Categories
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଲା ବିରଳ ଦୃଶ୍ୟ, ବିଜେଡି ଓ ବିଜେପି ସାଂସଦମାନେ ହେଲେ ଏକାଠି

ସମୀକ୍ଷା ବ୍ୟୁରୋ

ଆଜି ପ୍ରଧାନମନ୍ତ୍ରୀଙ୍କ ଅଫିସରେ ଦେଖିବାକୁ ମିଳିଥିଲା ଏକ ବିରଳ ଦୃଶ୍ୟ। ବିରଳ ଏଇଥିପାଇଁ କୁହାଯିବ ଯେ, ପ୍ରଧାନମନ୍ତ୍ରୀଙ୍କ ସହିତ ବିଜେଡି ଓ ବିଜେପି ସାଂସଦମାନେ ଏକାଠି ହୋଇଥିଲେ। କେବଳ ଲୋକସଭା ନୁହେଁ ରାଜ୍ୟସଭା ସାଂସଦଙ୍କୁ ମଧ୍ୟ ଏକାଠି ଦେଖିବାକୁ ମିଳିଥିଲା। ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଖୁସିରେ ଫଟୋ ଉଠାଇଥିଲେ। ଅବଶ୍ୟ ଘଟଣାଟି କୌଣସି ରାଜନୈତିକ ନ ଥିଲା। ତଥାପି ଦୁଇ ବିରୋଧୀ ଦଳ ଏକାଠି ହେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଅବସର ଥିଲା ଓଡିଶାର ସଂସ୍କୃତ ଗବେଷକ ଡା.ପ୍ରବୋଧ କୁମାର ମିଶ୍ରଙ୍କ ପୁସ୍ତକ ଲୋକାର୍ପଣ ଉତ୍ସବ। ତାଙ୍କ ଦ୍ବାରା ଲିଖିତ “ହେ ମାଆ ମାତୃଭୂମି” ପୁସ୍ତକକୁ ପ୍ରଧାନମନ୍ତ୍ରୀ ଉନମୋଚନ କରିଥିଲେ। ଆଉ ଏହି ଉତ୍ସବରେ ଯୋଗଦେବା ପାଇଁ ସେ ଉଭୟ ବିଜେଡି ଓ ବିଜେପି ଦଳର ସାଂସଦଙ୍କୁ ନିମନ୍ତ୍ରଣ କରିଥିଲେ। ଏପରି ନିମନ୍ତ୍ରଣକୁ ଉଭୟଦଳର ସାଂସଦମାନେ ସାଦରେ ଗ୍ରହଣ କରି ଉତ୍ସବରେ ଯୋଗଦେଇଥିଲେ। ଏକାଠି ବିଜେପି ଓ ବିଜେଡି ସାଂସଦ ପ୍ରଧାନମନ୍ତ୍ରୀଙ୍କ ସହିତ ଫଟୋ ଉଠାଇ ବେଶ୍ ଖୁସି ଅଛନ୍ତି ବୋଲି ଜଣାପଡିଛି। ଆଗକୁ ମଧ୍ୟ ଏହିପରି ଆହୁରି କିଛି ଦୃଶ୍ୟ ଦେଖିବାର ସମ୍ଭାବନା ମଧ୍ୟ ରହିଛି।

 

Categories
ଆଜିର ଖବର

ମୋଦୀଙ୍କ ସମାରୋହରେ ଯୋଗଦେଲେ ଓଡିଶାର 8 ବିଜେପି ସାଂସଦ, ଧର୍ମେନ୍ଦ୍ରଙ୍କ ସହ କଲେ ଫଟୋସେସନ

ସମୀକ୍ଷା ବ୍ୟୁରୋ

ନୂଆଦିଲ୍ଲୀର ସଂସଦୀୟ ପ୍ରକ୍ଷାଳୟରେ ଆୟୋଜିତ ହୋଇଥିବା ମୋଦି ସମାରୋହରେ ଯୋଗଦେଇଛନ୍ତି ଓଡିଶାର ନବ ନିର୍ବାଚିତ 8 ବିଜେପି ସାଂସଦ। ଆଜି ମୋଦିଙ୍କୁ ବିଜେପି ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ କରିବା ପାଇଁ ସଂସଦୀୟ ଭବନରେ ଆୟୋଜିତ ହୋଇଥିଲା ଏକ ସମାରୋହ। ଏଥିରେ ମୋଦିଙ୍କୁ ବିଜେପି ସଂସଦୀୟ ଦଳରେ ନେତା ଭାବେ ଘୋଷଣା କରିବା ପରେ ଅନ୍ୟମାନେ ସମର୍ଥନ କରିଥିଲେ। ଏହାପରେ ମୋଦିଙ୍କୁ ଏନଡିଏ ର ନେତା ଭାବେ ମଧ୍ୟ ମନୋନିତ କରାଯାଇଥିଲା। ଏହି ସମାରୋହରେ ନବ ନିର୍ବାଚିତ ବିଜେପି ସାଂସଦଙ୍କ ସହିତ ବିଜେପି ସହଯୋଗୀ ଦଳର ସାଂସଦମାନେ ମଧ୍ୟ ଯୋଗଦେଇଥିଲେ। ଏପରିକି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗଦେଇଥିଲେ। ଏହି ସମାରୋହରେ ଜୁଏଲ ଓରାମଙ୍କୁ ଛାଡିଦେଲେ ପ୍ରଥମ ଥର ଓଡିଶାରୁ ସାତ ଜଣ ନୂଆ ବିଜେପି ସଂସାଦ ସଂସଦ ମଧ୍ୟରେ ପ୍ରବେଶ କରୁଛନ୍ତି। ସମାରୋହ ପରେ ଏମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ସଂସଦ ବାହାରେ ଫଟୋସେସନ କରିଥିଲେ।