ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ର ଗୁରୁତର ଅସୁସ୍ଥ, ଘରୋଇ ହସପିଟାଲରେ ଭର୍ତ୍ତି

Published: Jan 13, 2020, 5:42 pm IST

ଭୁବନେଶ୍ବର- ଓଡିଆ ଚଳଚିତ୍ରର ପ୍ରଖ୍ୟାତ ନିର୍ଦ୍ଦେଶକ, ପ୍ରଯୋଜକ, ଲେଖକ ମନମୋହନ ମହାପାତ୍ର ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଉଚ୍ଚ ମଧୁମେହ ରୋଗ ଥିବାରୁ କିଛି ଦିନ ତଳେ ହଠାତ ଅସୁସ୍ଥ ଅନୁଭବ କଲେ। ଫଳରେ ତୁରନ୍ତ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ସେ ପ୍ରାୟ 10 ଦିନ ଧରି ଚିକିତ୍ସିତ ହେଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହେଉ ନାହିଁ। ଚଳଚିତ୍ର ଜଗତର ବହୁ ବ୍ୟକ୍ତି ତାଙ୍କର ଆଶୁ ଆରୋଗ୍ୟ କାମନା କରିବାରେ ଲାଗିଛନ୍ତି।

ମନମୋହନ ମହାପାତ୍ର ହେଉଛନ୍ତି ଏକମାତ୍ର ଓଡିଆ ନିର୍ଦ୍ଦେଶକ ଯେ କି ଆଠଟି ଜାତୀୟ ଚଳଚିତ୍ର ପୁରସ୍କାର ହାସଲ କରିପାରିଛନ୍ତି। ତାଙ୍କ ଚଳଚିତ୍ର ମଧ୍ୟରେ ରହିଛି ନିଶିଥ ସ୍ବପ୍ନ, ମଝି ପାହାଚ, ଟ୍ରାଏଡ ଆଫଟର ନୁନ୍, ନିରବ ଝଡ, ଶୀରରାତି, ଭିନ୍ନ ସମୟ ପ୍ରଭୃତି ଅନେକ କିଛି ରହିଛି। ସେହିପରି 1976 ମସିହାରେ ତାଙ୍କ ଦ୍ବାରା ନିର୍ମିତ ଚଳଚିତ୍ର ଶୀତରାତି 1982 ମସିହାରେ ଆନ୍ତର୍ଜାତୀୟ ଚଳଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଥିଲା।

Related posts