Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ
ଆଜିର ଖବର

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ
ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

ଭୁବନେଶ୍ୱର: ରାଜ୍ୟସଭାର ଚତୁର୍ଥ ଆସନ ପାଇଁ ସାଧାରଣ ତଥା ସ୍ୱାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ଭୁବନେଶ୍ୱରର ଜୟଦେବ ବିହାର ସ୍ଥିତ ସି.ପି.ଆଇ.(ଏମ୍) ରାଜ୍ୟ ଅଫିସକୁ ଆସି ସି.ପି.ଆଇ.(ଏମ୍) ରାଜ୍ୟ ନେତୃତ୍ୱ ସହ ରାଜ୍ୟସଭା ନିର୍ବାଚନ ସମ୍ବନ୍ଧୀୟ ଆଲୋଚନା କରିଥିଲେ ଏବଂ ସି.ପି.ଆଇ.(ଏମ୍) ର ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ଭେଟିଥିଲେ। ଏହି ସମୟରେ ସି.ପି.ଆଇ.(ଏମ୍) କେନ୍ଦ୍ରୀୟ ସମ୍ପାଦକମଣ୍ଡଳୀ ସଦସ୍ୟା କମ୍ରେଡ ଡାକ୍ତର କେ. ହେମଲତା ଓ ରାଜ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

ଲୋକତନ୍ତ୍ରର ସୁରକ୍ଷା, ସାମ୍ବିଧାନିକ ମୂଲ୍ୟବୋଧ, ଧର୍ମନିରପେକ୍ଷତା ଏବଂ ସଂସଦୀୟ ଗଣତନ୍ତ୍ରର ବିଧି ବ୍ୟବସ୍ଥାକୁ ରକ୍ଷା କରିବା ପାଇଁ ବଣାଇ ନିର୍ବାଚନ ମଣ୍ଡଳୀର ସି.ପି.ଆଇ.(ଏମ୍) ବିଧାୟକ କମ୍ରେଡ ଲକ୍ଷ୍ମଣ ମୁଣ୍ଡା ଆସନ୍ତା ରାଜ୍ୟସଭା ନିର୍ବାଚନରେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବେ। ସି.ପି.ଆଇ.(ଏମ୍) ମତ ପ୍ରକାଶ କରିଛି ଯେ, ଆବଶ୍ୟକ ବିଧାୟକ ସଂଖ୍ୟା ନଥିବା ସତ୍ତ୍ୱେ ବିଜେପି ପ୍ରାୟୋଜିତ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କୁ ବିଜେପି ମଞ୍ଚକୁ ଆଣିଛି, ଯାହା ଗଣତାନ୍ତ୍ରିକ ଵ୍ୟଵସ୍ଥାକୁ କଳୁଷିତ କରୁଛି। ଗଣତନ୍ତ୍ର ଓ ସଂସଦୀୟ ବ୍ୟବସ୍ଥା ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ଅତୁଟ ରଖିବା ପାଇଁ ସମସ୍ତ ଧର୍ମନିରପେକ୍ଷ ଦଳର ବିଧାୟକମାନେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ଆହ୍ୱାନ କରିଛି।

ଏହି ଅବସରରେ ପାର୍ଟିର ବରିଷ୍ଠ ନେତା ଜନାର୍ଦ୍ଦନ ପତି, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ସନ୍ତୋଷ ଦାସ, ବିଷ୍ଣୁ ମହାନ୍ତି, ଦୁଷ୍ମନ୍ତ କୁମାର ଦାସ, ପ୍ରମୋଦ କୁମାର ସାମଲ, ପୁଷ୍ପା ଦାସ, ବଦ୍ରି ନାରାୟଣ ଦାସ ଓ ଜମେଶ୍ୱର ସାମନ୍ତରାୟ ପ୍ରମୁଖ ରାଜ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

ଗଣତନ୍ତ୍ର ଡାକ୍ତର ଦତ୍ତେଶ୍ୱର ହୋତା ବଣାଇ ବିଧାୟକ ରାଜ୍ୟସଭା ନିର୍ବାଚନ ଲକ୍ଷ୍ମଣ ମୁଣ୍ଡା ସଂସଦୀୟ ବ୍ୟବସ୍ଥା ସି. ପି. ଆଇ.(ଏମ୍)
Share. Facebook Twitter LinkedIn Email WhatsApp Copy Link

Related Posts

ଦିଘାସ୍ଥିତ ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୁରୀ ସାଂସଦ

June 10, 2026

ଆପାଚି ହେଲିକପ୍ଟର ଘଟଣା ପରେ ଇରାନ ଉପରେ ଆମେରିକାର ପ୍ରତିଆକ୍ରମଣ

June 10, 2026

ବିଶ୍ୱର ୩ଟି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟକୁ ଭାରତରେ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ମଞ୍ଜୁରୀ

June 10, 2026

ଗ୍ରାମୀଣ ବିକାଶ ପ୍ୟାକେଜ ପାଇଁ ୧.୨୫ ଲକ୍ଷ କୋଟି: ଜୁଲାଇ ୧ ରୁ କାର୍ଯ୍ୟକାରୀ ହେବ ନୂତନ ଢାଞ୍ଚା

June 10, 2026
Latest News

ଦିଘାସ୍ଥିତ ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୁରୀ ସାଂସଦ

June 10, 2026

ଆପାଚି ହେଲିକପ୍ଟର ଘଟଣା ପରେ ଇରାନ ଉପରେ ଆମେରିକାର ପ୍ରତିଆକ୍ରମଣ

June 10, 2026

ମଦ ଦୋକାନ ଲାଇସେନ୍ସ ପୂର୍ବରୁ ସରକାରଙ୍କୁ ମିଳିଗଲାଣି ୮୪୦ କୋଟି, ପଟିଆ ଅଞ୍ଚଳ ପାଇଁ ସର୍ବାଧିକ ଆବେଦନ

June 10, 2026

ବିଶ୍ୱର ୩ଟି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟକୁ ଭାରତରେ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ମଞ୍ଜୁରୀ

June 10, 2026

ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ତଦାରଖ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.