ଆମେରିକୀୟ ଏୟାର ବେସ୍‌ ଉପରେ ଇରାନ୍‌ର ରକେଟ୍‌ ମାଡ : 4 ଆହତ

Published: Jan 13, 2020, 9:15 am IST

ତେହେରାନ୍‌ : ପୁନର୍ବାର ଆମେରିକୀୟ ଏୟାର ବେସ୍‌ ଉପରେ ଇରାନ୍‌ ପକ୍ଷରୁ ରକେଟ୍‌ ମାଡ କରାଯାଇଛି । ଏହି ରକେଟ୍‌ ମାଡରେ 4 ଆମେରିକୀୟ ସୈନ୍ୟ ଆହତ ହୋଇଛନ୍ତି । ଇରାକର ଅଲ୍‌ ବାଲାଡ ଏୟାର ବେସ୍‌ ଉପରେ ଇରାନ୍‌ ପକ୍ଷରୁ 8ରୁ ଅଧିକ ରକେଟ୍‌ ମାଡ କରାଯାଇଥିଲା । ଇରାନ୍‌ ପକ୍ଷରୁ କାଟ୍ୟୁଶା ରକେଟ୍‌ ମାଡ କରାଯାଇଥିବା ନେଇ ଇରାକୀ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆହତଙ୍କ ମଧ୍ୟରେ ଦୁଇ ଜଣ ଇରାକୀ ସେନା ଏବଂ ଦୁଇ ଜଣ ପାଇଲଟ୍‌ ଆହତ ହୋଇଛନ୍ତି । ଇରାନ୍‌ ପକ୍ଷରୁ ଆକ୍ରମଣ ସମ୍ଭାବନା ରହିଥିବାରୁ ଆମେରିକା ପକ୍ଷରୁ ଅଲ୍‌ ବାଲାଡ୍‌ ଏୟାର ବେସ୍‌ରୁ ସମସ୍ତ ସୈନ୍ୟ ଏବଂ ବିମାନକୁ ଟାଜି ଏବଂ ଏର୍‌ବିଲ୍‌କୁ ସ୍ଥାନାନ୍ତର କରାଯାଇଛି । ଅଲ୍‌ ବାଲାଡ୍‌ରେ ମାତ୍ର 15 ଜଣ ଆମେରିକୀୟ ସୈନ୍ୟ ଏବଂ ଗୋଟିଏ ବିମାନ ରହିଛି । ଉଲ୍ଲେଖଯୋଗ୍ୟ ଯେ, 4 ଦିନ ପୂର୍ବରୁ ଇରାନ୍‌ ପକ୍ଷରୁ ବାଗଦାଦର ଗ୍ରୀନ୍‌ ଜୋନ୍‌ରେ ଅବସ୍ଥାପିତ ଆମେରିକୀୟ ଦୂତାବାସ ଉପରକୁ ରକେଟ ମାଡ କରାଯାଇଥିଲା । (ଏଜେନ୍ସୀ)

Related posts