମହନ୍ତ କମଲ ନୟନ ଦାସ କହିଛନ୍ତି ।

ବାରାଣାସୀ ଏବଂ ଅଯୋଧ୍ୟାରୁ ଆସିଥିବା ୧୧ ଜଣିଆ ପୁରୋହିତ ଦଳ ତିନି ଦିନିଆ ରୀତିନୀତି କରିବେ। ଏହି ସମଗ୍ର ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀର ପୁରୋହିତମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଭେଟେରାନ ବିଜେପି ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନି ଏବଂ ମୁରଲୀ ମନୋହର ଯୋଷୀ, ଉମା ଭାରତୀ, ବିନୟ କଟିଆର ଆଦି ରାମ ଜନ୍ମଭୂମି ଆନ୍ଦୋଳନର ପ୍ରମୁଖ ନେତାମାନଙ୍କୁ ଏଥିପାଇଁ ଆମନ୍ତ୍ରଣ କରାଯିବ। (ଏଜେନସି)

Categories
ଆଜିର ଖବର

କେବଳ ପ୍ରଧାନମନ୍ତ୍ରୀଙ୍କୁ ଏସ୍‌ପିଜି ସୁରକ୍ଷା ବ୍ୟବସ୍ଥା : ଶାହା

କେବଳ ପ୍ରଧାନମନ୍ତ୍ରୀଙ୍କୁ ଏସ୍‌ପିଜି ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହା ପ୍ରକାଶ କରିଛନ୍ତି । ଏହା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ମାନଙ୍କୁ 5 ବର୍ଷ ପର୍ଯ୍ୟନ୍ତ ଏସ୍‌ପିଜି ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯିବ ବୋଲି ଗୃହମନ୍ତ୍ରୀ ପ୍ରକାଶ କରିଛନ୍ତି । ବୁଧବାର ରାଜ୍ୟସଭାରେ ଏହି ପରିବର୍ତ୍ତିତ ନିୟମ ସମ୍ପର୍କରେ ଶାହା ଘୋଷଣା କରିଥିଲେ । ଗାନ୍ଧୀ ପରିବାରର ଏସ୍‌ପିଜି ସୁରକ୍ଷା ପ୍ରତ୍ୟାହାର ହେବା ପରେ ଏହାକୁ ନେଇ ସଂସଦର ଉଭୟ ଗୃହରେ କଂଗ୍ରେସ ସଦସ୍ୟ ହଙ୍ଗାମା କରିବାରୁ ଶେଷରେ ସରକାର ଏହି ନିୟମରେ ପରିବର୍ତ୍ତନ କରିବାର ନିଷ୍ପତ୍ତି ନେଇଛନ୍ତି ।

Categories
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଲା ବିରଳ ଦୃଶ୍ୟ, ବିଜେଡି ଓ ବିଜେପି ସାଂସଦମାନେ ହେଲେ ଏକାଠି

ସମୀକ୍ଷା ବ୍ୟୁରୋ

ଆଜି ପ୍ରଧାନମନ୍ତ୍ରୀଙ୍କ ଅଫିସରେ ଦେଖିବାକୁ ମିଳିଥିଲା ଏକ ବିରଳ ଦୃଶ୍ୟ। ବିରଳ ଏଇଥିପାଇଁ କୁହାଯିବ ଯେ, ପ୍ରଧାନମନ୍ତ୍ରୀଙ୍କ ସହିତ ବିଜେଡି ଓ ବିଜେପି ସାଂସଦମାନେ ଏକାଠି ହୋଇଥିଲେ। କେବଳ ଲୋକସଭା ନୁହେଁ ରାଜ୍ୟସଭା ସାଂସଦଙ୍କୁ ମଧ୍ୟ ଏକାଠି ଦେଖିବାକୁ ମିଳିଥିଲା। ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଖୁସିରେ ଫଟୋ ଉଠାଇଥିଲେ। ଅବଶ୍ୟ ଘଟଣାଟି କୌଣସି ରାଜନୈତିକ ନ ଥିଲା। ତଥାପି ଦୁଇ ବିରୋଧୀ ଦଳ ଏକାଠି ହେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଅବସର ଥିଲା ଓଡିଶାର ସଂସ୍କୃତ ଗବେଷକ ଡା.ପ୍ରବୋଧ କୁମାର ମିଶ୍ରଙ୍କ ପୁସ୍ତକ ଲୋକାର୍ପଣ ଉତ୍ସବ। ତାଙ୍କ ଦ୍ବାରା ଲିଖିତ “ହେ ମାଆ ମାତୃଭୂମି” ପୁସ୍ତକକୁ ପ୍ରଧାନମନ୍ତ୍ରୀ ଉନମୋଚନ କରିଥିଲେ। ଆଉ ଏହି ଉତ୍ସବରେ ଯୋଗଦେବା ପାଇଁ ସେ ଉଭୟ ବିଜେଡି ଓ ବିଜେପି ଦଳର ସାଂସଦଙ୍କୁ ନିମନ୍ତ୍ରଣ କରିଥିଲେ। ଏପରି ନିମନ୍ତ୍ରଣକୁ ଉଭୟଦଳର ସାଂସଦମାନେ ସାଦରେ ଗ୍ରହଣ କରି ଉତ୍ସବରେ ଯୋଗଦେଇଥିଲେ। ଏକାଠି ବିଜେପି ଓ ବିଜେଡି ସାଂସଦ ପ୍ରଧାନମନ୍ତ୍ରୀଙ୍କ ସହିତ ଫଟୋ ଉଠାଇ ବେଶ୍ ଖୁସି ଅଛନ୍ତି ବୋଲି ଜଣାପଡିଛି। ଆଗକୁ ମଧ୍ୟ ଏହିପରି ଆହୁରି କିଛି ଦୃଶ୍ୟ ଦେଖିବାର ସମ୍ଭାବନା ମଧ୍ୟ ରହିଛି।

