ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁ ପାଇଁ ଟେନିସ୍‌ ପ୍ରଦର୍ଶନୀ ମ୍ୟାଚ୍‌ରେ 5 ମିଲିୟନ୍‌ ଡଲାର ସଂଗ୍ରହ

Published: Jan 16, 2020, 10:21 am IST

ସିଡ୍‌ନୀ : ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁର ମୁକାବିଲା ପାଇଁ ଏକ ପ୍ରଦର୍ଶନୀ ଟେନିସ୍‌ ମ୍ୟାଚ୍‌ ଖେଳାଯାଇଛି । ଏହି ପ୍ରଦର୍ଶନୀ ମ୍ୟାଚ୍‌ ଗୁଡିକରୁ 5 ମିଲିୟନ୍‌ ଅଷ୍ଟ୍ରେଲିଆନ୍‌ ଡଲାର (3.4 ମିଲିୟନ୍‌ ଡଲାର) ଅର୍ଥରାଶି ସଂଗ୍ରହ କରାଯାଇଛି । ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ବିଭିନ୍ନ ବଡ ବଡ ଷ୍ଟାର ଖେଳିଥିଲେ । ରୋଜର ଫେଡେରରଳ ସେରେନା ଓ୍ବିଲିୟମ୍ସ, ନୋଭାକ୍‌ ଜୋକୋଭିକ୍‌, ରାଫେଲ୍‌ ନାଦାଲ୍‌, ନାଓମି ଓସାକା, କାରୋଲିନ୍‌ ଓଜ୍‌ନିଆକି, ଷ୍ଟିଫାନୋସ୍‌ ଟ୍ରିଷ୍ଟାପାସ୍‌ ଏବଂ ଆଲେକଜାଣ୍ଡାର ଜେଭ୍‌ରେଭ୍‌ ପ୍ରମୁଖ ଏହି ପ୍ରଦର୍ଶନୀ ମ୍ୟାଚ୍‌ରେ ଅଂଶଗ୍ରହଣ କରିଥିଲେ ।


ସମସ୍ତ ଖେଳାଳି ସିଙ୍ଗିଲ୍ସ ଏବଂ ଡବଲ୍ସ ମ୍ୟାଚ୍‌ ଖେଳିଥିଲେ । ଫେଡେରେର୍‌ ଏବଂ ନାଡାଲ୍‌ ଡବଲ୍ସ ମ୍ୟାଚ୍‌ ଖେଳିଥିବା ବେଳେ ସେରେନା ଏବଂ ଜୋକୋଭିକ୍‌ ପରସ୍ପର ବିପକ୍ଷରେ ମ୍ୟାଚ୍‌ ଖେଳିଥିଲେ । ମ୍ୟାଚ୍‌ ପରେ ନାଦାଲ୍‌ ଏବଂ ଫେଡେରର୍‌ ବ୍ୟକ୍ତିଗତ ଭାବରେ 2 ଲକ୍ଷ 50 ହଜାର ଅଷ୍ଟ୍ରେଲିଆ ଡଲାର ଦାନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁ କାରଣରୁ 28 ଜଣ ଲୋକଙ୍କ ପ୍ରାଣ ହାନି ଘଟିଥିବା ବେଳେ 2 ହଜାରରୁ ଅଧିକ ଘର ପାଉଁଶ ହୋଇ ଯାଇଥିଲା । (ଏଜେନ୍ସୀ)

Related posts