ଶାନ୍ତିପୂର୍ଣ୍ଣ ଭାବରେ କେନ୍ଦ୍ରାପଡ଼ାରେ ବନ୍ଦ ପାଳନ

Published: Jan 8, 2020, 6:14 pm IST

ସମୀକ୍ଷା ବ୍ୟୁରୋ

କେନ୍ଦ୍ରାପଡ଼ା :୧୨ ଦଫା ଦାବି ନେଇ ଦିଆ ଯାଇଥିବା ଭାରତ୍ ବନ୍ଦ ଡାକରାର ପ୍ରଭାବ କେନ୍ଦ୍ରାପଡ଼ାରେ ମଧ୍ୟ ଦେଖିବା ପାଇଁ ମିଳିଥିଲା। ସକାଳ ୬ଟାରୁ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଥିଲେ। ସହରର ଦୁହୁରିଆ, ତିନିମୁହାଣି, ବସଷ୍ଟାଣ୍ଡ, ପୁରୁଣା ମଟର ଷ୍ଟାଣ୍ଡ, ଶାନ୍ତ ସାହି, ଗୁଲନଗର, ଗୋପ ଚ୍ଛକ ପ୍ରଭୃତି ଅଞ୍ଚଳରେ ରାସ୍ତା ଉପରେ ବସି ରହି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି କରୁଥିବାର ଦେଖିବାକୁ ମିଳିଥିଲା। ଆନ୍ଦୋଳନକାରୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ କଲେଜ, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରିଥିଲେ। ଏମିତିକି ଜିଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ଅବରୋଧ କରିବା ସହିତ କୌଣସି କର୍ମଚାରୀଙ୍କୁ ଭିତରକୁ ଛାଡି ନଥିଲେ। ମୋଟାମୋଟି ଭାବରେ ସହରର ପ୍ରମୁଖ ବ୍ୟବସାୟିକ ପ୍ରତିଷ୍ଠାନ ଓ ବଜାର ବନ୍ଦ ରହିଥିଲା। ତେବେ ବସ ଓ ଅନ୍ୟାନ୍ୟ ଗାଡି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ବନ୍ଦ ଯୋଗୁଁ ସାଧାରଣ ଜନଜୀବନ ବେଶ୍ ପ୍ରଭାବିତ ହୋଇଥିଲା। ଆଜିର ଏହି ବନ୍ଦରେ କେନ୍ଦ୍ରାପଡ଼ାର କୃଷକ ସଭା, ଆଦିବାସୀ ଅଧିକାର ମଞ୍ଚ, ଜିଲା କଂଗ୍ରେସ କମିଟି, ଦଳିତ ମଂଚ, ଗଣତାନ୍ତ୍ରିକ ଯୁବ ଫେଡରେସନ୍, ଗଣତାନ୍ତ୍ରିକ ମହିଳା ସମିତି ପ୍ରଭୃତି ସଂଗଠନ ସାମିଲ ହୋଇଥିଲେ। ବନ୍ଦ ସମୟରେ ସହରରେ କୌଣସି ପ୍ରକାର ହିଂସାତ୍ମକ କାର୍ଯ୍ୟକଳାପ ଦେଖିବା ପାଇଁ ମିଳି ନ ଥିଲା। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ।

Related posts