Categories
ଆଜିର ଖବର ଜାତୀୟ ଖବର

ବଦଳିଲେ ଦିଲ୍ଲୀ କମିଶନର ଅମୂଲ୍ୟ ପଟ୍ଟନାୟକ, ଏସଏନ୍‌ ଶ୍ରୀବାସ୍ତବଙ୍କୁ ମିଳିଲା ଦାୟିତ୍ବ

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡ ପରେ ଦିଲ୍ଲୀ ପୋଲିସ୍‌ କମିଶନର ବଦଳିଛନ୍ତି । ଦିଲ୍ଲୀ ପୋଲିସ୍‌ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ ସ୍ଥାନରେ ଦିଲ୍ଲୀର ସ୍ପେଶାଲ୍‌ କମିଶନର (ଲ ଆଣ୍ଡ ଅର୍ଡର) ଦାୟିତ୍ବରେ ରହିଥିବା ଏସ୍‌ଏନ୍‌ ଶ୍ରୀବାସ୍ତବଙ୍କୁ ଦାୟିତ୍ବ ଦିଆଯାଇଛି। ଆସନ୍ତା ମାର୍ଚ୍ଚ ପହିଲାରୁ ସେ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିବେ।

ଦିଲ୍ଲୀ ବିଧାନସଭା ନିର୍ବାଚନ ଯୋଗୁଁ ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳକୁ ବଢାଯାଇଥିଲା। ଅମୂଲ୍ୟ ପଟ୍ଟନାୟକ ଫେବୃଆରୀ 29 ତାରିଖରେ ଅବସର ଗ୍ରହଣ କରିବେ।

ସୂଚନାଯୋଗ୍ୟ ଏଜିଏମ୍‌ୟୁ 1985 ବ୍ୟାଚ୍‌ର ଅଧିକାରୀ ଡିଜି ଏସ୍‌ଏନ୍‌ ଶ୍ରୀବାସ୍ତବ ଜମ୍ମୁ କାଶ୍ମୀରରେ ଅବସ୍ଥାପିତ ହୋଇଥିବାବେଳେ ଦିଲ୍ଲୀ ହିଂସାକାଣ୍ଡକୁ ଦେଖି ଏସ୍‌ଏନ୍‌ ଶ୍ରୀବାସ୍ତବଙ୍କୁ ଦିଲ୍ଲୀର ସ୍ପେଶାଲ୍‌ କମିଶନର ରୂପେ ନିଯୁକ୍ତ କରାଯାଇଥିଲା। ଏସଏନ୍‌ ଶ୍ରୀବାସ୍ତବ ଦିଲ୍ଲୀରେ ହୋଇଥିବା ଆଇପିଏଲ୍‌ ମ୍ୟାଚ୍‌ ଫିକ୍ସିଂର ପର୍ଦ୍ଦାଫାସ ମଧ୍ୟ କରିଥିଲେ। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଚଳିତ ମାସରେ ଅବସର ନେବେ ଦିଲ୍ଲୀ ପୋଲିସ୍‌ କମିଶନର : ନୂତନ କମିଶନର ନିଯୁକ୍ତିକୁ ନେଇ ଖୁବଶୀଘ୍ର ନିଆଯିବ ନିଷ୍ପତ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ୍‌ କମିଶନରକୁ ନେଇ ବହୁତ ଶୀଘ୍ର ନିଷ୍ପତ୍ତି ଆସିପାରେ। ମିଳିଥିବା ସୂତ୍ର ଅନୁସାରେ ଗୃହ ମନ୍ତ୍ରାଳୟ ଏନେଇ ନିର୍ବାଚନ ଆୟୋଗକୁ ଚିଠି କରିଛନ୍ତି। ଦିଲ୍ଲୀ ପୋଲିସ୍‌ କମିଶନର ଅମୂଲ୍ୟ ପଟ୍ଟନାୟକ ଆସନ୍ତା ଜାନୁଆରୀ 31ରେ ଅବସର ନେବେ। ନୂତନ ପୋଲିସ୍‌ କମିଶନର ନେଇ ଏକ ପ୍ୟାନେଲ୍‌ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯିବା କିମ୍ବା ବର୍ତ୍ତମାନର ପୁଲିସ୍‌ କମିଶନରଙ୍କ କାର୍ଯ୍ୟକାଳକୁ ବଢାଇ ଦିଆଯାଇପାରେ ବୋଲି ମଧ୍ୟ ସୂଚନା ରହିଛି।

ଦିଲ୍ଲୀରେ ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି। ଏପରି ସମୟରେ ନୂତନ କମିଶନର ନିଯୁକ୍ତି  କରିବା କିମ୍ବା ବର୍ତ୍ତମାନ ପୁଲିସ୍‌ କମିଶନରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯିବ। 1985 ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ପୁଲିସ୍‌ କମିଶନର ପଦ ସମ୍ଭାଳିବା ପୂର୍ବରୁ ସ୍ପେଶାଲ୍‌ କମିଶନର ଅଫ୍‌ ପୁଲିସ୍‌ ପଦରେ ନିଯୁକ୍ତି ଥିଲେ । ଆସନ୍ତା ଫେବୃଆରୀ 8 ତାରିଖରେ 70 ବିଧାନସଭା ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାର ଫଳାଫଳ ଫେବୃଆରୀ 11ରେ ପ୍ରକାଶିତ ହେବ। ଏହି ସମୟରେ ଦିଲ୍ଲୀ ପୁଲିସ୍‌ କମିଶନରଙ୍କୁ ନେଇ ନିଷ୍ପତ୍ତି ଖୁବ୍‌ଶୀଘ୍ର ନିଆଯିବା ବୋଲି ସୂଚନା ରହିଛି। (ଏଜେନ୍ସି)