ଆରଏସଏସ୍‌ କେବଳ ହିନ୍ଦୁମାନଙ୍କର ସଙ୍ଗଠନ ନୁହେଁ : ଦିଗ୍‌ବିଜୟ ସିଂହ

Published: Jan 8, 2020, 5:58 pm IST
Government Should Produce Evidence Of Air Strike: Digvijaya Singh

ଭୋପାଳ : କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଭୋପାଳର ସେବାଦଳ ପ୍ରଶିକ୍ଷଣ ଶିବିର ସମ୍ମେଳନରେ ସାମିଲ ହୋଇ ସମୟ ଅତିବାହିତ କରିଛନ୍ତି।ଏହି ଅବସରରେ ଦିଗବିଜୟ କହିଛନ୍ତି ଯେ, ଆଜି ଦୁନିଆରେ ବିଚାରଧାରାର ଲଢେଇ ଚାଲିଛି। ଭାରତରେ ସଂସ୍କାର ଯୋଡ଼ାଯାଇଥାଏ, କିନ୍ତୁ ଏବେ ଦେଶରେ ଏହାକୁ ଭଙ୍ଗାଯିବାର ପ୍ରଚେଷ୍ଟା ଚାଲିଛି। ଦିଗ୍‌ବିଜୟ ସିଂହ ଆରଏସ୍‌ଏସକୁ ଟାର୍ଗେଟ କରି କହିଛନ୍ତି ଯେ, ସ୍ବାଧୀନତା ପରେ ଆରଏସ୍‌ଏସ୍‌ ସମ୍ବିଧାନ ବିରୋଧୀ ରୂପେ ରହିଆସିଛି। ନରେନ୍ଦ୍ର ମୋଦି ଲାଠି ଦ୍ବାରା ଦେଶକୁ ଚଳାଇବାକୁ ଚାହୁଁଛନ୍ତି, ଯାହା ଏବେ କଦାପି ସମ୍ଭବ ନୁହେଁ। ଦୁନିଆରେ ସବୁ ଦେଶରେ ସଂଖ୍ୟାଲଘୁଙ୍କ ପାଇଁ ସଂରକ୍ଷଣ ନିୟମ ରହିଛି।  ଆରଏସଏ୍‌ସ୍‌ କେବଳ ହିନ୍ଦୁମାନଙ୍କର ସଙ୍ଗଠନ ନୁହେଁ, ଏହାର ମୂଳ ବିଚାରଧାରା ହେଉଛି ଫାଶୀବାଦ। ଆରଏସଏସ୍‌ ମାନସିକତାକୁ ଭାଙ୍ଗିଥାଏ। ଯେତେବେଳେ କଂଗ୍ରେସ ବିଚାରଧାରାକୁ ଯୋଡିଥାଏ। ସବୁ ଧର୍ମର ମୂଳ ମନ୍ତ୍ର ମନୁଷ୍ୟତ୍ବ। ଏହା ସମସ୍ତଙ୍କୁ ଯୋଡି ରଖିଥାଏ। ମୋଦି – ଶାହାଙ୍କୁ ଦିଗ୍‌ବିଜୟ ଟାର୍ଗେଟ୍‌ କରି କହିଛନ୍ତି ଯେ, ମୋଦି ଓ ଶାହା ଦୁଇଟି ଶରୀର ଗୋଟିଏ ଆତ୍ମା। ଏହି ଅବସରରେ ସଭରକରଙ୍କୁ ନେଇ କଂଗ୍ରେସ ସେବାଦଳର ବିବାଦୀୟ ପୁସ୍ତିକାକୁ ନେଇ ମତ ରଖି ଦିଗ୍‌ବିଜୟ କହିଛନ୍ତି ଯେ, ଏହା ବହୁ ପୂର୍ବରୁ ପ୍ରକାଶିତ ହୋଇଥିଲା, ସେତେବେଳେ ଏହାକୁ ନେଇ କେହି କିଛି କହିନଥିଲ । ଏବେ ଶୋଇକରି ଉଠିଲେ । ସିଏଏକୁ ନେଇ ଦିଗ୍‌ବିଜୟ କହିଛନ୍ତି ଯେ, ଏହାର କୌଣସି ଆବଶ୍ୟକତା ନାହିଁ। ଦେଶରେ ଧର୍ମର ରାଜନୀତି କରି ବିଭାଜନ କରିବାକୁ ପ୍ରଚେଷ୍ଟା ଚାଲିଛି। (ଏଜେନ୍ସି)

Related posts