ରାଫେଲ୍‌କୁ ଉଡାଇ ପାରିଲେନି, ହେଲେ ଫାଇଲକୁ ହିଁ ଉଡାଇ ଦେଲେ – ତେଜସ୍ବୀ ଯାଦବ

Published: Mar 7, 2019, 1:06 pm IST
tejaswi yadav targets pm modi on rafale issue

ରାଫେଲ୍‌ ଡିଲ୍‌ର ଦସ୍ତାବିଜ୍‌ ଚୋରି ହେବାର ଅଭିଯୋଗ ପରେ ଏହାକୁ ନେଇ ବିରୋଧୀ ମୋଦି ସରକାରଙ୍କ ଉପରେ ବର୍ଷୁଛନ୍ତି । ପୂର୍ବରୁ କଂଗ୍ରେସ ଏହି ଅଭିଯୋଗ ପରେ ଯାଞ୍ଚ କରିବାକୁ ଦାବି କରିଥିବାବେଳେ ଏହି କ୍ରମରେ ଏବେ ଯୋଗ ଦେଇଛନ୍ତି ବିହାରର ପୂର୍ବତନ ଡେପୁଟି ସିଏମ୍‌ ତଥା ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ବୀ ଯାଦବ । ସେ ରାଫେଲ୍‌ ବିବାଦକୁ ନେଇ ସିଧା ନିଶାନା ମୋଦିଙ୍କୁ କରିଛନ୍ତି । ତେଜସ୍ବୀ ଏକ ଟ୍ବିଟ୍‌ରେ କହିଛନ୍ତି -–‘ସୁରକ୍ଷାର ଅନ୍ତିମ ଗ୍ୟାରେଣ୍ଟି ଚୌକିଦାର ନୁହେଁ ଥାନେଦାର ନିଅନ୍ତି । ଓ ଥାନେଦାର ହେଉଛନ୍ତି ଜନତା । ଚୌକିଦାରର ଚୋରି ଧରାପଡ଼ିଯାଇଛି ଏବେ ଥାନେଦାର ସଜ୍ଜା ଦେବେ । ରାଫେଲ୍‌କୁ ତ ଉଡାଇ ପାରିଲେନି ସେଥିପାଇଁ ଷ୍ଟଣ୍ଟ ମ୍ୟାନ୍‌ ରାଫେଲ୍‌ର ଫାଇଲ୍‌କୁ ଉଡାଇଦେଲେ । ସୁପ୍ରିମ୍‌କୋର୍ଟ ରାଫେଲ୍‌ ବିବାଦର ପୁର୍ନବିଚାର କରିବା ପରେ ରାଫେଲ୍‌ ସମ୍ପର୍କିତ ଦସ୍ତାବିଜ୍‌ ଚୋରି ହୋଇଛି ବୋଲି ସରକାର ସୁପ୍ରିମ୍‌କୋର୍ଟଙ୍କ ପାଖରେ ଉତ୍ତର ରଖିବା ପରେ କଂଗ୍ରେସ ସମେତ ଅନ୍ୟ ବିପକ୍ଷ ଦଳ ସରକାରଙ୍କ ଉପରେ ଭ୍ରଷ୍ଟାଚାରର ଆରୋପ ଲାଗିଛନ୍ତି ।

Related posts