ଖାକିରେ କଳଙ୍କ : ଦୁଇ ଆତଙ୍କୀଙ୍କ ସହିତ ଡିଏସ୍‌ପି ଗିରଫ

Published: Jan 12, 2020, 1:05 pm IST

ଶ୍ରୀନଗର : ଜମ୍ମୁ କାଶ୍ମୀର ପୋଲିସର ଜନୈକ ଡିଏସ୍‌ପିଙ୍କୁ ଦୁଇ ଆତଙ୍କୀଙ୍କ ସହିତ ଗିରଫ କରାଯାଇଛି । ଦୁଇ ଆତଙ୍କୀଙ୍କ ମଧ୍ୟରେ ଜଣେ ହିଜବୁଲ ଏବଂ ଜଣେ ଲସ୍କର ଆତଙ୍କୀ ରହିଛନ୍ତି । ତିନିଜଣ ଏକତ୍ର ଯାଉଥିବା ବେଳେ ଡିଏସ୍‌ପିଙ୍କୁ କାଶ୍ମୀର ଉପତ୍ୟାକାରୁ ଗିରଫ କରାଯାଇଛି । ଦିଲ୍ଲୀ ଯାଉଥିବା ରାସ୍ତାରେ ମୀର ବାଜାରର କାଜିଗାଣ୍ଡ ନିକଟରେ ଡିଏସ୍‌ପିଙ୍କୁ ଗିରଫ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦବିନ୍ଦର ସିଂ ନାମକ ଏହି ଡିଏସ୍‌ପିଙ୍କୁ ଅଗଷ୍ଟ 15ରେ ସେବା ମେଡାଲରେ ସମ୍ମାନିତ କରାଯାଇଥିବା ଜଣାପଡିଛି । ଡିଏସ୍‌ପିଙ୍କ କାର୍‌ରୁ ଏକ ଏକେ-47 ରାଇଫଲ୍‌ ଏବଂ 5ଟି ଗ୍ରେନେଡ୍‌ ଜବତ କରାଯାଇଛି । ଦୁଇ ଗିରଫ ଆତଙ୍କବାଦୀ ହେଉଛନ୍ତି ନଭୀଦ୍‌ ବାବୁ ଏବଂ ଆସିଫ୍‌ ରାଥର୍‌ । ଅଧିକ ପଚରା ଉଚୁରା ପାଇଁ ଡିଏସ୍‌ପିଙ୍କୁ ଏକ ନିଭୃତ ସ୍ଥାନରେ ରଖି ପଚରା କରୁଛି ଜମ୍ମୁ କାଶ୍ମୀର ପୋଲିସ୍‌ । (ଏଜେନ୍ସୀ)

Related posts