
ସମୀକ୍ଷା ବ୍ୟୁରୋ
କୁଜଙ୍ଗ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଗୋପିଆକୁଦ ଗ୍ରାମର ଜଣେ ନାବାଳିକା ପ୍ରତି ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ଅଭିଯୋଗ ହୋଇଛି। ନାବାଳିକାର ମାତା ଏ ସଂକ୍ରାନ୍ତରେ କୁଜଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଘରେ କେହି ନଥିବାବେଳେ ନାବାଳିକା ଝିଅକୁ ଅଭିଯୁକ୍ତ ଜଣକ ଏକୁଟିଆ ଅବସ୍ଥାରେ ଅସଦାଚରଣ କରିବା ସହିତ ଦୁଷ୍କର୍ମ ଉଦ୍ୟମ କରୁଥିଲା। ଝିଅଟିର ମା’ ଘରେ ପହଞ୍ଚିଯିବାରୁ ଅଭିଯୁକ୍ତଜଣକ ତାଙ୍କୁ ଅଶ୍ଳୀଳଭାଷାରେ ଗାଳିଗୁଲଜ କରି ମାରଧର କରିବା ସହିତ ଜୀବନରୁ ମାରିଦେବାର ଧମକ ଦେଇଛି। ମହିଳା ଜଣକ ଅଭିଯୁକ୍ତଙ୍କ ସମ୍ପର୍କରେ ଥାନାରେ ଏତଲା ଦେବା ସହିତ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି। ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି କୁଜଙ୍ଗ ଆଇଓ ପ୍ରମୋଦ କୁମାର ନାୟକ।
Tags: rapeattempt