 

Categories
ଆଜିର ଖବର

ଧୀମା ଅର୍ଥନୀତିକୁ ନେଇ ଅର୍ଥନୀତିଜ୍ଞଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

ଦେଶର ଅର୍ଥନୀତି ଧୀମା ହେଉଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥନୀତିଜ୍ଞଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। କିଛି ଦିନ ତଳେ ବିଶ୍ବବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଭାରତକୁ ବିକାଶଶୀଳ ରାଷ୍ଟ୍ର ତାଲିକାରୁ ବାଦ ଦିଆଯାଇଥିଲା। ଏହି ବୈଠକରେ କିଭଳି ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ଗତିଶୀଳ କରାଯାଇ ପାରିବ ତା ଉପରେ ଆଲୋଚନା କରାଯିବ ବୋଲି ଜଣାପଡିଛି। ଜୁଲାଇ ୫ରେ ବଜେଟ ଉପସ୍ଥାପନ ପୂର୍ବରୁ ଏହି ଅର୍ଥନୀତିଜ୍ଞ ମାନଙ୍କ ସହିତ ଆଲୋଚନା କରିବେ ନିର୍ମଳା ସୀତାରମଣ। ନିତି ଆୟୋଗ ପକ୍ଷରୁ ବିଭିନ୍ନ ଅର୍ଥନୀତିଜ୍ଞ ମାନଙ୍କୁ ଅଲଗା ଅଲଗା ବିଭାଗ ପାଇଁ ଚୟନ କରାଯାଇଛି ଏବଂ ସମାନ ବିଷୟରେ ଉପସ୍ଥାପନା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। ଗତ ମାସ ୩୧ ତାରିଖରେ ମୋଦି ସରକାର ଶପଥ ଗ୍ରହଣ କରିବା ପରେ ଘରୋଇ ଅଭିବୃଦ୍ଧି ହାର ୫.୮କୁ ହ୍ରାସ ପାଇଥିଲା। ଯାହାକି ବିଗତ ୫ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଆସିଥିଲା। ସେହିପରି ବିକାଶଶୀଳ ରାଷ୍ଟ୍ରଙ୍କ ମଧ୍ୟରେ ଭାରତୀୟ ଅର୍ଥନୀତି ବିଗତ ଦୁଇ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚୀନ୍‌ ପଛରେ ପଡି ଯାଇଥିଲ । ଏହି ସମୟରେ ଚୀନ୍‌ର ଅଭିବୃଦ୍ଧି ହାର ୬.୪ ପ୍ରତିଶତ ରହିଥିଲା।

Categories
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କ ଏକ ହଜାର କୋଟିର ବାତ୍ୟା ସହାୟତା ଘୋଷଣା, ମୃତକଙ୍କ ପରିବାରକୁ ମିଳିବ 2 ଲକ୍ଷ ଟଙ୍କା

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶ ମାର୍ଗରୁ ପୁରୀର କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରିଛନ୍ତି। ତାଙ୍କ ସହିତ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗୋଟିଏ ହେଲିକାପ୍ଟରରେ ଯାଇଥିଲେ। ଆକାଶ ମାର୍ଗରୁ ପରିଦର୍ଶନ ପରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ଏକ ହଜାର କୋଟି ପ୍ୟାକେଜ ଘୋଷଣା କରିଛନ୍ତି। ଏଥିରେ ବାତ୍ୟା ଯୋଗୁଁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନିକଟ ସଂପର୍କୀୟଙ୍କୁ 2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଯେଉଁମାନେ ଆହାତ ହୋଇଛନ୍ତି ସେମାନଙ୍କ ଚିକିତ୍ସା ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି।

