Categories
ଆଜିର ଖବର ଜାତୀୟ ଖବର

ତେଜସ୍ବୀଙ୍କୁ ନେଇ ମହାମେଣ୍ଟରେ ବିବାଦ : ଶରଦଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ନେଇ ଉଠିଲା ଦାବି

ପାଟନା : ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଏବେ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଶୁକ୍ରବାର ଦିନ ନିର୍ବାଚନୀ ପ୍ରସ୍ତୁତି ପାଇଁ ପାଟନାଠାରେ ମହାମେଣ୍ଟର ଏକ ବୈଠକ ଜାରି ରହିଛି। ଏହି ବୈଠକରେ ମହାମେଣ୍ଟର ନେତାମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବାର ସୂଚନା ମିଳିଛି। ଏହି ମହାମେଣ୍ଟରେ ରାଜଦ ନେତା ତେଜସ୍ବୀ ଯାଦବଙ୍କୁ ନେତା ରୂପେ ମାନିବାକୁ ପ୍ରସ୍ତୁତ ନୁହଁନ୍ତି ମହାମେଣ୍ଟର ନେତାମାନେ। ମହାମେଣ୍ଟର ନେତାମାନେ ଶରଦ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ନେଇ ଦାବି ଜଣାଇଛନ୍ତି। ଶୁକ୍ରବାର ଦିନ ହୋଇଥିବା ମହାମେଣ୍ଟର ବୈଠକରେ ତିନି ଦଳ ନେତା ଜୀତନ ରାମ ମାଝୀ (ହାମ୍‌), ଉପେନ୍ଦ୍ର କୁଶ୍‌ଓ୍ବାହା (ଆର୍‌ଏଲ୍‌ଏସ୍‌ପି) ଓ ମୁକେଶ ସାହାଣୀ (ଭିଆଇପି)ର ନେତାମାନେ ଯୋଗଦେଇଥିଲେ । ପାଟନାର ଲୋକତାନ୍ତ୍ରିକ ଜନତା ଦଳ ପ୍ରମୁଖ ତଥା ପୂର୍ବ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ନେଇ ଦାବି ଜଣାଇଛନ୍ତି । ଏହି ବୈଠକରେ କଂଗ୍ରେସ ଓ ଆରଜେଡିର କୌଣସି ନେତା ଯୋଗଦେଇନଥିଲେ । ବିହାର ନିର୍ବାଚନକୁ ନେଇ ହୋଇଥିବା ମହାମେଣ୍ଟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ବିବାଦ ଦେଖାଦେଇଛି । ଆରଜେଡି ଏକତରଫା ନିଷ୍‌ପତ୍ତି ନେଇ ମହାମେଣ୍ଟର ନେତା ରୂପେ ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ଘୋଷଣା କରିଥିବାବେଳେ ଏହାକୁ ବିରୋଧ କରିଛନ୍ତି ମହାମେଣ୍ଟର ଅନ୍ୟନେତା ପ୍ରମୁଖମାନେ । ବିହାର ନିର୍ବାଚନ ପାଇଁ ଆର୍‌ଜେଡି ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରି ସାରିଲାଣି। ଏପରିକି ପୋଷ୍ଟର ରିଲିଜ୍‌ କରିବା ସହିତ ଏକ ନୂଆ କ୍ୟାମ୍ପେନ୍‌ ମଧ୍ୟ ଜାରି କରିଛି । ଆର୍‌ଜେଡି ‘ତେଜ ରଫତାର୍‌ ତେଜସ୍ବୀ ସରକାର’ ବୋଲି ଏକ କ୍ୟାମ୍ପେନ୍‌ ଆରମ୍ଭ କରିଛି । ସେହିପରି ବିହାରରେ ଜେଡିୟୁ ଓ ବିଜେପି ମିଳିତ ଭାବରେ ନିର୍ବାଚନ ଲଢିବା ସହିତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ରହିଛନ୍ତି ନୀତିଶ୍‌। (ଏଜେନ୍ସି)

Categories
ଆଜିର ଖବର

ରାଫେଲ୍‌କୁ ଉଡାଇ ପାରିଲେନି, ହେଲେ ଫାଇଲକୁ ହିଁ ଉଡାଇ ଦେଲେ – ତେଜସ୍ବୀ ଯାଦବ

ରାଫେଲ୍‌ ଡିଲ୍‌ର ଦସ୍ତାବିଜ୍‌ ଚୋରି ହେବାର ଅଭିଯୋଗ ପରେ ଏହାକୁ ନେଇ ବିରୋଧୀ ମୋଦି ସରକାରଙ୍କ ଉପରେ ବର୍ଷୁଛନ୍ତି । ପୂର୍ବରୁ କଂଗ୍ରେସ ଏହି ଅଭିଯୋଗ ପରେ ଯାଞ୍ଚ କରିବାକୁ ଦାବି କରିଥିବାବେଳେ ଏହି କ୍ରମରେ ଏବେ ଯୋଗ ଦେଇଛନ୍ତି ବିହାରର ପୂର୍ବତନ ଡେପୁଟି ସିଏମ୍‌ ତଥା ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ବୀ ଯାଦବ । ସେ ରାଫେଲ୍‌ ବିବାଦକୁ ନେଇ ସିଧା ନିଶାନା ମୋଦିଙ୍କୁ କରିଛନ୍ତି । ତେଜସ୍ବୀ ଏକ ଟ୍ବିଟ୍‌ରେ କହିଛନ୍ତି -–‘ସୁରକ୍ଷାର ଅନ୍ତିମ ଗ୍ୟାରେଣ୍ଟି ଚୌକିଦାର ନୁହେଁ ଥାନେଦାର ନିଅନ୍ତି । ଓ ଥାନେଦାର ହେଉଛନ୍ତି ଜନତା । ଚୌକିଦାରର ଚୋରି ଧରାପଡ଼ିଯାଇଛି ଏବେ ଥାନେଦାର ସଜ୍ଜା ଦେବେ । ରାଫେଲ୍‌କୁ ତ ଉଡାଇ ପାରିଲେନି ସେଥିପାଇଁ ଷ୍ଟଣ୍ଟ ମ୍ୟାନ୍‌ ରାଫେଲ୍‌ର ଫାଇଲ୍‌କୁ ଉଡାଇଦେଲେ । ସୁପ୍ରିମ୍‌କୋର୍ଟ ରାଫେଲ୍‌ ବିବାଦର ପୁର୍ନବିଚାର କରିବା ପରେ ରାଫେଲ୍‌ ସମ୍ପର୍କିତ ଦସ୍ତାବିଜ୍‌ ଚୋରି ହୋଇଛି ବୋଲି ସରକାର ସୁପ୍ରିମ୍‌କୋର୍ଟଙ୍କ ପାଖରେ ଉତ୍ତର ରଖିବା ପରେ କଂଗ୍ରେସ ସମେତ ଅନ୍ୟ ବିପକ୍ଷ ଦଳ ସରକାରଙ୍କ ଉପରେ ଭ୍ରଷ୍ଟାଚାରର ଆରୋପ ଲାଗିଛନ୍ତି ।