Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ ସହାୟତା ନିମେନ୍ତ ସ୍ବତନ୍ତ୍ର ପ୍ୟାକେଜ୍‌ର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଆଜିର ଖବର

ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ ସହାୟତା ନିମେନ୍ତ ସ୍ବତନ୍ତ୍ର ପ୍ୟାକେଜ୍‌ର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

January 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜେଏନ୍‌ୟୁ ଆକ୍ରମଣକୁ କଡା ନିନ୍ଦା କଲେ ନବୀନ : ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ପ୍ରବାସୀ ଶ୍ରମିକଙ୍କ ଉନ୍ନତି ତଥା ଶ୍ରମିକଙ୍କ କଲ୍ୟାଣ ପାଇଁ ନବୀନ ପଟ୍ଟନାୟକ ଆଜି ଏକ ସ୍ବତନ୍ତ୍ର ପ୍ୟାକେଜର ଘୋଷଣା କରିଛନ୍ତି । ଶ୍ରମକୁ ସବୁଦିନ ସର୍ବାଧିକ ମହତ୍ତ୍ବ ଦେଇ ଆସୁଥିବା ଏବଂ ଶ୍ରମିକଙ୍କ କଲ୍ୟାଣ ପାଇଁ ଏକାଧିକ ଲୋକାଭିମୁଖୀ କାର୍ଯ୍ୟକ୍ରମ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀଙ୍କ ଶ୍ରମିକ କଲ୍ୟାଣ ପ୍ରତି ରହିଥିବା ଦୂରଦୃଷ୍ଟିକୁ ସାକାର କରିବା ଦିଗରେ ଆଉ ପାଦେ ଆଗକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶୁଭାରମ୍ଭ କରାଯାଇଛି ପ୍ରବାସୀ ସୁରକ୍ଷା ଓ କଲ୍ୟାଣ ନିମେନ୍ତ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ବିନା ଦେୟରେ ଶ୍ରମିକ ସହାୟତା ହେଲ୍ପଲାଇନ୍‌ ନମ୍ବର । ରାଜ୍ୟ ଭିତରେ ସହାୟତା ନମ୍ବର ରହିଛି 155368 ଏବଂ ରାଜ୍ୟ ବାହାର ପାଇଁ 18002456703 । ଶ୍ରମିକମାନଙ୍କ ଉଧ୍ଧାର ଏବଂ ସେମାନଙ୍କ ଅଭିଯୋଗ ଗ୍ରହଣ ବ୍ୟବସ୍ଥା ‘ଇ-ଶ୍ରମିକ ସମାଧାନ’ ଏବଂ ଶ୍ରମିକଙ୍କ ଆର୍ଥିକ ସଶକ୍ତିକରଣ ନିମେନ୍ତ ତୁରନ୍ତ ସହାୟତା ଏବଂ ସୁରକ୍ଷା ଯୋଗାଇ ଦେବା ପାଇଁ ଏହା ଉଦ୍ଦିଷ୍ଟ ହୋଇଥିବାବେଳେ ଆରମ୍ଭ କରାଯାଉଥିବା ସ୍ବତନ୍ତ୍ର ପ୍ୟାକେଜ୍‌ ସେମାନଙ୍କ ଆର୍ଥିକ ସଶକ୍ତିକରଣ ନିମେନ୍ତ କାର୍ଯ୍ୟ କରିବ ।

ପ୍ରବାସୀ ଶ୍ରମିକମାନଙ୍କୁ ଚିହ୍ନଟ କରାଯିବା ସହିତ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ରାଜ୍ୟ ଭିତରେ ଶ୍ରମିକମାନଙ୍କ ନିୟୋଜନ ପାଇଁ କାମ କରିବାର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ 2015 ମସିହାରେ ପ୍ରସ୍ତୁତ ହେଲା ଷ୍ଟେଟ୍‌ ଆକ୍ସନ ପ୍ଲାନ୍‌ । ପ୍ରାରମ୍ଭିକ ପର୍ଯ୍ୟାୟରେ ବଲାଙ୍ଗିର ଏବଂ ନୂଆପଡା ଜିଲ୍ଲାରୁ ଆରମ୍ଭ କରାଯାଇ ଏହି ଆକ୍ସନ ପ୍ଲାନ୍‌ରେ ଏବେ ମୋଟ 11ଟି ଜିଲ୍ଲାକୁ ସାମିଲ୍‌ କରାଯାଇଛି ।

ସ୍ବତନ୍ତ୍ର ପ୍ୟାକେଜ୍‌ ମାଧ୍ୟମରେ ଶୁଭାରମ୍ଭ କରାଯାଇିବା ସହାୟତାଗୁଡ଼ିକ ହେଲା :