Categories
ଆଜିର ଖବର

ଦେବେଗୌଡା ମୋଦିଙ୍କ ଠାରୁ ଭଲ ପ୍ରଧାନମନ୍ତ୍ରୀ ଥିଲେ : କୁମାରସ୍ବାମୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ରମଣ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାର ସ୍ବାମୀ। ନିଜ ପିତା ଏଚ୍‌ଡି ଦେବେଗୌଡା ମୋଦିଙ୍କ ଠାରୁ ଭଲ ପ୍ରଧାନମନ୍ତ୍ରୀ ଥିଲେ ବୋଲି କହିଛନ୍ତି କୁମାରସ୍ବାମୀ। ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ଏକ ସାକ୍ଷାତକାରରେ କୁମାରସ୍ବାମୀ କହିଛନ୍ତି, ଏଚ୍‌ଡି ଦେବେଗୌଡା ମାତ୍ର ୧୦ ମାସ ପ୍ରଧାନମନ୍ତ୍ରୀ ରହିଥିଲେ ମାତ୍ର କମ୍‌ ସମୟ ମଧ୍ୟରେ ସେ ମୋଦିଙ୍କ ଠାରୁ ଅନେକ ଭଲ କାମ କରିଛନ୍ତି। ଦେଶର ଅନ୍ତରୀଣ ସୁରକ୍ଷା ବ୍ୟବସ୍ଥା ଦେବେଗୌଡାଙ୍କ ସରକାର ସମୟରେ ସୁଦୃଢ ଥିଲା ବୋଲି କୁମାରସ୍ବାମୀ କହିଛନ୍ତି। ଦେବେଗୌଡାଙ୍କ ସମୟରେ ଗୋଟିଏ ବି ଆତଙ୍କବାଦୀ ଆକ୍ରମଣ ହୋଇନଥିବା ବେଳେ ଦେଶରେ ଶାନ୍ତିର ପରସ୍ଥିତି ରହିଥିଲା। ସୂଚନାଯୋଗ୍ୟ ଯ, ଜେଡିଏସ୍‌ ମୁଖ୍ୟ ଦେବେଗୌଡା ଜୁନ୍‌୧,୧୯୯୬ରୁ ଏପ୍ରିଲ୍‌ ୨୧, ୧୯୯୭ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦବୀରେ ରହିଥିଲେ। ଦେବେଗୌଡା ପ୍ରଧାନମନ୍ତ୍ରୀ ଥିବା ସମୟରେ କୌଣସି ଆତଙ୍କବାଦୀ ଆକ୍ରମଣ, ବିସ୍ଫୋରଣ ହୋଇନଥିଲେ ମଧ୍ୟ ସେ କେବେବି ଏହାକୁ ନିଜରୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିନଥିଲେ। ମାତ୍ର ବାଲାକୋଟ ଏୟାର ଷ୍ଟ୍ରାଇକ୍‌କୁ ମୋଦି ଯେପରି ଭାବରେ ନିଜର ନିର୍ବାଚନୀ ପ୍ରଚାରରେ ବ୍ୟବହାର କରୁଛନ୍ତି ତାହା ଅଗ୍ରହଣୀୟ ବୋଲି କୁମାରସ୍ବାମୀ କହିଛନ୍ତି। ପୂର୍ବରୁ ଦେଶର କୌଣସି ପ୍ରଧାନମନ୍ତ୍ରୀ ଏପରି ନୀଚ୍ଚ ସ୍ତରର ରାଜନୀତି କରିନଥିବା କହିଥିଲେ କୁମାରସ୍ବାମୀ। ସେହିପରି ମୋଦି କହିଥିବା ପରିବାର ବାଦ ରାଜନୀତି ମନ୍ତବ୍ୟ ଉପରେ କହିଥିଲେ, ଜନସାଧାରଣଙ୍କ ପସନ୍ଦର ପ୍ରତିନିଧିଙ୍କୁ ଆମେ ସାମ୍ନାକୁ ଆଣିଛୁ ଯଦି ଆମ ପରିବାରର ଲୋକଙ୍କୁ ସାଧାରଣ ଲୋକ ପସନ୍ଦ କରୁଛନ୍ତି ତେବେ ରାଜନୀତି କୁ ଆସିବାରେ ଭୁଲ୍‌ କେଉଁଠି ବୋଲି ପ୍ରଶ୍ନ କରିଥିଲେ କୁମାରସ୍ବାମୀ।

