ନୂଆଦିଲ୍ଲୀ : ଜେଏନ୍ୟୁ ହିଂସା ମାମଲାରେ ଏବେ ପୋଲିସ୍ ତଦନ୍ତ ଚାଲୁ ରଖିଛି । ଏହି ଘଟଣାରେ ଭିଡିଓ ତଥା ପ୍ରମାଣକୁ ଭିତ୍ତି କରି ଛାତ୍ରଙ୍କୁ ଏହି ଘଟଣା ସମ୍ପର୍କରେ ପଚରାଉଚୁରା କରୁଛି । କିନ୍ତୁ ଜେଏନ୍ୟୁର ଦୁଇ ଛାତ୍ର ପୋଲିସ୍ ସାମ୍ନାରେ ହାଜର ହୋଇନାହାନ୍ତି । ଏପରିକି ଦୁହିଁଙ୍କର ମୋବାଇଲ୍ ସ୍ବିଚ୍ ଅଫ୍ ରହିଛି । ସୋମବାର ଜେଏନ୍ୟୁର ଦୁଇ ଛାତ୍ର ଅକ୍ଷତ ଅଓ୍ବସ୍ତି ଓ ରୋହିତ୍ ଶାହଙ୍କୁ ପୋଲିସ୍ ସାମ୍ନାରେ ହାଜର ହେବାର ଥିଲା । ପୁଲିସ୍ ଏହି ଘଟଣାରେ ଯାଞ୍ଚ କରିବା ପରେ ଏହି ଦୁଇଜଣଙ୍କୁ ତଦନ୍ତରେ ସାମିଲ୍ ହେବା ପାଇଁ ନୋଟିସ୍ ଜାରି କରିଥିଲା। କିନ୍ତୁ ଦୁହିଁଙ୍କ ମୋବାଇଲ୍ ସ୍ବିଚ୍ ଅଫ୍ ରହିଛି । ସେହିପରି ଅନ୍ୟଜଣେ ଛାତ୍ରୀ କୋମଲ ଶର୍ମାଙ୍କ ମୋବାଇଲ୍ ମଧ୍ୟ ଅଫ୍ ରହିଛି । କୋମଲ ଶର୍ମା ଦିଲ୍ଲୀ ବିଶ୍ବବିଦ୍ୟାଳୟର ଛାତ୍ରୀ । ସେ ଡିୟୁରେ ଦ୍ବିତୀୟ ବର୍ଷର ଛାତ୍ରୀ ଅଟନ୍ତି । ଜେଏନ୍ୟୁ ହିଂସାରେ ହାତରେ ଦଣ୍ଡା ଧରିଥିବାର ନଜର ଆସିଥିଲେ । (ଏଜେନ୍ସି)
Tags: delhipolice, jnuviolence