ହୋବାର୍ଟ ଇଣ୍ଟରନ୍ୟାସନାଲ୍‌ ଫାଇନାଲ୍‌ରେ ସାନିଆ

Published: Jan 17, 2020, 2:52 pm IST

ହୋବାର୍ଟ : ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ଅନ୍ତର୍ଜାତୀୟ ସର୍କିଟ୍‌କୁ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଦୀର୍ଘ ଦୁଇ ବର୍ଷ ପରେ ଟେନିସ୍‌ କୋର୍ଟକୁ ଫେରିଥିବା ସାନିଆ ହୋବାର୍ଟ ଇଣ୍ଟରନ୍ୟାସନାଲ ଟେନିସ୍ ଟୁର୍ଣ୍ଣାମେଣ୍ଟର ଡବଲ୍ସ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଚୀନ୍‌ ଓପନ ସେମିଫାଇନାଲ୍‌ ପରଠାରୁ ଦୀର୍ଘ ଦୁଇ ବର୍ଷ ଟେନିସ୍‌ରୁ ଦୂରେଇ ରହିଥିବା ସାନିଆ ୟୁକ୍ରେନ୍‌ର ନାଦିଆ କିଚେନୋକ୍‌ଙ୍କ ସହିତ ଖେଳି ସେମିରେ ବିଜୟୀ ହୋଇଛନ୍ତି । ସେମି ଫାଇନାଲ ମୁକାବିଲାରେ ସାନିଆ-କିଚିନୋକ୍‌ ଯୋଡି ମେରୀ ବୁଜକୋଭା ଏବଂ ତମାରା ଜିଡାନ୍‌ସେକ୍‌ଙ୍କୁ 7-6(3) ଏବଂ 6-2 ସେଟ୍‌ରେ ପରାସ୍ତ କରିଥିଲେ । ମାତ୍ର ଏକ ଘଣ୍ଟା 24 ମିନିଟରେ ସାନିଆ-କିଚିନୋକ୍‌ ଯୋଡି ଏହି ମ୍ୟାଚ୍‌ରେ ବିଜୟୀ ହୋଇଥିଲେ । (ଏଜେନ୍ସୀ)

Related posts