Categories
ଆଜିର ଖବର

କ୍ରମାଗତ ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ ନେତନ୍ୟାହୁ

ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ କ୍ରମାଗତ ପଞ୍ଚମଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ଚଳିତ ଥର ନେତନ୍ୟାହୁ ବେନ୍ନି ଗାଣ୍ଟଜ୍‌ଙ୍କ ନିକଟକରୁ କଡା ପ୍ରତିଦ୍ବନ୍ଦିତାର ସମ୍ମୁଖୀନ ହୋଇଥିଲେ ମଧ୍ୟ ବିଜୟୀ ହୋଇଛନ୍ତି। ବର୍ତ୍ତମାନ ଦେଶର ୯୭ପ୍ରତିଶତ ଭୋଟଗ୍ରହଣର ଫଳାଫଳ ନେତନ୍ୟାହୁଙ୍କ ସପକ୍ଷରେ ରହିଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି ନେତନ୍ୟାହୁ। ଏହି ବିଜୟ ପାଇଁ ଇସ୍ରାଏଲ୍‌ବାସୀଙ୍କୁ  ଧନ୍ୟବାଦ ଜ୍ଞାପନ କରିଛନ୍ତି ନେତନ୍ୟାହୁ। ନେତନ୍ୟାହୁଙ୍କ ଲିକୁଡ୍‌ ଦଳ ୩୫ ଆସନରେ ବିଜୟୀ ହୋଇଥିବା ବେଳେ ଗାଣ୍ଟଜ୍‌ଙ୍କ ଦଳ ମଧ୍ୟ ସମାନ ଆସନରେ ବିଜୟୀ ହୋଇଥିଲା। ମାତ୍ର ବିଭିନ୍ନ ମେଣ୍ଟ ଦଳ ଯୋଗୁଁ ଲିକୁଡ୍‌ ଦଳ ୫ ଆସନରେ ଅଗ୍ରଣୀ ରହି ସରକାର ଗଠନ କରିଛି। ଦେଶର ପୂର୍ବତନ ସେନାମୁଖ୍ୟ ଗାଣ୍ଟଜ୍‌ ନେତନ୍ୟାହୁଙ୍କୁ ବିଜୟ ପାଇଁ ଅଭିନନ୍ଦନ ବାର୍ତ୍ତା ଦେଇଛନ୍ତି। ଇସ୍ରାଏଲ୍‌ର ୭୧ ବର୍ଷ ଇତିହାସରେ ସର୍ବାଧିକ ସମୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କରିଛନ୍ତି ନେତନ୍ୟାହୁ। ୨୦୦୫ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଲଗାତାର ୪ଥର ପ୍ରଧାନମନ୍ତ୍ରୀ ରହିଥିବା ନେତନ୍ୟାହୁ ପଞ୍ଚମ ଥର ପାଇଁ ନିର୍ବାଚିତ ହୋଇଛନ୍ତି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ଆଜିର ଖବର

ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ଚନ୍ଦ୍ରବାବୁ ନାଇଡୁ : ଏଚ୍‌. ଡ଼ି. ଦେବେଗୌଡ଼ା

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ଆଞ୍ଚଳିକ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ (ଜେଡିଏସ୍‌) ମୁଖ୍ୟ ଏଚ୍‌.ଡି. ଦେବେଗୌଡ଼ା ଆନ୍ଧ୍ରର କିଷ୍ଣାନଗର ଜିଲାରେ ଏକ ସଭାରେ ଘୋଷଣା କରିଛନ୍ତି। ଦେଇଛନ୍ତି। ତିରୁଭୁରୁ ଏବଂ ପରମାରୁରେ ଦୁଇଟି ନିର୍ବାଚନୀ ରାଲିରେ ଦେବେଗୌଡ଼ା ଉଦବୋଧନ ଦେଇ ଟିଡିପିକୁ ସମର୍ଥନ କରିବାକୁ ଲୋକଙ୍କୁ ନିବେଦନ କରିବା ସହ ଚନ୍ଦ୍ରବାବୁ କାହିଁକି ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ବୋଲି କହିଥିଲେ। ବିରୋଧୀମାନଙ୍କ ମହାମେଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚ୍ୟାଲେଞ୍ଜ ଦେବାରେ ସଫଳ ହୋଇ ନ ପାରେ ବୋଲି ରାଜନୈତିକ ମହଲରେ ଯେଉଁ ଆଲୋଚନା ହେଉଛି ତାହାକୁ ଦେବେଗୌଡ଼ା ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗରେ ମମତା ବାନାର୍ଜୀ, ଉତ୍ତର ପ୍ରଦେଶରେ ମାୟାବତୀ ଏବଂ ଅଖିଳେଶ ଯାଦବଙ୍କ ଭଳି ନେତା ମୋଦୀଙ୍କୁ ଚ୍ୟାଲେଞ୍ଜ ଦେବା ପାଇଁ ବିକଳ୍ପ ଶକ୍ତି ସୃଷ୍ଟି କରିପାରିବାରେ ସକ୍ଷମ। ସବୁ ଆଞ୍ଚଳିକ ଦଳଗୁଡ଼ିକର ନିଜସ୍ବ ନୀତି ଏବଂ ଆଦର୍ଶ ରହିଛି ବୋଲି କହିଛନ୍ତି ଦେବେଗୌଡ଼ା।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତର ବିମାନ ଖର୍ଚ୍ଚ ୪୪୩ କୋଟି ଟଙ୍କା

