କଳହାଣ୍ଡି ଉତ୍ସବ ‘ଘୁମୁରା-2020’ ଉଦ୍‌ଘାଟିତ

Published: Jan 16, 2020, 3:00 pm IST

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ରିସିଡିଠାରେ ପାଳିତ ହୋଇଯାଇଛି କଳାହାଣ୍ଡି ଉତ୍ସବ ‘ଘୁମୁରା-2020’। ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି। ସନ୍ଧ୍ୟା ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଅମିତ୍ର ସାହୁ ଯୋଗଦେଇଥିବାବେଳେ ସମ୍ମାନିତି ଅତିଥି ଭାବେ ସୁଶ୍ରୀ ପ୍ରିୟଦର୍ଶନ ମିର୍ଦ୍ଧା ଓ ସରପଞ୍ଚ ସରସ୍ବତୀ ମାଝୀ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି ଉତ୍ସବ ଅବସରରେ କଳାହାଣ୍ଡି କଳା, ସଂସ୍କୃତି ପରମ୍ପରାକୁ ବଞ୍ଚାଇବାକୁ ଉଦ୍ୟମ ଜାରି ରଖିବାକୁ ଆହ୍ବାନ କରିଥିଲେ। ଏହି ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କୃଷି ଓ କୃଷକ ସଶକ୍ତି ବିଭାଗ ପକ୍ଷରୁ ବିଭିନ୍ନ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା ।

Related posts