ଇରାନ୍‌ ଆଣ୍ଟି ଏୟାରକ୍ରାଫ୍ଟ ମିଶାଇଲରେ ଧ୍ବଂସ ହୋଇଥିଲା ୟୁକ୍ରେନ୍‌ ବିମାନ

Published: Jan 10, 2020, 9:02 am IST

ତେହେରାନ୍‌ : ଦୁଇ ଦିନ ପୂର୍ବରୁ ଦୁର୍ଘଟଣା ଗ୍ରସ୍ତ ୟୁକ୍ରେନ୍‌ ଏୟାରଲାଇନ୍ସ ବିମାନର ସତ୍ୟତା ସମ୍ମୁଖକୁ ଆସିଛି । ଇରାନ୍‌ର ଏକ ଆଣ୍ଟି ଏୟାରକ୍ରାଫ୍ଟ ମିଶାଇଲ୍‌ ବିମାନ ଧ୍ବଂସର କାରଣ ବୋଲି ଜଣାପଡିଛି । ବୁଧବାର ଘଟିଥିବା ବିମାନ ଦୁର୍ଘଟଣାରେ 176 ଯାତ୍ରୀଙ୍କ ପ୍ରାଣହାନି ଘଟିଥିଲା । ପେଣ୍ଟାଗନ୍‌ ପକ୍ଷରୁ ଏହି ତଥ୍ୟ ପ୍ରକାଶ କରାଯାଇଛି । ଋଷିଆରେ ନିର୍ମିତ ଟୋର୍‌-ଏମ୍‌1 କ୍ଷେପଣାସ୍ତ୍ର ଦ୍ବାରା ବିମାନଟିକୁ ଆକ୍ରମଣ କରାଯାଇଥିବା ନେଇ ପେଣ୍ଟାଗନ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଇରାନ ସେନାଧ୍ୟକ୍ଷ ସୁଲେମାନୀଙ୍କ ମୃତ୍ୟୁ ପରେ ଇରାନ୍‌ ପକ୍ଷରୁ ଏହି ଆଣ୍ଟି ଏୟାରକ୍ରାଫ୍ଟ ମିଶାଇଲ ତୟାର ରଖାଯାଇଥିଲା । ଇରାନ୍‌ ସୀମାରେ ୟୁକ୍ରେନୀୟ ବିମାନ ଦେଖାଦେବା ପରେ ଏହାକୁ ଇରାନ ପକ୍ଷରୁ ଖସାଇ ଦିଆଯାଇଥିଲା । ଏହି ଆକ୍ରମଣ ପରେ ହସନ ରୁହାନୀଙ୍କ ଟ୍ବିଟ୍‌ ପରେ ଇରାନ୍‌ ଏହି ଆକ୍ରମଣରେ ସମ୍ପୃକ୍ତ ଥିବାର ସନ୍ଦେହ କରାଯାଉଥିଲା । (ଏଜେନ୍ସୀ)

Related posts