ମଧ୍ୟପ୍ରଦେଶରେ ଟିକସ ମୁକ୍ତ ହେଲା ‘ଛପାକ୍‌’

Published: Jan 9, 2020, 4:19 pm IST

ମଧ୍ୟପ୍ରଦେଶ : ଦୀପିକା ପାଦୁକୋନ୍‌ ଓ ତାଙ୍କ ଅଭିନୀତ ଫିଲ୍ମ ‘ଛପା୍କ୍‌’ ଏବେ ଚର୍ଚ୍ଚାରେ ରହିଛି।  ମଧ୍ୟପ୍ରଦେଶରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରାଯାଇଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ସୋସିଆଲ ମିଡିଆରେ ଏହା ସମ୍ପର୍କରେ ସୂଚନା ଦେଇଛନ୍ତି। ଏସିଡ୍‌ ପୀଡ଼ିତାଙ୍କ ଉପରେ ନିର୍ମିତ ଫିଲ୍ମ ଛପାକ୍‌, ଜାନୁଆରୀ 10 ତାରିଖରେ ପରଦା ଉପରେ ପ୍ରଦର୍ଶିତ ହେବାକୁ ରହିଛି।  ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଟୁଇଟ୍‌ରେ ଏହି ଫିଲ୍ମର ଟ୍ୟାକ୍ସ ଫ୍ରି କରିବା ନେଇ ସୂଚନା ଦେବା କହିଛନ୍ତି କହିଛନ୍ତି ଯେ, ଏହି ଫିଲ୍ମ ସମାଜରେ ଏସିଡ୍‌ ପୀଡ଼ିତାଙ୍କ ମହିଳାଙ୍କୁ ନେଇ ଏକ ସକାରାତ୍ମକ ବାର୍ତ୍ତା ଦେବା ସହିତ  ପୀଡ଼ିତାଙ୍କ ପୀଡ଼ା ସହିତ ଆତ୍ମବିଶ୍ବାସ, ସଂଘର୍ଷ, ଚେଷ୍ଟା, ଆଶା, ଓ ଜୀଇଁବାର ଇଚ୍ଛାକୁ ନେଇ କାହାଣୀ ଗତିଶୀଳ। ଏହା ସମାଜରେ ବିଚାରାଧାରାକୁ ପରିବତ୍ତର୍ନ ଦେବାରେ ବେଶ୍‌ ବଳିଷ୍ଠ ଭୂମିକା ଗ୍ରହଣ କରିବ।

ସୂଚନାଯୋଗ୍ୟ, ଜେଏନ୍‌ୟୁରେ ଚାଲିଥିବା ବିରୋଧ ପ୍ରଦର୍ଶନରେ ଦୀପିକା ନୀରବ ପ୍ରତିବାଦ ଜଣାଇବା ସହିତ ଜେଏନ୍‌ୟୁର ଛାତ୍ରଙ୍କ ସହିତ ଉପସ୍ଥିତ ରହିଥିଲେ, ଯାହାକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଏହାକୁ ଅନେକେ ସମର୍ଥନ କରୁଥିବାବେଳେ କେହି କେହି ଫିଲ୍ମର ପ୍ରମୋସନ୍‌ ନେଇ ଏହା ଦୀପିକା କରିଛନ୍ତି ବୋଲି କହିଛନ୍ତି। (ଏଜେନ୍ସି)

Related posts