ନିର୍ଭୟା ମା’ଙ୍କୁ ଇନ୍ଦିରା ଜୟସିଂହଙ୍କ ଅନୁରୋଧ : ସୋନିଆ ଗାନ୍ଧିଙ୍କ ପରି ଦୋଷୀଙ୍କୁ କ୍ଷମା ଦିଅନ୍ତୁ

Published: Jan 18, 2020, 10:17 am IST

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ନିର୍ଭୟା ଦୋଷୀଙ୍କୁ ଫାଶୀକୁ ନେଇ ସାରା ଦେଶ ବାସୀ ଅପେକ୍ଷା କରିଥିବାବେଳେ ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ ଏହାକୁ ନେଇ ଏକ ବୟାନ ଦେଇଛନ୍ତି। ସେ ନିର୍ଭୟା ମାତାଙ୍କୁ ଦୋଷୀଙ୍କୁ ଫାଶୀ ନ ଦେଇ କ୍ଷମା କରିବା ପାଇଁ ଅପିଲ୍‌ କରିଛନ୍ତି। ଇନ୍ଦିରା ଜୟସିଂହ କହିଛନ୍ତି ଯେ, ସୋନିଆ ଗାନ୍ଧି ଯେପରି ଭାବରେ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦୋଷୀ ନଳିନୀଙ୍କୁ କ୍ଷମା ଦେଇଛନ୍ତି, ସେହିପରି ନିର୍ଭୟା ମା’ଙ୍କୁ ସୋନିଆ ଗାନ୍ଧିଙ୍କୁ ଅନୁସରଣ କରିବା ଦରକାର। ଇନ୍ଦିର ଟୁଇଟ୍‌ କରି କହିଛନ୍ତି ଯେ, – ମୁଁ ନିର୍ଭୟାଙ୍କ ମାତା ଆଶା ଦେବୀଙ୍କ କଷ୍ଟକୁ ବୁଝିପାରୁଛି । ସେ ଆଶାଦେବୀଙ୍କ ସହ ରହିଛନ୍ତି, କିନ୍ତୁ ମୃତ୍ୟୁଦଣ୍ଡ ସପକ୍ଷରେ ନୁହଁନ୍ତି ।

ପଟିଆଲା ହାଉସ୍‌ କୋର୍ଟ ନିର୍ଭୟା ଦୋଷୀଙ୍କ ପାଇଁ ନୂତନ ଡେଥ୍‌ ଓ୍ବାରେଣ୍ଟ ଜାରି କରିଛନ୍ତି। ଏବେ ନିର୍ଭୟାର ଚାରି ଦୋଷୀ ପବନ ଗୁପ୍ତା, ବିନୟ ଶର୍ମା, ମୁକେଶ ଓ ଅକ୍ଷୟ ସିଂଙ୍କୁ ଫେବୃଆରୀ 1 ତାରିଖରେ ଫାଶୀ ଦିଆଟିବ।  ପୂର୍ବରୁ ଜାନୁଆରୀ 7 ତାରିଖରେ ଦିଲ୍ଲୀର ପଟିଆଲା ହାଉସ୍‌ ଏହି ଚାରି ଦୋଷୀଙ୍କୁ ଜାନୁଆରୀ 22 ତାରିଖରେ ଫାଶୀ ଦିଆଯିବା ନେଇ ଆଦେଶ ଦେଇଥିଲେ। ଅପରପକ୍ଷରେ ଦୋଷୀଙ୍କ ଫାଶୀ ଦଣ୍ଡାଦେଶର ତାରିଖ ଘୁଞ୍ଚାଇବା ନେଇ ନିର୍ଭୟାଙ୍କ ମାତା ଆଶାଦେବୀ ନାରାଜ ରହିବା ସହିତ ଏହାକୁ ନେଇ ରାଜନୀତି କରାଯାଉଛି ବୋଲି ଆରୋପ ଲଗାଇଛନ୍ତି ।  (ଏଜେନ୍ସି)

Related posts