ଏୟାର ଇଣ୍ଡିଆ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ସେବାର ବିଲ୍‌ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଛି। ଏହି ବିଲ୍‌ ଅନୁଯାୟୀ ବିଗତ ୫ ବର୍ଷ ମଧ୍ୟରେ ନିଜର ୪୪ଟି ବିଦେଶ ଗସ୍ତରେ ସମୁଦାୟ ୪୪୩.୪ କୋଟି ଟଙ୍କା ହୋଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ରହିଥିବା ମନମୋହନ ସିଂ ନିଜର ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀତ୍ବ କାଳରେ  ୩୮ଥର ବିଦେଶ ଗସ୍ତରେ ଯାଇଥିବା ବେଳେ ସମୁଦାୟ ୪୯୩.୨୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୧୪ ମେରୁ ଦାୟିତ୍ବ ଗ୍ରହଣ କରିଥିବା ମୋଦି ଅଧିକ ଦେଶ ଭ୍ରମଣ କରିଥିବା ବେଳେ ବିମାନ ଇନ୍ଧନର ମୂଲ୍ୟ ହ୍ରାସ ଏବଂ ଶସ୍ତା ବିମାନ ଯାତ୍ରା ଯୋଗୁଁ ସରକାରଙ୍କୁ ୫୦ କୋଟି କମ୍‌ ଖର୍ଚ୍ଚ କରିବାକୁ ପଡିଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ବିଦେଶ ଗସ୍ତକୁ ନେଇ ବିରୋଧୀ ଦଳ ଏବଂ ସାଧାରଣରେ ସମାଲୋଚନା କରାଯାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଯୋଗୁଁ ଭାରତକୁ କୂଟନୈତିକ ଏବଂ ରାଜନୈତିକ ଫାଇଦା ମିଳୁଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ମୋଦିଙ୍କ ବିମାନ ଯାତ୍ରାରେ କମ୍‌ ଖର୍ଚ୍ଚ ନେଇ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି କି ମୋଦି ଏକ ସଙ୍ଗରେ ଏକାଧିକ ଦେଶ ଭ୍ରମଣ କରିଥାନ୍ତି ଯାହାକି କମ୍‌ ଖର୍ଚ୍ଚରେ ହୋଇଥାଏ। ଶ୍ରୀ ସିଂ ଥରକେ ଏକ କିମ୍ବା ଦୁଇ ଦେଶ ଭ୍ରମଣ କରୁଥିବା ବେଳେ ମୋଦି ଗୋଟିଏ ଥରରେ ୬ଟି ପର୍ଯ୍ୟନ୍ତ ଦେଶ ଭ୍ରମଣ କରିଥାନ୍ତି। ୪୪ଟି ମଧ୍ୟରୁ ୧୬ ଟି ଗସ୍ତରେ େମାଦି ଏକାଧିକ ରାଷ୍ଟ୍ର ଭ୍ରମଣ କରିଛନ୍ତି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

୧୪ ହଜାର କୋଟିର ସମ୍ପତ୍ତି ବାଜ୍ୟାପ୍ତ କରିଛନ୍ତି ସରକାର : ମୋଦି

ଏକ ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶ ଛାଡି ପଳାୟନ କରିଥିବା ବ୍ୟବସାୟୀଙ୍କ ନିକଟରୁ ସରକାର ୧୪ ହଜାର କୋଟିର ଅର୍ଥରାଶି ଜବତ କରିଛନ୍ତି। ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ନାମ ନନେଇ ମୋଦି କହିଛନ୍ତି, ଜଣେ ଲୋକ ୯ ହଜାର କୋଟିର ଅର୍ଥରାଶି ନେଇ ବିଦେଶ ପଳାୟନ କଲେ ସରକାର ତାଙ୍କଠାରୁ ୧୪ ହଜାର କୋଟିର ଅର୍ଥରାଶି ଆଦାୟ କରିନେଲେ। ମୋଦିଙ୍କ ଏହି ମନ୍ତବ୍ୟ ପରେ ମାଲ୍ୟା ଟ୍ବିଟ୍‌ କରି କହିଛନ୍ତି, ମୁଁ ମୋର ସମସ୍ତ ଅର୍ଥରାଶି ଫେରସ୍ତ କରିଥିବା ସତ୍ତ୍ବେ ବିଜେପି ନେତାମାନେ ମୋତେ କାହିଁକି  ଟାର୍ଗେଟ୍‌ କରୁଛନ୍ତି ମୁଁ ବୁଝି ପାରୁନାହିଁ। ନିଜ ସରକାରର ପ୍ରଶଂସା କରି ମୋଦି କହିଛନ୍ତି, ଚଳିତ ସରକାର ଏକ ନିୟମ ଆଣିଛନ୍ତି ଯାହାଦ୍ବାରା କେବଳ ଦେଶରେ ନୁହେଁ ବିଦଶରେ ଥିବା ସମସ୍ତ ସମ୍ପତ୍ତି ଏବଂ ଅର୍ଥରାଶିକୁ ବାଜ୍ୟାପ୍ତ କରି ପାରିବେ ସରକାର। ମାଲ୍ୟା ଅନ୍ୟ ଏକ ଟ୍ବିଟ୍‌ରେ କହିଛନ୍ତି, ମୋଦିଙ୍କ ସାକ୍ଷାତକାର ଦେଖିଲି, ମୋଦି ମୋତେ ବାରମ୍ବାର ପଳାୟନକାରୀ ବୋଲି କହୁଥିବା ବେଳେ ମୁଁ ୧୯୯୨ ମସିହାରୁ ୟୁକେର ନାଗରିକତ୍ବ ଗ୍ରହଣ କରିଛି ତେଣୁ ପଳାୟନ କରିବାର କଥା କେଉଁଠୁ ଆସୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।

