ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁ, ଧୂଆଁ ମଧ୍ୟରେ ଆୟୋଜିତ ହେବ ଅଷ୍ଟ୍ରେଲିଆନ୍‌ ଓପନ୍‌

Published: Jan 12, 2020, 5:44 pm IST

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁ ପ୍ରଭାବରେ ସମଗ୍ର ଅଷ୍ଟ୍ରେଲିଆ ପ୍ରଭାବିତ ହୋଇଥିବା ବେଳେ ବର୍ଷର ପ୍ରଥମ ଟେନିସ୍‌ ଗ୍ରାଣ୍ଡସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ର ଆୟୋଜନ ନେଇ ସନ୍ଦେହ ଦେଖାଦେଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ଜାନୁୟାରୀ 20ରୁ ଫେବୃୟାରୀ 2 ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ପର୍ଯ୍ୟନ୍ତ ଆୟୋଜିତ ହେବା ନେଇ ରବିବାର ସ୍ପଷ୍ଟ କରାଯାଇଛି । ଏହା ସହିତ ରୋଜର ଫେଡେରର, ରାଫେଲ ନାଦାଲ ଏବଂ ସେରେନା ଓ୍ବିଲିୟମ୍ସଙ୍କ ପରି ବଡ ଖେଳାଳିଙ୍କୁ ନେଇ ପ୍ରଦର୍ଶନୀ ମ୍ୟାଚ୍‌ ଖେଳାଯିବ । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଜାନୁୟାରୀ 15 ତାରିଖରେ ଏହି ପ୍ରଦର୍ଶନୀ ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚ୍‌ର ସମସ୍ତ ଅର୍ଥ ଜଙ୍ଗଲ ନିଆଁ ପୀଡିତଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡିଛି । (ଏଜେନ୍ସୀ)

Related posts