ନୂଆ ୨୦ ଟଙ୍କିଆ କଏନ୍‌ର ଶୁଭାରମ୍ଭ କଲେ ମୋଦି

Published: Mar 7, 2019, 6:40 pm IST
PM releases new series of coins for Divyang kids

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ୨୦ ଟଙ୍କିଆ କଏନ୍‌ ଜାରି କରିଛନ୍ତି। କେବଳ ୨୦ ନୁହେଁ ୧, ୨, ୫ ଓ ୧୦ ଟଙ୍କିଆ ନୂଆ କଏନ୍‌ର ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଏହା ବିଶେଷ ଭାବେ ଦିବ୍ୟାଙ୍ଗମାନଙ୍କୁ ସହାୟକ ହେବ। ଏହିସବୁ କଏନ୍‌ ବା ମୁଦ୍ରାରେ କପର୍‌, ଜିଙ୍କ ଓ ନିକେଲ ଧାତୁ ରହିଥିବାବେଳେ ଏହାର ଗୋଟିଏ ପାର୍ଶ୍ୱରେ ଅଶୋକ ସ୍ତମ୍ଭ ସହ ସତ୍ୟମେବ ଜୟତେ ଲେଖା ରହିଛି। ଏହାର ପଛ ପାର୍ଶ୍ବରେ ମୁଦ୍ରାର ମୂଲ୍ୟ ସହ, ଟଙ୍କାର ସଙ୍କେତ ମଧ୍ୟ ରହିଛି । ୨୭ ମିଲି ମିଟର୍‌ ବ୍ୟାସବିଶିଷ୍ଟ ଏହି ମୁଦ୍ରା ୧୨ଟି ଧାର ଆକୃତିର ହେବ। ଏଥିରେ ୬୫% ତମ୍ବା, ୧୫% ଦସ୍ତା ଓ ୨୦% ନିକେଲ୍‌ ଭାଗ ରହିଥିବାବେଳେ ଏହାର ଦୁଇ ପଟରେ ଇଂରାଜୀ ଓ ହିନ୍ଦୀରେ ଲେଖା ରହିଛି ଭାରତ ଓ ଇଣ୍ଡିଆ। ଏହା ଉପରକୁ ରହିଛି ଟଙ୍କାର ଚିହ୍ନ। ମୁଦ୍ରାର ବାମ ପାର୍ଶ୍ୱରେ ରହିଛି ଦେଶର କୃଷି ପ୍ରାଧାନ୍ୟକୁ ପ୍ରତିପାଦନ କରୁଥିବା ଶସ୍ୟର ଚିତ୍ର। ମୁଦ୍ରାର ଉପର ଓ ତଳ ପାଖରେ ରହିଛି ହିନ୍ଦୀରେ ବିଶ୍‌ ରୁପୟେ ଓ ଇଂରାଜୀରେ ଟେ୍ଵଣ୍ଟି ରୁପିଜ୍‌।

Related posts