ନୋଏଡା-ଲକ୍ଷ୍ନୌରେ ଲାଗୁ ହେବ ପୁଲିସ୍‌ କମିଶନର ସିଷ୍ଟମ୍‌

Published: Jan 13, 2020, 1:51 pm IST

ଉତ୍ତରପ୍ରଦେଶ : ୟୁପିର ଯୋଗୀ ସରକାର ନୋଏଡା ଓ ଲକ୍ଷ୍ନୌଠାରେ ପୁଲିସ୍‌ କମିଶନର ସିଷ୍ଟମ୍‌ ଲାଗୁ ହେବା ନେଇ ନିଷ୍ପତ୍ତି ନେଇଛନ୍ତି । ଲୋକଭବନଠରେ କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହା ଘୋଷଣା କରିଛନ୍ତି । ଏବେ ନୋଏଡା ଓ ଲକ୍ଷ୍ନୌଠାରେ ଆଇନ୍‌ ବ୍ୟବସ୍ଥାର ଦାୟିତ୍ବ ପୁଲିସ୍‌ ଅଫିସରଙ୍କ ଉପରେ ନ୍ୟସ୍ତ ରହିବ ।  ଏବେ ପୁଲିସ୍‌ ଅଫିସରଙ୍କୁ ମାଜିଷ୍ଟ୍ରେଟ୍‌ ପାଓ୍ବାର ମଧ୍ୟ ମିଳିବ। ଏବେ କାନୁନ ବ୍ୟବସ୍ଥାର ସୁଧାର ପାଇଁ ନୋଏଡା ଏବଂ ଲକ୍ଷ୍ନୌରେ କମିଶନରେଟ୍‌ ବ୍ୟବସ୍ଥା ଆରମ୍ଭ କରାଯିବ । ନାଗରିକତା ଆଇନ୍‌ ବିରୋଧରେ ହୋଇଥିବା ହିଂସା ପରେ ଯୋଗୀ ଆଦିତ୍ୟନାଥ ଏହାକୁ ନେଇ ବିଚାର କରିଥିଲେ। ବିରୋଧ ପ୍ରଦର୍ଶନ ଅବସରର ଲକ୍ଷ୍ନୌ, ମେରଠ, ବିଜନୌର୍‌ ଓ ମୁଜାଫରପର୍‌ନଗର ସମେତ ଆଦି କିଛି ଜିଲ୍‌ଲାରେ ଡିଏମ୍‌ ଓ ଏସଏସ୍‌ପିଙ୍କ ରିପୋର୍ଟ ତାଳମେଳ ରହିନଥିଲା। ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ ଯୋଗୀ ସରକାର କମିଶନର ପ୍ରଣାଳୀକୁ ଲାଗୁ କରିବା ନେଇ ଚିନ୍ତା କରିଛନ୍ତି।  ସହରରେ ତିନି ଜୋନ୍‌ରେ ଭାଗ ହୋଇ ଡିଏସ୍‌ପି ପଦର ଦାୟିତ୍ବ ଦିଆଯିବ ।  ତେବେ ଲକ୍ଷ୍ନୌରେ ଏଡିଜି ଅସୀମ ଅରୁଣ ଏବଂ ନୋଏଡାରେ ଆଲୋକ ସିଂହ ପ୍ରଥମ ପୋଲିସ କମିଶନର ହୋଇ ପାରନ୍ତି। ଚୂଡ଼ାନ୍ତ ନିଷ୍ପତ୍ତି ଯୋଗୀ ସରକାର ଘୋଷଣା କରିବେ। (ଏଜେନ୍ସି)

Related posts