ନେତାଜୀ ସୁବାସ ବୋଷଙ୍କ ନାତି ତଥା ପଶ୍ଚିମ ବଙ୍ଗ ବିଜେପିର ଉପ ସଭାପତି ଚନ୍ଦ୍ର କୁମାର ବୋଷ ଦଳୀୟ ନେତୃତ୍ଵ ବିରୋଧରେ ପ୍ରବଳ ବର୍ଷିଛନ୍ତି। ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ ଗତ କିଛିଦିନ ହେଲା ଦେଇ ଆସୁଥିବା ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ଶ୍ରୀ ବୋଷ କହିଛନ୍ତି ଯେ ନିର୍ବାଚିତ ଅପାରଗ ନେତାମାନେ ଏ ପ୍ରକାର ଭାଷା ବ୍ୟବହାର କରିଥାନ୍ତି। ଟୁଇଟରରେ ସ୍ଵଚ୍ଛ ରାଜନୀତି ହାସଟାଗ ମାଧ୍ୟମରେ ଶ୍ରୀ ବୋଷ ସିଧା ସିଧା ରାଜ୍ୟର ବିଜେପି ନେତୃତ୍ବକୁ କଡା ସମାଲୋଚନା କରିଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ଏହି କନ୍ଦଳ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। (ଏଜେନ୍ସି)