Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଆରା ଢଙ୍ଗରେ ଝିଅର ଜନ୍ମଦିନ ପାଳନ କରି ଚର୍ଚ୍ଚାରେ ଅଭିଭାବକ
ଆଜିର ଖବର

ନିଆରା ଢଙ୍ଗରେ ଝିଅର ଜନ୍ମଦିନ ପାଳନ କରି ଚର୍ଚ୍ଚାରେ ଅଭିଭାବକ

January 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଶେରଗଡ : ସାମ୍ପ୍ରତିକ ସମାଜରେ ଜନ୍ମଦିନଠାରୁ ଆରମ୍ଭ କରି ବିବାହ ଉତ୍ସବ ଯାଏଁ ସବୁଠି ପାଶ୍ଚାତ୍ୟ ପରମ୍ପରାରେ ପ୍ରତିଯୋଗିତା ଦେଖିବାକୁ ମିଳିଥାଏ। ଜନ୍ମଦିନରେ କେକ୍‌ କାଟି ସାଙ୍ଗସାଥୀଙ୍କ ସହ ପାର୍ଟି କରି ମଜା ମସ୍ତି କରାଯାଉଥିବାବେଳେ ଗଞ୍ଜାମ ଜିଲ୍ଲାର ଶେରଗଡ ବ୍ଲକ୍‌ ଅନ୍ତର୍ଗତ ଡେଙ୍ଗାପଦରଠାରେ ଜନୈକା ବ୍ୟକ୍ତି ନିଆରା ଢଙ୍ଗରେ ନିଜ ଝିଅର ଜନ୍ମଦିନ ପାଳନ କରିଛନ୍ତି। ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ଠାରେ ଗଢିଉଠିଥିବା କବି ନରସିଂହ ମାଠ ଦୃଷ୍ଟିହୀନ ବଧିର ଓ ମାନସିକ ଅନଗ୍ରସର ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ଗହଣରେ ସ୍ଥାନୀୟ କୁରୁଳା ଗ୍ରାମର ସମାଜସେବୀ ବି.ଗଣେଶ ପାତ୍ର ନିଜ କନ୍ୟା ଆରାଧ୍ୟା ପାତ୍ରର ଜନ୍ମଦିନ ପାଳନ କରି ଉଦାହରଣ ସୃଷ୍ଟି କରିଛନ୍ତି। ସମାଜର ହସଖୁସିରୁ ଦୂରେଇ ରହି ନିଜ ଜୀବନ ସହ ପ୍ରତି ମୂହୁର୍ତ୍ତରେ ସଂଘର୍ଷ କରୁଥିବା ଏହି ବିଦ୍ୟାର୍ଥୀ ମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ସହ ବିଦ୍ୟାଳୟକୁ ସହଯୋଗ ପ୍ରଦାନ କରିବା ସହିତ ନିଜର ବନ୍ଧୁ ପରିଜନ ମାନଙ୍କ ମନରେ ଏମାନଙ୍କ ପ୍ରତି ସମ୍ବେଦନଶୀଳ ସୃଷ୍ଟି କରିଛନ୍ତି ବି. ଗଣେଶ ପାତ୍ର। ଶ୍ରୀପାତ୍ରଙ୍କ ଏଭଳି କାର୍ଯ୍ୟ ପାଇଁ ଉପସ୍ଥିତ ବ୍ୟକ୍ତିବିଶେଷ ତାଙ୍କୁ ସାଧୁବାଦ ଜଣାଇଛନ୍ତି। ଜନ୍ମଦିନ ପରି ନିଜର କିଛି ବିଶେଷ ଅବସରରେ ଆମେ ଏହାକୁ ଆଡମ୍ବରପୂର୍ଣ୍ଣ ଭାବେ ମଉଜ ମସ୍ତିରେ ନ ପାଳନ କରି କୌଣସି ଶିକ୍ଷାନୁଷ୍ଠାନ ତଥା ଅନାଥଶ୍ରାମରେ ପାଳନ କରିବା ଉଚିତ୍‌। କୁନି କୁନି ଶିଶୁମାନଙ୍କ ଓଠରେ ହସ ଖେଳାଇବା ଆମର ପ୍ରମୁଖ ଲକ୍ଷ୍ୟ ହେବା ଦରକାର। ନିଜର ବିଶେଷ ଦିନଗୁଡ଼ିକରେ ଅନାଥ ଅବେହଳିତ ଶିଶୁମାନଙ୍କ ମୁହଁରେ ହସ ଫୁଟାଇ ଆମେ ଆମ ଦିନଟିକୁ ଆହୁରି ବିଶେଷ କରିପାରିବା। ନିକଟରେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହିଭଳି କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ତଥା ଅଫିସରମାନଙ୍କୁ ଉପଦେଶ ଦେଇଥିଲେ। ଗତ ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରୀ ଅନାଥଶ୍ରାମର ପିଲାମାନଙ୍କ ସହିତ ଦୀପାବଳି ପାଳନ କରିଥିଲେ। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ପୁର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ନିର୍ମମ ହତ୍ୟା

April 15, 2026

ରାଘବ ଚଢାଙ୍କୁ ମିଳିବ Z ସିକ୍ୟୁରିଟି!: ସୁରକ୍ଷା ପ୍ରତ୍ୟାହାର କରିଥିଲେ ପଞ୍ଜାବର AAP ସରକାର

April 15, 2026

ଆଜି  ପ୍ରକାଶ ପାଇବ CBSE ର ଦଶମ ପରୀକ୍ଷା ଫଳ!: ଯାଞ୍ଚ କରନ୍ତୁ ଫଳାଫଳ

April 15, 2026

ରାସଗୋବିନ୍ଦପୁରରେ ଛାତ୍ରୀ ମୃତ୍ୟୁ ମାମଲା: କେନ୍ଦ୍ରାଞ୍ଚଳ RDC ତଦନ୍ତ ନିର୍ଦ୍ଦେଶ

April 15, 2026
Latest News

ପୁର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ନିର୍ମମ ହତ୍ୟା

April 15, 2026

ରାଘବ ଚଢାଙ୍କୁ ମିଳିବ Z ସିକ୍ୟୁରିଟି!: ସୁରକ୍ଷା ପ୍ରତ୍ୟାହାର କରିଥିଲେ ପଞ୍ଜାବର AAP ସରକାର

April 15, 2026

ଆଜି  ପ୍ରକାଶ ପାଇବ CBSE ର ଦଶମ ପରୀକ୍ଷା ଫଳ!: ଯାଞ୍ଚ କରନ୍ତୁ ଫଳାଫଳ

April 15, 2026

ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ସମ୍ରାଟ ଚୌଧୁରୀ: ଜେଡିୟୁରୁ ଦୁଇ ଉପମୁଖ୍ୟମନ୍ତ୍ରୀ

April 15, 2026

ରାସଗୋବିନ୍ଦପୁରରେ ଛାତ୍ରୀ ମୃତ୍ୟୁ ମାମଲା: କେନ୍ଦ୍ରାଞ୍ଚଳ RDC ତଦନ୍ତ ନିର୍ଦ୍ଦେଶ

April 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.