ୟୁକ୍ରେନ୍‌ ବିମାନକୁ କ୍ଷେପଣାସ୍ତ୍ର ମାରି ଖସାଇଥିବା କଥା ସ୍ୱୀକାର କଲା ଇରାନ୍‌

Published: Jan 11, 2020, 11:01 am IST

ଇରାନ୍ : ଆମେରିକା ଓ ଇରାନ୍‌ର ଚାଲିଥିବା ଉତ୍ତେଜନା ମଧ୍ୟରେ ୟୁକ୍ରେନ୍‌ ବିମାନକୁ ନେଇ ଇରାନ୍‌ ଏକ ଘୋଷଣାନାମା ଜାରି କରିଛି । ଇରାନ ସେନା ଏକ ବୟାନ ଜାରି କରି କହିଛନ୍ତି ଯେ, ମାନବୀୟ ତ୍ରୁଟି ଯୋଗୁଁ ୟୁକ୍ରେନ୍‌ ଯାଉଥିବା ଯାତ୍ରୀବାହୀ ବିମାନକୁ କ୍ଷେପଣାସ୍ତ୍ର ମାରି ଖସାଇ ଦିଆଯାଇଛି । ସୂଚନାଯୋଗ୍ୟ, ଜାନୁଆରୀ 8 ତାରିଖରେ ଇରାନରେ ୟୁକ୍ରେନ୍‌ରେ ଏହି ବିମାନ ଧ୍ବଂସ ହୋଇଥିଲା । ଏଥିରେ ରହିଥିବା ସମସ୍ତ ୧୭୬ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଶନିବାର ସକାଳେ ଇରାନ୍‌ ଏ ବିଷୟରେ ବିବୃତ୍ତି ଦେବା ସହ ଏଥିପାଇଁ ‘ମାନବୀୟ ତ୍ରୁଟି’କୁ ଦାୟୀ କରିଛି।  ଏହି ସମ୍ପର୍କରେ ଟୁଇଟ୍‌ କରି ଇରାନ୍‌ର ବୈଦେଶିକ ମନ୍ତ୍ରୀ ଜାଓ୍ବେଦ୍‌ ଜାଫ୍ରି କହିଛନ୍ତି ଯେ, ଏହା ଏକ ଦୁଃଖଦ ଦିନ । ଆମ ସଶସ୍ତ୍ର ସେନାର ତ୍ରୁଟି ଯୋଗୁଁ ଏଭଳି ଏକ ବଡ ଦୁର୍ଘଟଣ ଘଟିଗଲା । ଏଥିପାଇଁ ଆମେ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ କ୍ଷମା ଯାଚନା  କରିଛନ୍ତି ।  (ଏଜେନ୍ସି)

Related posts