Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁଇ ଦିନ ପାଇଁ ଏହିସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ ସରବରାହ, ଘୋଷଣା କଲା ସେସୁ
ଆଜିର ଖବର

ଦୁଇ ଦିନ ପାଇଁ ଏହିସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ ସରବରାହ, ଘୋଷଣା କଲା ସେସୁ

January 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଆସନ୍ତା ଶୁକ୍ରବାର ଓ ଶନିବାର କଟକ, ଭୁବନେଶ୍ବର, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ନିମାପଡା  ଜିଲ୍ଲାର କିଛି ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିବ ନେଇ ଗୁରୁବାର ଦିନ ସେସୁ ପକ୍ଷରୁ ଘୋଷଣା କରାଯାଇଛି।

ଜରୁରୀକାଳୀନ ମରାମତି କାର୍ଯ୍ୟପାଇଁ  ଶୁକ୍ରବାର  ଓ ଶନିବାର ଦିନ ଏହିସବୁ ସ୍ଥାନର ବିଦ୍ୟୁତ ସରବରାହ ବନ୍ଦ ରହିବ।

ଶୁକ୍ରବାର ଦିନ ନିମ୍ନ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ ସରବରାହ

୧. ଭୁବନେଶ୍ବର (ସହରାଞ୍ଚଳ) –  ଦାରୁଠେଙ୍ଗ, କୃଷ୍ଣନଗର, ଚନ୍ଦକା, ପଥରଗାଡିଆ, ସୁନ୍ଦରପଦା, କୁଜିମହଲ, ବାରିକ୍‌ ସାହି, ମାଉସୀମାଛକ ବିଶୋଇସାହି, ସାମନ୍ତରାପୁର, ଦିବ୍ୟବିହାର, ସୂର୍ଯ୍ୟବିହାର ଆଦି ଅଞ୍ଚଳରେ ସକାଳ 9 ଘଟିକାରୁ ଅପରାହ୍ନ 1 ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ ।

୨. କଟକ (ସହରାଞ୍ଚଳ) – ମତଗଜପୁର, ଚାଉଳିଆଗଞ୍ଜ, ମାଲଗୋଦାମ ଓ ଓମ୍‌ପି ଅଞ୍ଚଳରେ ଦିନ 10ଘଟିକାଠାରୁ ଅପରାହ୍ନ 2 ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସରାବରାହ ବନ୍ଦ ରହିବ ।

୩. କଟକ (ଗ୍ରାମାଞ୍ଚଳ) – ଆଠଗଡ ଓ ନିଆଳି ଅଞ୍ଚଳରେ ସକାଳ 8 ଘଟିକାଠାରୁ 12 ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ ।

୪. ଖୋର୍ଦ୍ଧା – କଥାଖୁଣ୍ଟିଆ, ପାଟଣୀବାଡ, କୁମ୍ଭିଲା, ଗଉଡପୁଟ୍‌ ଆଦି ଅଞ୍ଚଳରେ ସକାଳ 9 ଘଟିକାଠାରୁ ଅପରାହ୍ନ 3 ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ ।

୫. ନୟାଗଡ – ନୟାଗଡର ସିମେଇ ସାହି ଅଞ୍ଚଳରେ ସକାଳ 8 ଘଟିକାଠାରୁ ଅପରାହ୍ନ 5 ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ ।

୬. ଢେଙ୍କାନାଳ – କାମାକ୍ଷାନଗର, ହିନ୍ଦୋଳ ରୋଡ୍‌ ଓ ମଠକୋରାଗୋଲା ଅଞ୍ଚଳରେ ସକାଳ 8 ଘଟିକାଠାରୁ ଅପରାହ୍ନ 1 ଘଟିକା ଯାଏଁ ବିଦ୍ୟୁତ ସେବା ବନ୍ଦ ରହିବାକୁ ଥିବାବେଳେ   ଢେଙ୍କାନାଳ ଟାଉନ୍‌, ଜୋରନ୍ଦା, ସପ୍ତଶର୍ଯ୍ୟା, ଗୋବିନ୍ଦପୁର, ଦେଉଳସାହି ଅଞ୍ଚଳରେ ସକାଳ 9ଘଟିକାଠାରୁ ଅପରାହ୍ନ 4 ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ ।

୭. ନିମାପଡା – କୁରୁଜଙ୍ଗ, ସାମକୁଲା, କାନ୍ଦାଲ୍‌, ମୂଷାପଡା, ତଣ୍ଡାଘର ପ୍ରଭୃତି ଅଞ୍ଚଳରେ ଦିନ 10 ଘଟିକାଠାରୁ ଅପରାହ୍ନ 2 ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସେବା ବନ୍ଦ ରହିବ ।