  • ମହାତ୍ମା ଗାନ୍ଧିଙ୍କ ନିଶ୍ଚିତ କର୍ମ ନିଯୁକ୍ତ ଯୋଜନାରେ ବରଗଡ, ବଲାଙ୍ଗିର, ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ 20ଟି ବ୍ଲକ୍‌ରେ ଅତିରିକ୍ତ 100 ଦିନର କାର୍ଯ୍ୟ ସହିତ ବର୍ଦ୍ଧିତ ମଂଜୁରୀ ।
  • ଉକ୍ତ 20ଟି ବ୍ଲକର ସବୁ ପଞ୍ଚାୟତକୁ ଜୀବିକା ମିଶନର ‘ସଫଳ ପଂଚାୟତ’ ଭାବରେ ଗ୍ରହଣ ।
  • ଉକ୍ତ ପଞ୍ଚାୟତଗୁଡ଼ିକରେ ସମସ୍ତ ପରିବାରର ମହିଳା ସଦସ୍ୟମାନଙ୍କୁ ‘ସ୍ବୟଂସହାୟକ ଗୋଷ୍ଠୀ’ରେ ସାମିଲ୍‌ ।
  • ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କ ପାଇଁ ବୀମା ସୁବିଧା ।
  • ବ୍ୟାକିଂ ସୁବିଧା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ‘ବ୍ୟାଙ୍କମିତ୍ର’ ଭାବରେ ନିଯୁକ୍ତି ।
  • ଉକ୍ତ 20ଟି ବ୍ଲକ୍‌ର ପକ୍କାଘର ନଥିବା ପରିବାରଙ୍କ ପାଇଁ ପକ୍କାଘର ସୁବିଧା ।
  • ପ୍ରବାସୀ ଶ୍ରମିକ ସହାୟତା ପାଇଁ ପ୍ରତି ପଞ୍ଚାୟତରେ ‘ଶ୍ରମିକ ମିତ୍ର’ ନିଯୁକ୍ତି ।
  • ଆର୍ଥିକ ସଶକ୍ତିକରଣ ପାଇଁ ବିଡିଓଙ୍କ ନିରାପତ୍ତା ପାଣ୍ଠିରୁ ଆର୍ଥିକ ସହାୟତା ପାଇଁ ଆବେଦନ ସୁବିଧା ।
  • ଯୋଗ୍ୟ ନିର୍ମାଣ ଶ୍ରମିକଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ମାଧ୍ୟମରେ ବିଭିନ୍ନ ସହାୟତା ପ୍ରଦାନ ।
  • ସଠିକ୍‌ ଭାବରେ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲା ଓ ରାଜ୍ୟସ୍ତରୀୟ ପ୍ରବାସୀ ଶ୍ରମିକମାନଙ୍କର ଡାଟାବେସ୍‌ ପ୍ରସ୍ତୁତି ।
  • ବ୍ୟାପକ ସଚେତନା ନିମେନ୍ତ ସ୍ବତନ୍ତ୍ର ଆଇ.ଇ.ସି. କାର୍ଯ୍ୟକ୍ରମ ।
  • ଶ୍ରମିକମାନଙ୍କ ପାଇଁ 500 କୋଟି ଟଙ୍କାର କର୍ପସ ପାଣ୍ଠି ।
naveenpattanik
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନୀ ଗୁପ୍ତଚରଙ୍କ ସମ୍ପର୍କରେ ଥିଲେ ୧୫ ଅଧିକାରୀ, ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା

August 26, 2025

ଏସିଆ କପ ପୂର୍ବରୁ ଭାରତୀୟ ଦଳକୁ ଚେତାଇ ଦେଲେ ହରିସ୍ ରୌଫ୍!: ମ୍ୟାଚ୍ ପୂର୍ବରୁ ଦେଲେ ବଡ଼ ବୟାନ

August 26, 2025

ଅପରେସନ ସିନ୍ଦୂରର ସଫଳତା ଓ ସାଂସ୍କୃତିକ ପରମ୍ପରାକୁ ଆଧାର କରି ବନ୍ଦେ ଓଡିଶା କାର୍ଯ୍ୟକ୍ରମ

August 26, 2025

‘ଅନେକ ଦେଶରେ ଚାଲିବ ଇଭି ଯାନ, ଯେଉଁଥିରେ ଲେଖାଯିବ ମେଡ୍ ଇନ୍ ଇଣ୍ଡିଆ’, ପ୍ରଧାନମନ୍ତ୍ରୀ ମୋଦି

August 26, 2025
Latest News

ପାକିସ୍ତାନୀ ଗୁପ୍ତଚରଙ୍କ ସମ୍ପର୍କରେ ଥିଲେ ୧୫ ଅଧିକାରୀ, ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା

August 26, 2025

ଏସିଆ କପ ପୂର୍ବରୁ ଭାରତୀୟ ଦଳକୁ ଚେତାଇ ଦେଲେ ହରିସ୍ ରୌଫ୍!: ମ୍ୟାଚ୍ ପୂର୍ବରୁ ଦେଲେ ବଡ଼ ବୟାନ

August 26, 2025

ଅପରେସନ ସିନ୍ଦୂରର ସଫଳତା ଓ ସାଂସ୍କୃତିକ ପରମ୍ପରାକୁ ଆଧାର କରି ବନ୍ଦେ ଓଡିଶା କାର୍ଯ୍ୟକ୍ରମ

August 26, 2025

ଉଚ୍ଚ ଶୁଳ୍କ ଲାଗୁ କରିଥିବା ଟ୍ରମ୍ପଙ୍କୁ କିପରି ଜବାବ ଦେବ ଭାରତ?: ଜାଣନ୍ତୁ ଏହି ତିନୋଟି ବିକଳ୍ପ

August 26, 2025

‘ଅନେକ ଦେଶରେ ଚାଲିବ ଇଭି ଯାନ, ଯେଉଁଥିରେ ଲେଖାଯିବ ମେଡ୍ ଇନ୍ ଇଣ୍ଡିଆ’, ପ୍ରଧାନମନ୍ତ୍ରୀ ମୋଦି

August 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.