Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜନ୍ମଦିବସ ଅବସରରେ ‘ଶେରଶାହା’ର ପ୍ରଥମ ଲୁକ୍‌କୁ ସେୟାର କଲେ ସିଦ୍ଧାର୍ଥ
ଆଜିର ଖବର

ଜନ୍ମଦିବସ ଅବସରରେ ‘ଶେରଶାହା’ର ପ୍ରଥମ ଲୁକ୍‌କୁ ସେୟାର କଲେ ସିଦ୍ଧାର୍ଥ

January 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ,ଆଜି ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ 35ତମ ଜନ୍ମଦିବସଟି ବେଶ୍‌ ଖାସ୍‌ ରହିଛି। ତାଙ୍କ ଜନ୍ମଦିବସ ଅବସରରେ ଅପ୍‌କମିଙ୍ଗ୍‌ ଫିଲ୍ମ ‘ଶେରଶାହା’ର ଫାଷ୍ଟ ଲୁକ୍‌ ରିଲିଜ୍‌ କରାଯାଇଛି। ସିଦ୍ଧାର୍ଥ ଏହି ଫିଲ୍ମରେ ଜଣେ ଆର୍ମି କ୍ୟାପଟେନ୍‌ ବିକ୍ରମ ବାତ୍ରାଙ୍କ ଚରିତ୍ରରେ ନଜରରେ ଆସିଛନ୍ତି।

କରନ୍‌ ଜୋହର୍‌ ଓ ସିଦ୍ଧାର୍ଥ ମାଲହୋତ୍ରା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ‘ଶେରଶାହା’ର ଫାଷ୍ଟ ଲୁକ୍‌କୁ ସେୟାର କରିଛନ୍ତି। ସିଦ୍ଧାର୍ଥ ଏହି ପୋଷ୍ଟର ସହିତ କ୍ୟାପଟେନ୍‌ ବିକ୍ରମ ବାତ୍ରାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ବାହାଦୁରୀ ଓ ପ୍ରାଣହୂତିର ଦୁଇ ଭିନ୍ନ ରଙ୍ଗକୁ ବଡ ପରଦାରେ ଦେଖାଇବା ତାଙ୍କ ପକ୍ଷେ ବଡ ସମ୍ମାନର କଥା ବୋଲି କହିଛନ୍ତି ସିଦ୍ଧାର୍ଥ। କ୍ୟାପଟେନ୍‌ ବିକ୍ରମ ବାତ୍ରାଙ୍କ ଜୀବନଯାତ୍ରାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପୂର୍ବକ ତାଙ୍କ ବିଷୟରେ ଥିବା ଅଜଣା କାହାଣୀକୁ ଏହି କାହାଣୀ ଜରିଆରେ ବଡ ପରଦାରେ ଦର୍ଶାଯିବ । ସେହିପରି କରନ୍‌ ଜୋହର୍‌ ଏହି ଲୁକ୍‌ର ସେୟାର କରି କହିଛନ୍ତି ଯେ, କାର୍‌ଗିଲ୍‌ ଯୁଦ୍ଧର ହିରୋ ଓ ଆମେ ଏହି ଫିଲ୍ମ ଜରିଆରେ ଆମେ ତାଙ୍କୁ ଶ୍ରଦ୍ଧା ଓ ସମ୍ମାନ ଅର୍ପିତ କରୁଛୁ।

ଶେରଶାହ 1999 ମସିହାରେ ହୋଇଥିବା କାରଗିଲ୍‌ ଯୁଦ୍ଧର ବୀର ଯବାନ୍‌ କ୍ୟାପଟେନ୍‌ ବିକ୍ରମ ବାତ୍ରାଙ୍କ କାହାଣୀ ଉପରେ ଆଧାରିତ। ଏଥିରେ ସିଦ୍ଧାର୍ଥ ମାଲହୋତ୍ରା ବିକ୍ରମ ବାତ୍ରା ଓ ତାଙ୍କ ଭାଇ ବିଶାଲ ବାତ୍ରାଙ୍କ ଡବଲ୍‌ ଚରିତ୍ରରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ଭାବି ପତ୍ନୀ ଡିମ୍ପଲ୍‌ ଚୀମା ଭୂମିକାରେ ନଜର ଆସିବେ କିଆରା ଆଡଭାନୀ। ବିଷ୍ଣୁ ବର୍ଦ୍ଧନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଜୁଲାଇ 3 ତାରିଖରେ ରିଲିଜ୍‌ ହେବାକୁ ରହିଛି। ଏହି ଫିଲ୍ମରେ ସିଦ୍ଧାର୍ଥ-କିଆରାଙ୍କ ବ୍ୟତୀତ ଜାଭେଦ ଜାଫେରୀ, ହିମାଂଶୁ ମାଲହୋତ୍ରା, ପରେଶ ରାଓ୍ବଲ ପ୍ରମୁଖ ରହିଛନ୍ତି । ପରେଶ ରାଓ୍ବଲ ଏହି ଫିଲ୍ମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ନଜର ଆସିବେ । (ଏଜେନ୍ସି)

karanjohar
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.