ସେହିପରି ଶନିବାର ଦିନ ନିମ୍ନ ସ୍ଥାନ ଗୁଡ଼ିକରେ ବିଦ୍ୟୁତ ସେବା ବନ୍ଦ ରହିବ

୧. ଭୁବନେଶ୍ବର (ସହରାଞ୍ଚଳ) – ବିଜେବି ନଗର, ଗୌରୀନଗର, ରବି ଟକିଜ୍‌ ଆଦି ଅଞ୍ଚଳରେ ଦିନ 10 ଘଟିକାଠାରୁ ଅପରାହ୍ନ 1 ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସେବା ବନ୍ଦ ରହିବ ।

୨.କଟକ (ସହରାଞ୍ଚଳ) – କଲ୍ୟାଣୀନଗର, ରାଜେନ୍ଦ୍ରନଗର ଆଦି ଅଞ୍ଚଳରେ ଦିନ 10 ଘଟିକାଠାରୁ ଅପରାହ୍ନ 4 ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ ।

୩.କଟକ (ଗ୍ରାମୀଣ) – ଗୋଡିଝରିଆଠାରେ ସକାଳ 9 ଘଟିକାଠାରୁ ଅପରାହ୍ନ 12 ଘଟିକା ଯାଏଁ ବିଦ୍ୟୁତ୍‌ ସେବା ବନ୍ଦ ରହିବାକୁ ଥିବାବେଳେ ଚାରବାଟିଆଠାରେ ସକାଳ 9 ଘଟିକାଠାରୁ ଅପରାହ୍ନ 5 ଘଟିକା ଯାଏଁ ବିଦ୍ୟୁତ ସେବା ବନ୍ଦ ରହିବ ।

୪. ଖୋର୍ଦ୍ଧା – କଥାଖୁଣ୍ଟିଆ, ପାଟଣୀବାଡ, କୁମ୍ଭିଲା, ଗଉଡପୁଟ ଆଦି ଅଞ୍ଚଳରେ ସକାଳ 9 ଘଟିକାଠାରୁ ଅପରାହ୍ନ 3 ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସେବା ବନ୍ଦ ରହିବ ।

୫. ଢେଙ୍କାନାଳ – ଦେଉଳସାହି ଅଞ୍ଚଳରେ ସକାଳ 9 ଘଟିକାଠାରୁ ଅପରାହ୍ନ 4 ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସେବା ବନ୍ଦ ରହିବ ।

୬. ନିମାପଡ଼ା – କୁରୁଜଙ୍ଗ, ସାମକୁଲା, କାନ୍ଦାଲ୍‌, ମୂଷାପଡା, ତାଣ୍ଡହାର୍‌ ଆଦି ଅଞ୍ଚଳରେ ସକାଳ 9 ଘଟିକାଠାରୁ ଅପରାହ୍ନ 2 ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସେବା ବନ୍ଦ ରହିବ ।

cesu
Share. Facebook Twitter LinkedIn Email WhatsApp Copy Link

Related Posts

ପୁଲିସ ପେଟ୍ରୋଲିଂ ଗାଡ଼ିକୁ ଆକ୍ରମଣ: କନେଷ୍ଟବଳ ଗୁରୁତର, ୨ ଡ୍ରଗ୍ସ ମାଫିଆ ଗିରଫ

September 13, 2026

ବ୍ରିକ୍ସରେ ଗର୍ଜିଲା ଇରାନ! ଆମେରିକା-ଇସ୍ରାଏଲକୁ ପେଜେଶକିୟାନଙ୍କ କଡ଼ା ଜବାବ

September 13, 2026

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026

ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

September 13, 2026
Latest News

ପୁଲିସ ପେଟ୍ରୋଲିଂ ଗାଡ଼ିକୁ ଆକ୍ରମଣ: କନେଷ୍ଟବଳ ଗୁରୁତର, ୨ ଡ୍ରଗ୍ସ ମାଫିଆ ଗିରଫ

September 13, 2026

ୟୁଏସ୍ ଓପନ୍‌ ଫାଇନାଲ୍‌: ଟାଇଟଲ୍‌ ଲଢ଼େଇରେ ମୁହାଁମୁହିଁ ହେବେ ଜ୍ୱେରେଭ୍‌ ଏବଂ ଶେଲ୍ଟନ୍‌

September 13, 2026

ବ୍ରିକ୍ସରେ ଗର୍ଜିଲା ଇରାନ! ଆମେରିକା-ଇସ୍ରାଏଲକୁ ପେଜେଶକିୟାନଙ୍କ କଡ଼ା ଜବାବ

September 13, 2026

ଆସନ୍ତୁ ଜାଣିବା ସୂର୍ଯ୍ୟମୁଖୀ ମଞ୍ଜି ଆମ ଶରୀର ପାଇଁ କେତେ ଉପକାରୀ

September 13, 2026

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.