ପାକିସ୍ତାନୀ ଶିଖ୍‌ ଯୁବକ ହତ୍ୟା ମାମଲା : ଭାବିପତ୍ନୀ ଦେଇଥିଲେ ସୁପାରୀ

Published: Jan 10, 2020, 3:02 pm IST

ପେଶାଓ୍ବାର : କିଛିଦିନ ପୂର୍ବେ ପାକିସ୍ତାନରେ ଜଣେ ଶିଖ୍‌ ଯୁବକଙ୍କ ହତ୍ୟା ଖବର ସାମ୍ନାକୁ ଆସିଥିଲା। ଏବେ ଏହି ହତ୍ୟାକାଣ୍ଡକୁ ନେଇ ପାକିସ୍ତାନ ପୋଲିସ୍‌ ଏକ ବଡ ଖୁଲାସା କରିଛି । ପୋଲିସ୍‌ ଏହି ହତ୍ୟାକାଣ୍ଡର ରହସ୍ୟକୁ ପର୍ଦ୍ଦାଫାସ କରିଛି। ଯୁବକଙ୍କୁ ତାଙ୍କ ଭାବି ପତ୍ନୀ ହତ୍ୟା କରିଛନ୍ତି ବୋଲି ପୋଲିିସ୍‌ ସୂତ୍ରରୁ ପ୍ରକାଶ ପାଇଛି ।

ପାକିସ୍ତାନ ପୋଲିସ୍‌ ମୁତାବକ ମାଲେସିଆରେ ରହୁଥିବା ରବିନ୍ଦ୍ର ସିଂହ ବିବାହ ପାଇଁ ପାକିସ୍ତାନ ଆସିଥିଲେ। କିନ୍ତୁ ଏହି ବିବାହରେ ତାଙ୍କ ଭାବି ପତ୍ନୀ ପ୍ରେମ କୁମାରୀ ରାଜି ନଥିଲେ । ପ୍ରେମ କୁମାରୀଙ୍କୁ ରବୀନ୍ଦ୍ରଙ୍କୁ ଠିକଣା ରାସ୍ତାରେ ଲଗାଇବା ପାଇଁ ଏପରି ଏକ ଦୁଃସାହାସିକ ପଦକ୍ଷେପ ଉଠାଇଥିଲେ । ଭାବୀ ପତ୍ନୀ ଜଣକ ତାଙ୍କ ଭାବି ପତିଙ୍କୁ ସପିଂ ମଲ୍‌ରେ ସାର୍ପ ଶୁଟର୍‌ଙ୍କ ଦ୍ବାରା ଗୁଳିରେ ହତ୍ୟା କରି ପେଶାଓ୍ବରଠାରେ ଫୋପାଡି ଦେଇଥିଲେ । ଏହି କାର୍ଯ୍ୟ ପାଇଁ ରବୀନ୍ଦ୍ରଙ୍କ ଭାବି ପତ୍ନୀ ଶୁଟର୍‌ଙ୍କୁ 7 ଲକ୍ଷ ଟଙ୍କା ଦେଇଥିଲେ । ଏହାର କିଛି ଆଗୁଆ ଆଡଭାନ୍ସ ମଧ୍ୟ ଦେଇଥିଲେ ।

ସୂଚନାଯୋଗ୍ୟ, ପାକିସ୍ତାନୀ ସାମ୍ବାଦିକ ହରମିତ୍‌ ସିଂହଙ୍କ ଭାଇ ହେଉଛନ୍ତି ରବୀନ୍ଦ୍ର ସିଂହ । ସେ ମାଲେସିଆରେ ରହୁଥିଲେ । ବିବାହ ପାଇଁ ପାକିସ୍ତାନ ଆସିଥିବାବେଳେ ହତ୍ୟା ହେବା ଦିନ ନିଜ ବାହାଘର ପାଇଁ ସେ ଶପିଂ ମଲ୍‌ରେ ଶପିଂ କରିବାରେ ବ୍ୟସ୍ତ ରହିଥିଲେ । ଭାରତୀୟ ବିଦେଶ ମନ୍ତ୍ରାଳୟ ଶିଖ୍‌ ଯୁବକଙ୍କ ହତ୍ୟା ଘଟଣାରେ କଡା ପ୍ରତିକ୍ରି୍ୟା ଦେଇଥିଲା । ବିଦେଶ ମନ୍ତ୍ରାଳୟ ଏହି ଘଟଣାର ନିନ୍ଦା କରିବା ସହିତ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ବିରୋଧରେ ହେଉଥିବା ଏପରି ଜଘନ୍ୟ ଘଟଣାକୁ ରୋକିବା ଦିଗରେ ପାକିସ୍ତାନ ପଦକ୍ଷେପ ନେବା ଉଚିତ୍‌ ବୋଲି କହିଥିଲେ।

Related posts