Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଏନଏସ୍‌ ଚିଲିକାର ପାସିଂ ଆଉଟ୍‌ ପରେଡ୍‌ ଉତ୍ସବ ଅନୁଷ୍ଠିତ
ଆଜିର ଖବର

ଆଇଏନଏସ୍‌ ଚିଲିକାର ପାସିଂ ଆଉଟ୍‌ ପରେଡ୍‌ ଉତ୍ସବ ଅନୁଷ୍ଠିତ

January 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଚିଲିକା: ଆଜି ଆଇଏନ୍‌ସ ଚିଲିକାରେ ପାସିଙ୍ଗ ଆଉଟ୍‌ ପରେଡ୍‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ୨୯୮୩ ଜଣ ନୌସେନା ଓ ଭାରତୀୟ ତଟରକ୍ଷା ବାହିନୀର ପ୍ରଶିକ୍ଷାର୍ଥୀମାନେ ଆଇଏନ୍‌ଏସ୍‌ ଚିଲିକାରୁ ସ୍ନାତକ ଉପାଧି ପ୍ରାପ୍ତ କରିଛନ୍ତି। ଏହି ପ୍ରଶିକ୍ଷାର୍ଥୀମାନଙ୍କୁ ଟ୍ରଫି ଓ ମେଡାଲ୍‌ ପ୍ରଦାନ କରାଯାଇଛି। ଏହି ପ୍ରଶିକ୍ଷାର୍ଥୀମାନେ ଏକ ଆକର୍ଷଣୀୟ ପାସିଙ୍ଗ୍‌ ଆଉଟ୍‌ ପେରେଡ୍‌ କରିଥିଲେ। ୨୧ ସପ୍ତାହର ମୂଳ ପ୍ରଶିକ୍ଷଣର ପ୍ୟାରେଡ୍‌କୁ ଭାଇସ୍‌ ଆଡମିରାଲ୍‌ ଏ.କେ ଚାଓ୍ବାଲା, ଏଭିଏସ୍‌ଏମ୍‌, ଏନ୍‌ଏମ୍‌, ଭିଏସ୍‌ଏମ୍‌ ମୁଖ୍ୟ କମାଣ ପଦାଧିକାରୀ, ଦକ୍ଷିଣ ନୌସେନା କମାନଙ୍କ ଦ୍ବାରା ନିରୀକ୍ଷିତ ହୋଇଥିଲା।

ଏହି ପରିପ୍ରେକ୍ଷୀରେ ଭାଇସ୍‌ ଆଡମିରାଲ୍‌ ଚାଓଲା ତାଙ୍କର ଅଭିଭାଷଣରେ ପାସିଂ ଆଉଟ୍‌ ପ୍ରଶିକ୍ଷାର୍ଥୀମାନଙ୍କୁ ଦୃଢ ତଥା ଭବିଷ୍ୟତ ଜୀବିକାରେ ଶାଣିତ ହେବାକୁ ଆହ୍ବାନ କରିଥିଲେ। ଏହି ଉତ୍ସବରେ ପରଭେଜ ଆଲମ୍‌, ବରିଷ୍ଠ ସେକେଣ୍ଡାରୀ ପ୍ରଶିକ୍ଷାର୍ଥୀ, କ୍ୟାପଟେନ୍‌ ମେଟ୍ରିକ୍‌ ଭର୍ତ୍ତା (ଏମ୍‌ ଆର୍‌) ଉଭୟ ଭାରତୀୟ ନୌସେନା ଏବଂ ଜେଶ୍‌ବର ରାଓ, ନାବିକ (ଜିଡି) ଓ ନୀଳେଶ ପଟେଲ୍‌ ନାବିକ (ଡିବି) ଉଭୟ ଭାରତୀୟ ତଟରକ୍ଷା ବାହିନୀର ନିଜ ନିଜ ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇଥଲେ। ଏହି ଅବସରରେ ଦ୍ବିଭାଷୀ ପତ୍ରିକା ‘ଅଙ୍କୁର’ର ଶୀତକାଳୀନ ସଂସ୍କରଣର ଉନ୍ମୋଚନ ମଧ୍ୟ କରାଯାଇଥିଲା।

 

ins chilika
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.