Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶାନ୍ତିପୂର୍ଣ୍ଣ ଭାବରେ କେନ୍ଦ୍ରାପଡ଼ାରେ ବନ୍ଦ ପାଳନ
ଆଜିର ଖବର

ଶାନ୍ତିପୂର୍ଣ୍ଣ ଭାବରେ କେନ୍ଦ୍ରାପଡ଼ାରେ ବନ୍ଦ ପାଳନ

January 8, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

କେନ୍ଦ୍ରାପଡ଼ା :୧୨ ଦଫା ଦାବି ନେଇ ଦିଆ ଯାଇଥିବା ଭାରତ୍ ବନ୍ଦ ଡାକରାର ପ୍ରଭାବ କେନ୍ଦ୍ରାପଡ଼ାରେ ମଧ୍ୟ ଦେଖିବା ପାଇଁ ମିଳିଥିଲା। ସକାଳ ୬ଟାରୁ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଥିଲେ। ସହରର ଦୁହୁରିଆ, ତିନିମୁହାଣି, ବସଷ୍ଟାଣ୍ଡ, ପୁରୁଣା ମଟର ଷ୍ଟାଣ୍ଡ, ଶାନ୍ତ ସାହି, ଗୁଲନଗର, ଗୋପ ଚ୍ଛକ ପ୍ରଭୃତି ଅଞ୍ଚଳରେ ରାସ୍ତା ଉପରେ ବସି ରହି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି କରୁଥିବାର ଦେଖିବାକୁ ମିଳିଥିଲା। ଆନ୍ଦୋଳନକାରୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ କଲେଜ, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରିଥିଲେ। ଏମିତିକି ଜିଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ଅବରୋଧ କରିବା ସହିତ କୌଣସି କର୍ମଚାରୀଙ୍କୁ ଭିତରକୁ ଛାଡି ନଥିଲେ। ମୋଟାମୋଟି ଭାବରେ ସହରର ପ୍ରମୁଖ ବ୍ୟବସାୟିକ ପ୍ରତିଷ୍ଠାନ ଓ ବଜାର ବନ୍ଦ ରହିଥିଲା। ତେବେ ବସ ଓ ଅନ୍ୟାନ୍ୟ ଗାଡି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ବନ୍ଦ ଯୋଗୁଁ ସାଧାରଣ ଜନଜୀବନ ବେଶ୍ ପ୍ରଭାବିତ ହୋଇଥିଲା। ଆଜିର ଏହି ବନ୍ଦରେ କେନ୍ଦ୍ରାପଡ଼ାର କୃଷକ ସଭା, ଆଦିବାସୀ ଅଧିକାର ମଞ୍ଚ, ଜିଲା କଂଗ୍ରେସ କମିଟି, ଦଳିତ ମଂଚ, ଗଣତାନ୍ତ୍ରିକ ଯୁବ ଫେଡରେସନ୍, ଗଣତାନ୍ତ୍ରିକ ମହିଳା ସମିତି ପ୍ରଭୃତି ସଂଗଠନ ସାମିଲ ହୋଇଥିଲେ। ବନ୍ଦ ସମୟରେ ସହରରେ କୌଣସି ପ୍ରକାର ହିଂସାତ୍ମକ କାର୍ଯ୍ୟକଳାପ ଦେଖିବା ପାଇଁ ମିଳି ନ ଥିଲା। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଷ୍ଟ୍ରପତିଙ୍କୁ ଭେଟିବା ପରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସମାଲୋଚନା

October 11, 2026

କଲେଜ ନିର୍ବାଚନ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ଓ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା

October 11, 2026

ଅକ୍ଟୋବର ୧୧ ତାରିଖ ରାଶିଫଳ: ଆଜି ତିନୋଟି ରାଶି ପାଇଁ ବେଶ ଆନନ୍ଦଦାୟକ, ଆର୍ଥିକ ଲାଭ ସମ୍ଭାବନା

October 11, 2026

ନଦୀରେ ବୁଡ଼ି ୨ ଭାଇ ମୃତ

October 10, 2026
Latest News

ରାଷ୍ଟ୍ରପତିଙ୍କୁ ଭେଟିବା ପରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସମାଲୋଚନା

October 11, 2026

କଲେଜ ନିର୍ବାଚନ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ଓ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା

October 11, 2026

ଅକ୍ଟୋବର ୧୧ ତାରିଖ ରାଶିଫଳ: ଆଜି ତିନୋଟି ରାଶି ପାଇଁ ବେଶ ଆନନ୍ଦଦାୟକ, ଆର୍ଥିକ ଲାଭ ସମ୍ଭାବନା

October 11, 2026

ନଦୀରେ ବୁଡ଼ି ୨ ଭାଇ ମୃତ

October 10, 2026

ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.