ଶେଫାଳି ବର୍ମାଙ୍କ ଅର୍ଦ୍ଧଶତକ : ଭାରତ ସିକୁ ଚ୍ୟାଲେଞ୍ଜର୍ସ ଟ୍ରଫି ଟାଇଟଲ୍‌

Published: Jan 10, 2020, 5:29 pm IST

ସମୀକ୍ଷା ବ୍ୟୁରୋ
କଟକ : ବାରବାଟୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଚ୍ୟାଲେଞ୍ଜର୍ସ ଟ୍ରଫି ଫାଇନାଲ୍‌ରେ ବିଜୟୀ ହୋଇଛି ଭାରତ ସି । ଶେଫାଳି ବର୍ମାଙ୍କ ଅର୍ଦ୍ଧଶତକ ସହାୟତାରେ ବେଦା କ୍ରିଷ୍ଣମୂର୍ତ୍ତିଙ୍କ ଭାରତ ସି ବିଜୟୀ ହୋଇଛି । ହରିୟାଣାର 15 ବର୍ଷୀୟ ଶେଫାଳି 48 ବଲ୍‌ର ସମ୍ମୁଖୀନ ହୋଇ 89 ରନ୍‌ ସଂଗ୍ରହ କରିଥିଲେ । ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରିଥିବା ଭାରତ ବି 20 ଓଭରରେ 6 ଓ୍ବିକେଟ ହରାଇ 131 ରନ୍‌ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ପୂଜା ବସ୍ତ୍ରକାର 22ଟି ବଲ୍‌ର ସମ୍ମୁଖୀନ ହୋଇ 43 ରନ୍‌ ସଂଗ୍ରହ କରିଥିଲେ । ଅଧିନାୟିକା ସ୍ମୃତି ମାନ୍ଧନା (3) ବିଫଳ ହୋଇଥିଲେ । ଭାରତ ସି ପକ୍ଷରୁ ମନାଲି ଦକ୍ଷିଣି 15 ରନ୍‌ ଦେଇ 3ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଜବାବରେ ମାଧୁରୀ ମେହେଟ୍ଟା(20), ଶେଫାଳୀ ବର୍ମା(89) ଏବଂ ବେଦା କ୍ରିଷ୍ଣମୂର୍ତ୍ତି (15)ଙ୍କ ବ୍ୟାଟିଂ ଫଳରେ ଭାରତ ବି 8 ଓ୍ବିକେଟରେ ମ୍ୟାଚ ଜିତି ନେଇଥିଲେ । ଦୁଇ ଓଡିଆ ଖେଳାଳି ମାଧୁରୀ ମେହେଟ୍ଟା ଏବଂ ଶୁସ୍ରୀ ଦିବ୍ୟଦର୍ଶିନୀ ଖେଳିବାର ସୁଯୋଗ ପାଇଥିଲେ ମଧ୍ୟ ବିଫଳ ହୋଇଥିଲେ । ମାଧୁରୀ 30 ବଲ୍‌ରୁ ମାତ୍ର 20 ରନ୍‌ ସଂଗ୍ରହ କରିଥିବା ବେଳେ ସୁଶ୍ରୀ ଦିବ୍ୟଦର୍ଶିନୀ 2 ଓଭରରେ କୌଣସି ଓ୍ବିକେଟ ନପାଇ 14 ରନ୍‌ ପ୍ରଦାନ କରିଥିଲେ ।

Related posts