ଆଇପିଏସ ଅଫିସର ଅରୁଣା ବୋଥ୍ରା ଖୋଲିଲେ ପିଲା ବେଳର କଥା, କହିଲେ ମୁଁ ବୋର୍ଡିଂ ସ୍କୁଲରୁ ଲୁଚି ପଳାଇଥିଲି

Published: Jan 12, 2020, 10:13 am IST

ଭୁବନେଶ୍ବର, ଓଡିଶାର ବରିଷ୍ଠ ଆଇପିଏସ ଅଫିସର ଅରୁଣ ବୋଥ୍ରା ତାଙ୍କ ପିଲା ବେଳର କଥା ଖୋଲାସା କରି ଦେଇଛନ୍ତି। ବୋଥ୍ରା କହିଛନ୍ତି ଯେ, ତାଙ୍କୁ ଯେତେବେଳେ 11 ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କୁ ଗୋଟିଏ ଇଂରାଜୀ ମାଧ୍ୟମ ବୋଡିଂ ସ୍କୁଲରେ ଭର୍ତ୍ତି କରାଯାଇଥିଲା। ହେଲେ ଦୁଇ ସପ୍ତାହ ପରେ ସେ ସେଠାରୁ ଲୁଚି ପଳାଇ ଯାଇଥିଲେ। ଏହାପରେ ସେ ଏକ ବସ୍ ରେ ପ୍ରାୟ 5ରୁ 6 ଘଣ୍ଟା ଯାତ୍ରା କରି ଘରେ ପହଁଚିଥିଲି ବୋଲି ନିଜ ଟ୍ବଇଟ୍ ରେ ବୋଥ୍ରା ଉଲ୍ଲେଖ କରିଛନ୍ତି। ପରବର୍ତ୍ତି ସମୟରେ ସେ ଏକ ସରକାରୀ ହିନ୍ଦି ମିଡିୟମ ସ୍କୁଲରେ ପାଠ ପଢିଥିଲେ। ସେତେବେଳେ ସେହି ଇଂରାଜୀ ବୋର୍ଡିଂ ସ୍କୁଲର ପ୍ରିନସପାଲ ବୋଥ୍ରାଙ୍କ ଉପରେ ଏକ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ ଯେ, ବୋଥ୍ରା ତା ଜୀବନରେ କିଛି କରିପାରିବ ନାହିଁ। ଟ୍ବଇଟରେ ବୋଥ୍ରା ଯାହା ଲେଖିଛନ୍ତି ତାହା ହେଲା “Principal of English school announced that I was a gone case & wouldn’t do anything in life.” ବୋଥ୍ରାଙ୍କ ଏପରି ସ୍ପଷ୍ଟବାଦିତା ନେଇ ବିଭିନ୍ନ ମହଲରେ ବେଶ୍ ଚର୍ଚ୍ଚା ଚାଲିଛି। ଅରୁଣ ବୋଥ୍ରା ବର୍ତ୍ତମାନ ସେସୁର ସିଇଓ ଅଛନ୍ତି।

Related posts