 

 

Categories
ଆଜିର ଖବର

ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ରଙ୍ଗ ଓ ଉଲ୍ଲାସର ପର୍ବ ହୋଲି। ଗୁରୁବାର କେତେକ ସ୍ଥାନରେ ହୋଲି ଉତ୍ସବ ପାଳନ କରାଯାଉଥିବା ବେଳେ ଶୁକ୍ରବାର ସାରା ଦେଶର ଏହି ହୋଲି ପର୍ବକୁ ଆନନ୍ଦର ସହିତ ପାଳନ କରାଯିବ। ରଙ୍ଗ ଓ ଭାଇଚାରାର ଏହି ପର୍ବକୁ ପାଳନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଟୁଇଟ୍‌ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରଙ୍ଗ ଓ ଉଲ୍ଲାସର ପର୍ବ ହୋଲି ଉପଲକ୍ଷେ ଦେଶ ତଥା ବିଦେଶରେ ଥିବା ସମସ୍ତ ଭାରତୀୟକୁ ଶୁଭ ଅଭିନନ୍ଦନ ଜଣାଇବା ସହ ଏହି ପର୍ବ ସମସ୍ତଙ୍କ ଜୀବନରେ ଶୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ ବୋଲି ଟୁଇଟ୍‌ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେହିପରି ପ୍ରଧାନମନ୍ତ୍ରୀ ହୋଲିର ଶୁଭ ମୂହୁର୍ତ୍ତରେ ଦେଶର ଭାଇ ଓ ଭଉଣୀ ମାନଙ୍କୁ ହିନ୍ଦୀ ଭାଷାରେ ଶୁଭକାମନା ଜଣାଇ ଟ୍ବିଟ୍‌ କରିଛନ୍ତି।

Categories
ଆଜିର ଖବର

‘ଚୌକିଦାର’କୁ ନେଇ ମୋଦିଙ୍କୁ ସମାଲୋଚନା କଲେ ପ୍ରିୟଙ୍କା : ଧନୀଙ୍କ ପାଇଁ ଚୌକିଦାର, କୃଷକଙ୍କ ପାଇଁ ନୁହେଁ

ଚଳିତ ନିର୍ବାଚନୀ ପ୍ରଚାରରେ ‘ଚୌକିଦାର’ ପ୍ରସଙ୍ଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିଜେପି ତା’ର ନିର୍ବାଚନୀ ନାରା ‘ମେ ଭି ଚୌକିଦାର’ ଅଭିଯାନ ଆରମ୍ଭ କରିଥିବାବେଳେ ଏହାକୁ କଟାକ୍ଷ କରିଛନ୍ତି ପ୍ରିୟଙ୍କା ଗାନ୍ଧି। ସକ୍ରିୟ ରାଜନୀତିକୁ ଆସି କଂଗ୍ରେସର ସାଧାରଣ ସଂପାଦିକା ଭାବେ ଦାୟିତ୍ୱ ନେଇଥିବା ପ୍ରିୟଙ୍କା ଗାନ୍ଧୀ ଏହି ‘ଚୌକିଦାର’ ପ୍ରସଂଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି କହିଛନ୍ତି ‘ମୋଦି ଚୌକିଦାର କେବଳ ଧନୀ ଲୋକଙ୍କ ପାଇଁ, କୃଷକଙ୍କ ପାଇଁ ନୁହଁନ୍ତି। ପ୍ରିୟଙ୍କା ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି ଯେ, ଗତକାଲି ସେ କୃଷକମାନଙ୍କୁ ଭେଟିଥିଲି। ସେମାନେ କହିଥିଲେ, ଯେ ଧନୀ ଲୋକମାନେ ତାଙ୍କ ଘର ଜଗିବାକୁ ଚୌକିଦାର ରଖନ୍ତି। କୃଷକ ତ ନିଜ ପାଇଁ ନିଜେ ଚୌକିଦାର। ରାଫେଲ୍‌ ବିମାନ ଦୁର୍ନୀତି ମାମଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ‘ଚୌକିଦାର ଚୋର୍‌ ହୈ’ କହି କଟାକ୍ଷ କରିଥିଲେ। ଏହାର ଜବାବ ଦେବାକୁ ଯାଇ ପ୍ରଧାନମନ୍ତ୍ରୀ ଚୌକିଦାର ଶବ୍ଦକୁ ଏଥର ନିର୍ବାଚନ ପ୍ରଚାରର ଆୟୁଧ କରିଛନ୍ତି। ମୋଦି ‘ଚୌକିଦାର’ ଶବ୍ଦ ବ୍ୟବହାର କରି ଏକ ଭିଡିଓ ଜାରି କରି ବିଜେପିର ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ। ଏହାପରେ ମୋଦିଙ୍କ ସମେତ ବିଜେପିର ଅନ୍ୟ ବରିଷ୍ଠ ନେତୃବୃନ୍ଦମାନେ ଟୁଇଟ୍‌ର ଆକାଉଣ୍ଟରେ ନିଜ ନାମ ଆଗରେ ଚୌକିଦାର ଲେଖିଛନ୍ତି।

