ଇନ୍ଦିରାଙ୍କ ପରାମର୍ଶକୁ ନେଇ ବର୍ଷିଲେ ନିର୍ଭୟାଙ୍କ ମା’

Published: Jan 18, 2020, 1:09 pm IST

ନୂଆଦିଲ୍ଲୀ : ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ନିର୍ଭୟା ମା’ଙ୍କୁ ଦୋଷୀଙ୍କୁ କ୍ଷମା ଦେବାକୁ ଅପିଲ୍‌ କରିଥିବାବେଳେ ଏହାକୁ ନେଇ ଇନ୍ଦିରାଙ୍କ ଉପରେ ବର୍ଷିଛନ୍ତି ନିର୍ଭୟାଙ୍କ ମା’ ଆଶାଦେବୀ। ଆଶାଦେବୀ କହିଛନ୍ତି ଯେ, ଇନ୍ଦିରା ଏଭଳି ପରାମର୍ଶ ଦେବାକୁ କିଏ ? ସାରାଦେଶ ଦୋଷୀଙ୍କ ଫାଶୀଙ୍କ ପକ୍ଷରେ ରହିଛି।  ଏଭଳି କିଛି ଲୋକଙ୍କ ପାଇଁ ପୀଡ଼ିତାକୁ ନ୍ୟାୟ ମିଳିପାରୁନି ବୋଲି କହିଛନ୍ତି ଆଶାଦେବୀ । ଅତୀତରେ ଇନ୍ଦିରାଙ୍କୁ ବହୁବାର ଭେଟିଛନ୍ତି ବୋଲି କହିଛନ୍ତି ଆଶାଦେବୀ। କିନ୍ତୁ କେବେ କେମିତି ଅଛନ୍ତି ବୋଲି ପଚାରିନାହାନ୍ତି ଇନ୍ଦିରା । ସୂଚନାଯୋଗ୍ୟ,  ଶୁକ୍ରବାର ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପରି ନିର୍ଭୟା ମା’ ଦୋଷୀଙ୍କ କ୍ଷମା ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ । ପଟିଆଲା ହାଉସ୍‌ କୋର୍ଟ ଚାରି ଦୋଷୀଙ୍କୁ ପାଇଁ ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରିଛନ୍ତି । ପୂର୍ବରୁ ଜାନୁଆରୀ 22 ତାରିଖ ସକାଳ 7ଟାରେ ନିର୍ଭୟା ଦୋଷୀଙ୍କ ଫାଶୀ ଦିଆଯିବା ନେଇ ଆଦେଶ ରହିଥିଲା । (ଏଜେନ୍ସି)

Related posts