Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିକିତ୍ସା ଅବହେଳା ପାଇଁ ଗଲା ଆଉ ଏକ ଜୀବନ : ଜିଲ୍ଲାପାଳଙ୍କ ଗସ୍ତ ପରେ ବି ବଦଳୁନି କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିତ୍ର
ଆଜିର ଖବର

ଚିକିତ୍ସା ଅବହେଳା ପାଇଁ ଗଲା ଆଉ ଏକ ଜୀବନ : ଜିଲ୍ଲାପାଳଙ୍କ ଗସ୍ତ ପରେ ବି ବଦଳୁନି କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିତ୍ର

January 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

କୁଜଙ୍ଗ: ଜିଲ୍ଲାପାଳଙ୍କ ଗସ୍ତପରେ ମଧ୍ୟ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୌଣସି ପରିବର୍ତ୍ତନ ନଜର ଆସୁନାହିଁ। ଡାକ୍ତରଙ୍କ ଅବହେଳା କାରଣରୁ ପୁନର୍ବାର ଜଣେ ମହିଳା ପ୍ରାଣ ହରାଇଛନ୍ତି । ନିୟମିତ ଭାବେ ଏଲୋପାଥି ଚିକିତ୍ସକଙ୍କ ଅନୁପସ୍ଥିତି ଯୋଗୁ ଆୟୁର୍ବେଦିକ୍‌ ଚିକିତ୍ସକଙ୍କ ହାତରେ ସ୍ବାସ୍ଥ୍ୟକେନ୍ଦ୍ରର ଦାୟିତ୍ବ ନ୍ୟସ୍ତ ଅଛି। ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳା ପାଇଁ ଚର୍ଚ୍ଚାରେ ରହିଛି କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ଏଠାରେ ନିୟମିତ ଭାବେ ଏଲୋପାଥୀ ଚିକିତ୍ସକଙ୍କ ଅନୁପସ୍ଥିତି ଯୋଗୁ ଆୟୁର୍ବେଦିକ ଚିକିତ୍ସକ ମାନେ ନିୟମିତ ଭାବେ ଆଉଟ୍‌ଡ଼ୋର ଏବଂ ଇନ୍‌ଡ଼ୋର ଚିକିତ୍ସା କରୁଛନ୍ତି। ତେବେ ଅଳ୍ପ ବିଦ୍ୟା ଭୟଙ୍କରୀ ନ୍ୟାୟରେ ଏଲୋପ୍ୟାଥି ଚିକିତ୍ସାରେରେ ଅନଭିଜ୍ଞ ଆୟୁର୍ବେଦିକ ଚିକିତ୍ସକଙ୍କ ଭୁଲ ଚିକିତ୍ସା ଯୋଗୁ ଜନୈକା ମହିଳାଙ୍କର ଅକାଳ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଆୟୁର୍ବେଦିକ ଚିକିତ୍ସିକମାନେ ଏହି ଘଟଣାକୁ ଚାପିଦେବାକୁ ଉଦ୍ୟମ କରିଥିବାବେଳେ ଉକ୍ତ ମହିଳାଙ୍କ ସ୍ବାମୀ ଏହି ଘଟଣା ସମ୍ପର୍କରେ ଗଣମାଧ୍ୟମ ଆଗରେ ବର୍ଣ୍ଣନା କରିଥିଲେ।
କେବଳ ଅନିଭିଜ୍ଞ ଚିକିତ୍ସା ନୁହେଁ ବରଂ ସେମାନଙ୍କର ଅପାରଗତା ଏବଂ କାର୍ଯ୍ୟାନୁଷ୍ଠାନ ଭୟରେ ଅଉଜଣେ ଆୟୁର୍ବେଦିକ ଚିକିତ୍ସକ ତାଙ୍କ ଠାରୁ ସମ୍ପୃକ୍ତ ଚିକିତ୍ସକ ଦେଇଥିବା ପ୍ରେସକ୍ରିପ୍ସନ ଏବଂ ରକ୍ତ,ମୁତ୍ର ନମୁନା ପରୀକ୍ଷା ଚିଠା ମଧ୍ୟ କୌଶଳ କ୍ରମେ ନେଇଯାଇଥିବା ଜଣାପଡ଼ିଛି। ଏହାକୁ ସେ ମାଗିବା ବେଳକୁ ନାନା ଗାଳିଗୁଲଜ କରୁଥିବା ସଙ୍ଗୀନ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ସ୍ୱାମୀ ।

ମିଳିଥିବା ସୂଚନା ଅନୁସାରେ ଗତ ଦୁଇ ତାରିଖ ଦିନ ସକାଳ 8ଟା ସମୟରେ ପ୍ରକାଶଯେ,ଗତ ୨ତାରିଖ ଦିନ ସକାଳ ୮ଟାରେ କୁଜଙ୍ଗଥାନା ବଳରାମପୁର ଗ୍ରାମ ବନ୍ଧପଡ଼ାର ରବିନ୍ଦ୍ର ବେହେରାଙ୍କ ପତ୍ନୀ ସାରତୀ ବେହରା(୫୫)ଙ୍କୁ ହଠାତ ଜ୍ୱର ହେବାରୁ ସେ ତୁରନ୍ତ ତାଙ୍କୁ ଆଣି କୁଜଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚିଥିଲେ । ସେତେବେଳେ ଏଠାରେ ଆୟୁର୍ବେଦିକ ଚିକିତ୍ସକ ଡ଼ାକ୍ତର ଦୂର୍ଗାଚରଣ ମିଶ୍ର ତାଙ୍କୁ ପରୀକ୍ଷା କରିବା ସହିତ ରକ୍ତ ଏବଂ ମୁତ୍ର ନମୁନା ପରୀକ୍ଷା କରିବାକୁ ପଠାଇଥିଲେ। ପରୀକ୍ଷାପରେ ସେ ମେଡ଼ିସିନର ଚିଠା ଲେଖିଥିଲେ । ଫଳରେ ରବୀନ୍ଦ୍ର କିଛି ନୀରାମୟ କେନ୍ଦ୍ରରୁ ଏବଂ ଅନ୍ୟକିଛି ବାହାରୁ ମେଡ଼ିସିନ୍ କ୍ରୟ କରି ତାଙ୍କର ପତ୍ନୀଙ୍କୁ ନେଇ ଘରକୁ ଯାଇଥିଲେ । ଏହି ମେଡ଼ିସିନ ଖାଇବାପରେ ପ୍ରାୟ ରାତି ଆଠଟା ସମୟରେ ସରୀତାଙ୍କର ଛାତିରେ ଭୀଷଣ ଯନ୍ତ୍ରଣା ହୋଇଥିଲା । ଏବଂ ତୁରନ୍ତ ସେ ତାଙ୍କୁ ନିଜ କାନ୍ଧରେ ପକାଇ ମେଡ଼ିକାଲ ନେଇ ଯାଇଥିଲେ । ସେତେବେ ତାଙ୍କୁ ଚିକିତ୍ସା କରିଥିବା ଡ଼ାକ୍ତରଙ୍କ ବଦଳରେ ଆଉଜଣେ ଆୟୁର୍ବେଦିକଉପସ୍ଥିତ ଥିଲେ । ସେ ଚିକିତ୍ସାଧିକାର ଡ଼ାକ୍ତର ପ୍ରସନ୍ନ କୁମାର ପଣ୍ଡାଙ୍କୁ ଡ଼ାକିଥିଲେ। ତେବେ ଦୁଇ ଡ଼ାକ୍ତର ତାଙ୍କୁ କିଛି ସମୟ ଚିକିତ୍ସା କରିବାପରେ ମୃତବୋଲି ଘୋଷଣା କରିଥିଲେ।  ଚିକିତ୍ସାଧିକାରୀ ଡ଼କ୍ତର ପଣ୍ଡାଙ୍କୁ ପଚାରିବାରୁ ସମ୍ପୃକ୍ତ ମହିଳାଙ୍କ ହୃଦଘାତରେ ମୃତ ହୋଇଥିବା କହିଥିଲେ। ଏନେଇ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ଆର୍ୟୁବେଦିକ ଚିକିତ୍ସକଙ୍କୁ ପଚାରିବାରୁ ସେମାନେ ଏପରି ଉତ୍ତର ରଖୁଛନ୍ତି ଯାହା ସମସ୍ତ ଘଟଣାକୁ ଗୋଳମାଳିଆ କରିଦେଉଛି। ଆୟୁର୍ବେଦିକ ଚିକିତ୍ସକଙ୍କର ଏଲୋପାଥୀ ଚିଠା ଲେଖିବା ଏବଂ ରକ୍ତ,ମୁତ୍ର ନମୁନା ପରୀକ୍ଷା କରିବାକୁ ପରାମର୍ଶ ଦେବା ଅଧିକାର ଅଛିକି ନାହିଁ ସେନେଇ ଏବେ ପ୍ରଶ୍ନ ଉଠିଛି ।

ଅପରପକ୍ଷରେ ଗତ ଡ଼ିସେମ୍ବର ମାସ ୨୭ ତାରିଖରେ ଜିଲ୍ଲାର ନୋଡ଼ାଲ ଅଫିସର ତଥା ଗ୍ରାମ୍ୟଉନ୍ନୟନ ବିଭାଗର ସଚିବ ପ୍ରଦୀପ କୁମାର ଜେନା, ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଗସ୍ତକରି ଭିତ୍ତିଭୂମି ପରଖିଥିଲେ। ସ୍ଥାନୀୟ ଲୋକମାନଙ୍କ ଦାବୀ ଅନୁଯାୟୀ ତୁରନ୍ତ ଡ଼ାକ୍ତର ପ୍ରଦାନ କରିବାକୁ ପ୍ରତିଶୃତି ପ୍ରଦାନ କରିଥିଲେ। ମାତ୍ର ଏହାର ୫ ଦିନପରେ ଡାକ୍ତର ନିଯୁକ୍ତି ନ ହେବା ତଥା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରି ଏକ ଘଟଣା ଘଟିବା ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ତୁରନ୍ତ ଜିଲ୍ଲାପାଳ ଏହି ଘଟଣାରେ ହସ୍ତକ୍ଷେପ କରି ଅଭିଯୁକ୍ତ ଚିକିତ୍ସକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ମୃତକଙ୍କ ପରିବାରକୁ ନ୍ୟାୟ ଦେବାକୁ ଜନସାଧାରଣ ଦାବୀ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଦଶହରା ପାଇଁ ରଣପୁର ଚଳଚଞ୍ଚଳ, ପୀଠରେ ମହାଶପ୍ତମୀ ପୂଜା ଦର୍ଶନ ପାଇଁ ପ୍ରବଳ ଭିଡ

September 28, 2025

ଏସିଆ କପ ଫାଇନାଲ ପୂର୍ବରୁ ଭରତକୁ ବଡ ଝଟକା: ହାର୍ଦ୍ଦିକ ପାଣ୍ଡ୍ୟା ବାହାର

September 28, 2025

ଓଡ଼ିଶା ରିସର୍ଚ୍ଚ ସେଣ୍ଟର ଓ ଟିଆଇଏସଏସ ମୁମ୍ବାଇ ମଧ୍ୟରେ ଏମଓୟୁ  ସ୍ୱାକ୍ଷର

September 28, 2025

ଟିଭିକେ ବିଜୟ ରାଲିରେ ଦଳାଚକଟା ଘଟଣା, ତଦନ୍ତ କମିଶନ ଗଠନ କଲେ ତାମିଲନାଡୁ ସରକାର

September 28, 2025
Latest News

ବରେଲି ହିଂସା: ମୌଲାନାଙ୍କ ସହଯୋଗୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ୪ ଟି ବିଳାସପୂର୍ଣ୍ଣ ହୋଟେଲ ସିଲ୍

September 28, 2025

ଦଶହରା ପାଇଁ ରଣପୁର ଚଳଚଞ୍ଚଳ, ପୀଠରେ ମହାଶପ୍ତମୀ ପୂଜା ଦର୍ଶନ ପାଇଁ ପ୍ରବଳ ଭିଡ

September 28, 2025

ସୋଆ ବିଶ୍ୱବିଦ୍ୟାଳୟରେ ଉତ୍ତିଷ୍ଠତ ଜାଗ୍ରତ ମହା ଶିବିରରେ ବାଣପୁର ଓ ବାଲୁଗାଁ ଛାତ୍ରଛାତ୍ରୀ

September 28, 2025

ଏସିଆ କପ ଫାଇନାଲ ପୂର୍ବରୁ ଭରତକୁ ବଡ ଝଟକା: ହାର୍ଦ୍ଦିକ ପାଣ୍ଡ୍ୟା ବାହାର

September 28, 2025

ଓଡ଼ିଶା ରିସର୍ଚ୍ଚ ସେଣ୍ଟର ଓ ଟିଆଇଏସଏସ ମୁମ୍ବାଇ ମଧ୍ୟରେ ଏମଓୟୁ  ସ୍ୱାକ୍ଷର

September 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.