Categories
ଆଜିର ଖବର

ନୂଆ ୨୦ ଟଙ୍କିଆ କଏନ୍‌ର ଶୁଭାରମ୍ଭ କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ୨୦ ଟଙ୍କିଆ କଏନ୍‌ ଜାରି କରିଛନ୍ତି। କେବଳ ୨୦ ନୁହେଁ ୧, ୨, ୫ ଓ ୧୦ ଟଙ୍କିଆ ନୂଆ କଏନ୍‌ର ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଏହା ବିଶେଷ ଭାବେ ଦିବ୍ୟାଙ୍ଗମାନଙ୍କୁ ସହାୟକ ହେବ। ଏହିସବୁ କଏନ୍‌ ବା ମୁଦ୍ରାରେ କପର୍‌, ଜିଙ୍କ ଓ ନିକେଲ ଧାତୁ ରହିଥିବାବେଳେ ଏହାର ଗୋଟିଏ ପାର୍ଶ୍ୱରେ ଅଶୋକ ସ୍ତମ୍ଭ ସହ ସତ୍ୟମେବ ଜୟତେ ଲେଖା ରହିଛି। ଏହାର ପଛ ପାର୍ଶ୍ବରେ ମୁଦ୍ରାର ମୂଲ୍ୟ ସହ, ଟଙ୍କାର ସଙ୍କେତ ମଧ୍ୟ ରହିଛି । ୨୭ ମିଲି ମିଟର୍‌ ବ୍ୟାସବିଶିଷ୍ଟ ଏହି ମୁଦ୍ରା ୧୨ଟି ଧାର ଆକୃତିର ହେବ। ଏଥିରେ ୬୫% ତମ୍ବା, ୧୫% ଦସ୍ତା ଓ ୨୦% ନିକେଲ୍‌ ଭାଗ ରହିଥିବାବେଳେ ଏହାର ଦୁଇ ପଟରେ ଇଂରାଜୀ ଓ ହିନ୍ଦୀରେ ଲେଖା ରହିଛି ଭାରତ ଓ ଇଣ୍ଡିଆ। ଏହା ଉପରକୁ ରହିଛି ଟଙ୍କାର ଚିହ୍ନ। ମୁଦ୍ରାର ବାମ ପାର୍ଶ୍ୱରେ ରହିଛି ଦେଶର କୃଷି ପ୍ରାଧାନ୍ୟକୁ ପ୍ରତିପାଦନ କରୁଥିବା ଶସ୍ୟର ଚିତ୍ର। ମୁଦ୍ରାର ଉପର ଓ ତଳ ପାଖରେ ରହିଛି ହିନ୍ଦୀରେ ବିଶ୍‌ ରୁପୟେ ଓ ଇଂରାଜୀରେ ଟେ୍ଵଣ୍ଟି ରୁପିଜ୍‌।

Categories
ଆଜିର ଖବର

ରାଫେଲ୍‌କୁ ଉଡାଇ ପାରିଲେନି, ହେଲେ ଫାଇଲକୁ ହିଁ ଉଡାଇ ଦେଲେ – ତେଜସ୍ବୀ ଯାଦବ

ରାଫେଲ୍‌ ଡିଲ୍‌ର ଦସ୍ତାବିଜ୍‌ ଚୋରି ହେବାର ଅଭିଯୋଗ ପରେ ଏହାକୁ ନେଇ ବିରୋଧୀ ମୋଦି ସରକାରଙ୍କ ଉପରେ ବର୍ଷୁଛନ୍ତି । ପୂର୍ବରୁ କଂଗ୍ରେସ ଏହି ଅଭିଯୋଗ ପରେ ଯାଞ୍ଚ କରିବାକୁ ଦାବି କରିଥିବାବେଳେ ଏହି କ୍ରମରେ ଏବେ ଯୋଗ ଦେଇଛନ୍ତି ବିହାରର ପୂର୍ବତନ ଡେପୁଟି ସିଏମ୍‌ ତଥା ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ବୀ ଯାଦବ । ସେ ରାଫେଲ୍‌ ବିବାଦକୁ ନେଇ ସିଧା ନିଶାନା ମୋଦିଙ୍କୁ କରିଛନ୍ତି । ତେଜସ୍ବୀ ଏକ ଟ୍ବିଟ୍‌ରେ କହିଛନ୍ତି -–‘ସୁରକ୍ଷାର ଅନ୍ତିମ ଗ୍ୟାରେଣ୍ଟି ଚୌକିଦାର ନୁହେଁ ଥାନେଦାର ନିଅନ୍ତି । ଓ ଥାନେଦାର ହେଉଛନ୍ତି ଜନତା । ଚୌକିଦାରର ଚୋରି ଧରାପଡ଼ିଯାଇଛି ଏବେ ଥାନେଦାର ସଜ୍ଜା ଦେବେ । ରାଫେଲ୍‌କୁ ତ ଉଡାଇ ପାରିଲେନି ସେଥିପାଇଁ ଷ୍ଟଣ୍ଟ ମ୍ୟାନ୍‌ ରାଫେଲ୍‌ର ଫାଇଲ୍‌କୁ ଉଡାଇଦେଲେ । ସୁପ୍ରିମ୍‌କୋର୍ଟ ରାଫେଲ୍‌ ବିବାଦର ପୁର୍ନବିଚାର କରିବା ପରେ ରାଫେଲ୍‌ ସମ୍ପର୍କିତ ଦସ୍ତାବିଜ୍‌ ଚୋରି ହୋଇଛି ବୋଲି ସରକାର ସୁପ୍ରିମ୍‌କୋର୍ଟଙ୍କ ପାଖରେ ଉତ୍ତର ରଖିବା ପରେ କଂଗ୍ରେସ ସମେତ ଅନ୍ୟ ବିପକ୍ଷ ଦଳ ସରକାରଙ୍କ ଉପରେ ଭ୍ରଷ୍ଟାଚାରର ଆରୋପ ଲାଗିଛନ୍ତି ।

