ଆମ ଆଦମୀ ପାର୍ଟିର ସରକାରଠାରୁ ପାଞ୍ଚଗୁଣ ଭଲ ସେବା ଦିଲ୍ଲୀବାସୀଙ୍କୁ ଯୋଗାଇ ନ ପାରିଲେ ମୁଁ ସବୁଦିନ ଲାଗି ରାଜନୀତି ଛାଡିଦେବି ବୋଲି ଦିଲ୍ଲୀ ବିଜେପି ସଭାପତି ତଥା ସାଂସଦ ମନୋଜ ତିୱାରୀ କହିଛନ୍ତି। ଦିଲ୍ଲୀର ଗରୀବ ଲୋକଙ୍କୁ ଗ୍ୟାସ, ପାଣି ଓ ବିଜୁଳି ସୁବିଧା ଥାଇ ଦୁଇ ବଖୁରିଆ ଘର ମାଗଣାରେ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଲୋକଙ୍କ ସେବା କରିବାକୁ ହେଲେ ପ୍ରଥମେ ନିର୍ବାଚନ ଜିତିବାକୁ ପଡିବ ଓ ବିଜେପି ଜିତିବା ସ୍ଥିତିରେ ନାହିଁ ବୋଲି ଆମ ଆଦମୀ ପାର୍ଟି କଟାକ୍ଷ କରିଛି। ଆସନ୍ତା ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏବେ ପ୍ରଚାର ଜୋରଦାର ଚାଲିଛି। (ଏଜେନ୍ସି)
Tags: