ଖୋର୍ଦ୍ଧାରୁ ବିଦ୍ୟୁତ କାଟ ଆରମ୍ଭ କଲା ସେସୁ, ପ୍ରଥମ ପର୍ଯ୍ୟାୟରେ ବ୍ୟାବସାୟିକ ପ୍ରତିଷ୍ଠାନରେ ବିଦ୍ୟୁତ କାଟ

Published: Jan 16, 2020, 2:31 pm IST

ଭୁବନେଶ୍ବର : ଭୁବନେଶ୍ବର ଓ ଖୋର୍ଦ୍ଧାରୁ ବିଦ୍ୟୁତ୍‌ କାଟ୍‌ ଆରମ୍ଭ କରିଛି ସେସୁ। ବକେୟା ଥିବା ବିଦ୍ୟୁତ୍‌ ଗ୍ରାହକମାନଙ୍କ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିବା ପାଇଁ ଖୋର୍ଦ୍ଧା ଡିଭିଜନ ପକ୍ଷରୁ ୩୯ଟି ଟିମ୍‌ ଗଠନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ନଜର ରଖାଯାଇଛି।  ଭୁବନେଶ୍ବରର 70ଟି ସ୍ଥାନରେ ବିଦ୍ୟୁତ୍‌ କାଟ କରାଯାଇଛି। ଖୋର୍ଦ୍ଧା ସବ୍‌ଡିଭିଜନରେ ୯ଟି ସ୍କ୍ବାଡ୍‌ ସାମିଲ ହୋଇଛନ୍ତି। ୫୧୦୦୦ ଗ୍ରାହକଙ୍କ ଉପରେ ୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବିଦ୍ୟୁତ୍‌ ବିଲ୍‌ ବାକି ରହିଛି। ଚଳିତ ଜାନୁଆରୀ 15 ତାରିଖ ସୁଦ୍ଧା ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନକଲେ ସାଧାରଣ ଉପଭୋକ୍ତାଙ୍କୁ ବିଦ୍ୟୁତ ସେବାରୁ ବଞ୍ଚିତ କରାଯିବ ବୋଲି ସେସୁ ତରଫରୁ ନିର୍ଦ୍ଦେଶ ରହିଥିଲା।

Related posts