Categories
ଆଜିର ଖବର

ରାଫେଲ୍‌କୁ ବିବାଦ : ପ୍ରମାଣପତ୍ର ଚୋରି ହେବାକୁ ନେଇ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ୍‌

ରାଫେଲ୍‌ ଡିଲ୍‌କୁ ନେଇ ପୁଣି ଥରେ ବିପଦରେ ମୋଦି ସରକାର । ନିର୍ବାଚନ ପୂର୍ବରୁ ପୁଣି ଥରେ ତେଜିଛି ରାଫେଲ ଡିଲ୍ ବିବାଦ । ଏହି ବିବାଦକୁ ନେଇ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଛି କଂଗ୍ରେସ । ଗତକାଲି କଂଗ୍ରେସର ରଣଦୀପ୍‌ ସୁରେଜଓ୍ବାଲ୍‌ ମୋଦିଙ୍କୁ ଘେରିଥିବାବେଳେ ଆଜି ପ୍ରେସମିଟ୍ କରି ମୋଦିଙ୍କ ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାଫେଲ ଡିଲ ନେଇ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି ହେବାର ଅର୍ଥ ରାଫେଲ୍‌ ଦୁର୍ନୀତି ଅଭିଯୋଗରେ ସତ୍ୟତା ରହିଛି । ଫାଇଲ୍ ହଜିଗଲା ଅର୍ଥ ରାଫେଲ୍‌ର ପ୍ରକୃତ ଦାମ ହଜିଗଲା । ଯଦି ଏଥିରେ କୌଣସି ଘୋଟାଲା ହୋଇନାହିଁ ତେବେ ପ୍ରଧାନମନ୍ତ୍ରୀ କାହିଁକି ଯାଂଚ ନିର୍ଦ୍ଦେଶ ଦେଉନାହାନ୍ତି । ରାଫେଲ ଡିଲ୍ ସମ୍ପର୍କୀତ ଫାଇଲରେ ପ୍ରଧାନମନ୍ତ୍ରୀଙ୍କ ନାଁ ରହିଛି । ତେଣୁ ପ୍ରଧାନମନ୍ତ୍ରୀ ଯଦି ନିର୍ଦ୍ଦୋଷ ତେବେ ଯାଂଚ କରନ୍ତୁ । ସେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରନ୍ତୁ । ରାଫେଲ ରାୟର ପୁନର୍ବିଚାର କରିବା ପାଇଁ ଆଗତ ପିଟିସନ ଉପରେ ଶୁଣାଣିବେଳେ ପ୍ରତିରକ୍ଷା ମନ୍ତ୍ରାଳୟରୁ ଡିଲ୍ ସଂପର୍କିତ ଗୁରୁତ୍ୱପୂର୍ଣ କାଗଜପତ୍ର ଚୋରି ହୋଇଯାଇଥିବା ନେଇ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ଗତକାଲି ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ । ଏହି ଚୋରି ଦସ୍ତାବିଜକୁ ଆଧାର କରି ଦ ହିନ୍ଦୁ ଖବରକାଗଜ ରିପୋର୍ଟ ଛାପିଥିବା କହିଥିଲେ ବେଣୁଗୋପାଳ । କୋର୍ଟରେ ଏହି ମାମଲା ବିଚାରାଧିନ ଥିବାବେଳେ ଏହାକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଏହି ଖବରକାଗଜ ରିପୋର୍ଟ ଛାପି ଅଦାଲତ ଅବମାନନା କରିଛି ବୋଲି ସେ ଅଭିଯୋଗ ଆଣିଥିଲେ । ତେବେ ଏନେଇ ଏଫଆଇଆର ହୋଇନଥିବାରୁ ଉଦବେଗ ପ୍ରକାଶ କରିଥିଲେ କୋର୍ଟ । ଏହି ମାମଲାର ପରବର୍ତ୍ତି ଶୁଣାରି ଆସନ୍ତା ୧୪ତାରିଖରେ ହେବ ।