Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଲା ବିରଳ ଦୃଶ୍ୟ, ବିଜେଡି ଓ ବିଜେପି ସାଂସଦମାନେ ହେଲେ ଏକାଠି
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଲା ବିରଳ ଦୃଶ୍ୟ, ବିଜେଡି ଓ ବିଜେପି ସାଂସଦମାନେ ହେଲେ ଏକାଠି

August 1, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆଜି ପ୍ରଧାନମନ୍ତ୍ରୀଙ୍କ ଅଫିସରେ ଦେଖିବାକୁ ମିଳିଥିଲା ଏକ ବିରଳ ଦୃଶ୍ୟ। ବିରଳ ଏଇଥିପାଇଁ କୁହାଯିବ ଯେ, ପ୍ରଧାନମନ୍ତ୍ରୀଙ୍କ ସହିତ ବିଜେଡି ଓ ବିଜେପି ସାଂସଦମାନେ ଏକାଠି ହୋଇଥିଲେ। କେବଳ ଲୋକସଭା ନୁହେଁ ରାଜ୍ୟସଭା ସାଂସଦଙ୍କୁ ମଧ୍ୟ ଏକାଠି ଦେଖିବାକୁ ମିଳିଥିଲା। ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଖୁସିରେ ଫଟୋ ଉଠାଇଥିଲେ। ଅବଶ୍ୟ ଘଟଣାଟି କୌଣସି ରାଜନୈତିକ ନ ଥିଲା। ତଥାପି ଦୁଇ ବିରୋଧୀ ଦଳ ଏକାଠି ହେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଅବସର ଥିଲା ଓଡିଶାର ସଂସ୍କୃତ ଗବେଷକ ଡା.ପ୍ରବୋଧ କୁମାର ମିଶ୍ରଙ୍କ ପୁସ୍ତକ ଲୋକାର୍ପଣ ଉତ୍ସବ। ତାଙ୍କ ଦ୍ବାରା ଲିଖିତ “ହେ ମାଆ ମାତୃଭୂମି” ପୁସ୍ତକକୁ ପ୍ରଧାନମନ୍ତ୍ରୀ ଉନମୋଚନ କରିଥିଲେ। ଆଉ ଏହି ଉତ୍ସବରେ ଯୋଗଦେବା ପାଇଁ ସେ ଉଭୟ ବିଜେଡି ଓ ବିଜେପି ଦଳର ସାଂସଦଙ୍କୁ ନିମନ୍ତ୍ରଣ କରିଥିଲେ। ଏପରି ନିମନ୍ତ୍ରଣକୁ ଉଭୟଦଳର ସାଂସଦମାନେ ସାଦରେ ଗ୍ରହଣ କରି ଉତ୍ସବରେ ଯୋଗଦେଇଥିଲେ। ଏକାଠି ବିଜେପି ଓ ବିଜେଡି ସାଂସଦ ପ୍ରଧାନମନ୍ତ୍ରୀଙ୍କ ସହିତ ଫଟୋ ଉଠାଇ ବେଶ୍ ଖୁସି ଅଛନ୍ତି ବୋଲି ଜଣାପଡିଛି। ଆଗକୁ ମଧ୍ୟ ଏହିପରି ଆହୁରି କିଛି ଦୃଶ୍ୟ ଦେଖିବାର ସମ୍ଭାବନା ମଧ୍ୟ ରହିଛି।

 

bjdbjp odishamp pm
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ପର୍ଯ୍ୟଟନ ଦିବସ: ପ୍ରଯୁକ୍ତିବିଦ୍ୟା ଚାଳିତ, ସମାବେଶୀ ଓ ସମୁଦାୟ ନେତୃତ୍ୱାଧୀନ ପର୍ଯ୍ୟଟନ ବିକାଶ ପାଇଁ ଆହ୍ୱାନ

September 27, 2026

ଏସ୍‌ଆଇଆର୍‌ ଅଭିଯୋଗକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

September 27, 2026

୯ କୋଟି ସରକାରୀ ଅର୍ଥ ଆତ୍ମସାତ: ବନ୍ଧା ହେଲେ ଆଉ ୪

September 27, 2026

ସ୍ୱଚ୍ଛତା ନିୟମ ପାଳନକୁ ଅଧିକ ସୁଦୃଢ଼ କଲା ପୂର୍ବତଟ ରେଳପଥ

September 27, 2026
Latest News

ବିଶ୍ୱ ପର୍ଯ୍ୟଟନ ଦିବସ: ପ୍ରଯୁକ୍ତିବିଦ୍ୟା ଚାଳିତ, ସମାବେଶୀ ଓ ସମୁଦାୟ ନେତୃତ୍ୱାଧୀନ ପର୍ଯ୍ୟଟନ ବିକାଶ ପାଇଁ ଆହ୍ୱାନ

September 27, 2026

ଏସ୍‌ଆଇଆର୍‌ ଅଭିଯୋଗକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

September 27, 2026

୯ କୋଟି ସରକାରୀ ଅର୍ଥ ଆତ୍ମସାତ: ବନ୍ଧା ହେଲେ ଆଉ ୪

September 27, 2026

ସ୍ୱଚ୍ଛତା ନିୟମ ପାଳନକୁ ଅଧିକ ସୁଦୃଢ଼ କଲା ପୂର୍ବତଟ ରେଳପଥ

September 27, 2026

ମହାନଦୀରେ ପୁଣି ବନ୍ୟା: ମୁଣ୍ଡଳୀରେ ପ୍ରବାହିତ ହେବ ୮ ଲକ୍ଷ କ୍ୟୁସେକ ଜଳ, ୫ ଜିଲ୍ଲାକୁ ସତର୍କତା ଜାରି

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.