ଓଡିଶାର ପୂର୍ବତ୍ତନ ମୁଖ୍ୟ ବିଚାରପତି ସିବିଆଇ କୋର୍ଟରେ ହେବେ ହାଜର, ମେଡିକାଲ କଲେଜ ନାମଲେଖା ଦୁର୍ନିତିରେ ସେ ଅଭିଯୁକ୍ତ

Published: Jan 9, 2020, 5:12 pm IST

ନୂଆଦିଲ୍ଲୀ- ଓଡିଶାର ପୂର୍ବତ୍ତନ ମୁଖ୍ୟ ବିଚାରପତି ତଥା ଅବସରପ୍ରାପ୍ତ ବିଚାରପତି ଆଇ ଏମ କୁଦ୍ଦସୀ ସିବିଆଇର ସ୍ବତନ୍ତ୍ର କୋର୍ଟରେ ହାଜରେ ହେବେ। ଏ ନେଇ ସିବିଆଇ କୋର୍ଟ ତରଫରୁ ତାଙ୍କୁ ସମନ କରାଯାଇଛି। ଦୁଇ ବର୍ଷ ତଳେ ମେଡିକାଲ କଲେଜରେ ନାମଲେଖା ରେ ହୋଇଥିବା ଦୁର୍ନିତିରେ ସେ ଅନ୍ୟତମ ଅଭିଯୁକ୍ତ ଅଛନ୍ତି। ତାଙ୍କ ସହିତ ସ୍ବତନ୍ତ୍ର କୋର୍ଟ ଆଉ ଛଅ ଜଣଙ୍କୁ ମଧ୍ୟ କୋର୍ଟରେ ହାଜର ହେବା ପାଇଁ ସମନ କରାଯାଇଛି। ସେମାନେ ହେଲେ ପ୍ରସାଦ ଏଡୁକେସନ ଟ୍ରଷ୍ଟର ବିପି ଯାଦବ, ପଳାସ ଯାଦବ, ବିଶ୍ବନାଥ ଅଗ୍ରୱାଲା, ରାମଦେବ ସରସ୍ବତୀ, ଭାବନା ପାଣ୍ଡେ ଏବଂ ସୁଧୀର ଗିରି। ପ୍ରସାଦ ଏଡୁକେସନ ଟ୍ରଷ୍ଟ ଅଦିନରେ ଚାଲିଥିଲା ପ୍ରସାଦ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସ। ଏହି ଇନଷ୍ଟିଚ୍ୟୁଟ ସେତେବେଳେ 46 କଲେଜକୁ ପରିଚାଳନା କରୁଥିଲା। ଏଥିରେ ନାମଲେଖାଇବା ପାଇଁ 2017-2018 ଏବଂ 2018-2019 ଶିକ୍ଷା ବର୍ଷରେ ଛାତ୍ରଛାତ୍ରୀଙ୍କଠାରୁ ଧାର୍ଯ୍ୟ ଫି ଠାରୁ ଅଧିକା ନେଇଥିଲେ। ଯାହାକୁ ନେଇ ସିବିଆଇ ବର୍ତ୍ତମାନ ତଦନ୍ତ କରୁଛି। ସେହି ଘଟଣାରେ ଅବସରପ୍ରାପ୍ତ ବିଚାରପତି ଆଇ ଏମ କୁଦ୍ଦସୀ  ଅଭିଯୁକ୍ତ ଅଛନ୍ତି।

Related posts