ବିବାଦରେ ‘ଆଜିର ଶିବାଜୀ ନରେନ୍ଦ୍ର ମୋଦି’ : ବିଜେପିକୁ ଟାର୍ଗେଟ୍‌ କଲା ଶିବସେନା

Published: Jan 13, 2020, 2:11 pm IST

ମୁମ୍ବାଇ : ଭାରତୀୟ ଜନତା ପାର୍ଟି (ବିଜେପି)ର ନେତା ଜୟଭଗବାନ ଗୋଏଲ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ପୁସ୍ତକ ଲେଖିଛନ୍ତି, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ‘ଆଜିର ଶିବାଜୀ ନରେନ୍ଦ୍ର ମୋଦି’ ଶୀର୍ଷକ ପୁସ୍ତକକୁ ନେଇ ଶିବସେନା ଆପତ୍ତି ଜଣାଇଛନ୍ତି ।

ଶିବସେନା ସାଂସଦ ସଞ୍ଜୟ ରାଉତ ମରାଠୀରେ ଟୁଇଟ୍‌ କରି କହିଛନ୍ତି ଯେ, ଏପରି ଏକ ପୁସ୍ତକ ପାଇଁ ମହାରାଷ୍ଟ୍ରରେ ମରାଠୀ ଲୋକଙ୍କ ଅପମାନ ହୋଇଛି। ଏହି ପୁସ୍ତକର ଉନ୍ମୋଚନ ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟର ହୋଇଛି। ଏହାର ଲେଖକ ଜୟଭଗବାନ ଗୋଏଲ୍‌। ଗୋଲ୍‌ ଦିଲ୍ଲୀଠାରେ ମହାରାଷ୍ଟ୍ରର ସଦନରେ ଆକ୍ରମଣ କରିଥିଲେ। ମହାରାଷ୍ଟ୍ରର ଶିବାଜୀ ମହାରାଜଙ୍କ ସହିତ ମରାଠୀ ଲୋକଙ୍କ ଅପମାନ ମଧ୍ୟ କରିଥିଲେ। ଅପରପକ୍ଷରେ ଏନ୍‌ସିପି ନେତା ମହାରାଷ୍ଟ୍ରରେ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ମଧ୍ୟ ଜୟଭଗବାନ ଗୋଏଲଙ୍କୁ ଟାର୍ଗେଟ୍‌ କରିଛନ୍ତି । କୌଣସି ବ୍ୟକ୍ତି ଶିବାଜୀ ମହାରାଜଙ୍କ ସହ ସମାନ ହୋଇପାରିବ ନାହିଁ । ନିକଟରେ ଶିବାଜୀ ମହାରାଜାଙ୍କୁ ଉପରେ ଏକ ପ୍ରଶ୍ନକୁ ନେଇ ମିଲେନିୟମ ସୁପରଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ବିବାଦରେ ପଡିଯାଇଥିଲେ। (ଏଜେନ୍ସି)

Related posts