ତିବ୍ବତୀୟ ଚିକିତ୍ସା କଣ ଜାଣନ୍ତି କି, ଭୁବନେଶ୍ବରରେ ଜାନୁୟାରୀ 10 ତାରିଖରୁ ତିନିଦିନ ଧରି ହେବ ମାଗଣା ଚିକିତ୍ସା

Published: Jan 9, 2020, 7:04 pm IST

ଭୁବନେଶ୍ବର- ତିବ୍ବତୀୟ ଚିକିତ୍ସା ହେଉଛି ଭାରତ ଚିକିତ୍ସା ବିଜ୍ଞାନର ଏକ ପ୍ରାଚୀନ ଚିକିତ୍ସା। ଏହି ଚିକିତ୍ସା ତିବ୍ବତୀୟ ଅଞ୍ଚଳରେ ବହୁଳ ଭାବେ ପରିଲକ୍ଷିତ ହୁଏ। ତେବେ ଏହି ଚିକିତ୍ସା ମାଗଣାରେ ଭୁବନେଶ୍ବର ବାସୀଙ୍କୁ ଦେବା ପାଇଁ ନିଆଯାଇଛି ଏକ ପଦକ୍ଷେପ। ଭୁବନେଶ୍ବରରେ ଆସନ୍ତା କାଲିଠାରୁ 13 ତାରିଖ ପର୍ଯ୍ୟନ୍ତ ଏହି ଚିକିତ୍ସା ତିବ୍ବତୀୟ ଚିକିତ୍ସକଙ୍କ ଦ୍ବାରା ଯୋଗାଇ ଦିଆଯିବ। ସବୁଠାରୁ ବଡ କଥା ହେଲା ଏଥିରେ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ବ୍ୟକ୍ତଗତ ଚିକିତ୍ସକ ଡା. ସେୱାଙ୍ଗା ତାମଦନ୍ ଯୋଗଦେବେ। ଏଥିରେ ଚିକିତ୍ସକଙ୍କ ସହିତ ତିବ୍ବତୀୟ ଜ୍ୟୋର୍ତିବିତ୍ ମଧ୍ୟ ଯୋଗଦେଇ ଲୋକଙ୍କୁ ପରାମର୍ଶ ଦେବେ। ଏହି ଚିକିତ୍ସା ସ୍ଥାନରେ ତିବ୍ବତୀୟ ଧର୍ମଗୁରୁଙ୍କୁ ବିଭିନ୍ନ ପୁସ୍ତକ, ତିବ୍ବତୀୟ ଔଷଧ ଏବଂ ଆର୍ଯୁବେଦ ଔଷଧ ବିକ୍ରି କରାଯିବ ବୋଲି ଭୁବନେଶ୍ବରରେ ଥିବା ତିବ୍ବତୀୟ ଚିକିତ୍ସାଳୟ ତରଫରୁ କୁହାଯାଇଛି।

Related posts