
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ୍ କମିଶନରକୁ ନେଇ ବହୁତ ଶୀଘ୍ର ନିଷ୍ପତ୍ତି ଆସିପାରେ। ମିଳିଥିବା ସୂତ୍ର ଅନୁସାରେ ଗୃହ ମନ୍ତ୍ରାଳୟ ଏନେଇ ନିର୍ବାଚନ ଆୟୋଗକୁ ଚିଠି କରିଛନ୍ତି। ଦିଲ୍ଲୀ ପୋଲିସ୍ କମିଶନର ଅମୂଲ୍ୟ ପଟ୍ଟନାୟକ ଆସନ୍ତା ଜାନୁଆରୀ 31ରେ ଅବସର ନେବେ। ନୂତନ ପୋଲିସ୍ କମିଶନର ନେଇ ଏକ ପ୍ୟାନେଲ୍ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯିବା କିମ୍ବା ବର୍ତ୍ତମାନର ପୁଲିସ୍ କମିଶନରଙ୍କ କାର୍ଯ୍ୟକାଳକୁ ବଢାଇ ଦିଆଯାଇପାରେ ବୋଲି ମଧ୍ୟ ସୂଚନା ରହିଛି।
ଦିଲ୍ଲୀରେ ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି। ଏପରି ସମୟରେ ନୂତନ କମିଶନର ନିଯୁକ୍ତି କରିବା କିମ୍ବା ବର୍ତ୍ତମାନ ପୁଲିସ୍ କମିଶନରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯିବ। 1985 ବ୍ୟାଚ୍ର ଆଇପିଏସ୍ ଅଧିକାରୀ ପୁଲିସ୍ କମିଶନର ପଦ ସମ୍ଭାଳିବା ପୂର୍ବରୁ ସ୍ପେଶାଲ୍ କମିଶନର ଅଫ୍ ପୁଲିସ୍ ପଦରେ ନିଯୁକ୍ତି ଥିଲେ । ଆସନ୍ତା ଫେବୃଆରୀ 8 ତାରିଖରେ 70 ବିଧାନସଭା ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାର ଫଳାଫଳ ଫେବୃଆରୀ 11ରେ ପ୍ରକାଶିତ ହେବ। ଏହି ସମୟରେ ଦିଲ୍ଲୀ ପୁଲିସ୍ କମିଶନରଙ୍କୁ ନେଇ ନିଷ୍ପତ୍ତି ଖୁବ୍ଶୀଘ୍ର ନିଆଯିବା ବୋଲି ସୂଚନା ରହିଛି। (ଏଜେନ୍ସି)